Browsing yearly archive

2023

ଟ୍ରକକୁ ପଛରୁ ପିଟିଲା କାର୍

ଆଳି,୨୫ା୬(ଏସଏସନିଉଜ) ଟ୍ରକକୁ ପଛରୁ କାର୍ ପିଟିବା ଫଳରେ ୫ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । କଟକ-ଚାନ୍ଦବାଲି ରାସ୍ତାର ଭୂଇଁପୁର ଛକରେ ଘଟିଛି ଏହି ଦୁର୍ଘଟଣା । ପୁରୀରୁ ସଂପର୍କୀୟଙ୍କ ମୃତଦେହ ସତ୍କାର କରି ଫେରିବା ବେଳେ ଏହି ଦୁର୍ଘଟଣାଘଟିଛି । ସମସ୍ତ ଆହତମାନେ ରାଜକନିକା ନିକଟ କୋଇଲିପୁର ଗାଁର ବୋଲି ଜଣାପଡିଛି ।  

ସୃଷ୍ଟିହେଲା ଲଘୁଚାପ

ଭୁବନେଶ୍ୱର,୨୫ା୬(ଏସଏସନିଉଜ)ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପକ୍ଷେତ୍ର.ା ଲଘୁଚାପକ୍ଷେତ୍ର ସୃଷ୍ଟିହୋଇଥିବାନେଇ -ଭୁବନେଶ୍ୱର ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ଅତି ପ୍ରବଳ ବର୍ଷା ଆଶଙ୍କାନେଇ ୧୦ ଜିଲ୍ଲା ସମ୍ବଲପୁର , ସୁବର୍ଣ୍ଣପୁର , ବୌଦ୍ଧ , ଅନୁଗୁଳ , ବରଗଡ଼ , ଦେବଗଡ଼ , ବଲାଙ୍ଗିର , ସୁନ୍ଦରଗଡ଼ , କେନ୍ଦୁଝର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଜିଲ୍ଲା ମୟୂରଭଞ୍ଜ , ବାଲେଶ୍ବର , […]

ପୁଣି ସଭାପତି ହେଲେ ସୁଶାନ୍ତ ରାଉତ

ଭୁବନେଶ୍ୱର, ୨୫ା୬(ଏସଏସନିଉଜ)ପୁଣିଥରେ ଭୁବନେଶ୍ୱରଉତର ବିଧାୟକସୁଶାନ୍ତ ରାଉତ ବିଜେଡିର ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସଭାପତିଭାବେ ମନୋନିତ ହୋଇଛନ୍ତି ।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୁଶାନ୍ତ ରାଉତଙ୍କୁ ସଭାପତି ଭାବେ ନିଯୁକ୍ତ କରିଛନ୍ତିାଏହାସହ ଏକାମ୍ର, ମଧ୍ୟ, ଉତ୍ତର ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ କର୍ମକର୍ତ୍ତା ମନୋନୀତ କରାଯାଇଛି । ଉତ୍ତରଭୁବନେଶ୍ୱର ବିଧାନସଭାକ୍ଷେତ୍ର ପାଇଁ ଉପଦେଷ୍ଟା ୧୦, ଉପସଭାପତି ୧୦, ସାଧାରଣ ସମ୍ପାଦକ ୯, ସମ୍ପାଦକ ୨୫ଜଣଙ୍କୁ ନିଯୁକ୍ତ ଦିଆଯାଇଥିବାନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି।  

ମାଲକାନଗିରିକୁ ୧୫୮ କୋଟି

ମାଲକାନଗିରି,୨୫।୬(ଏସଏସନିଉଜ)ମାଲକାନଗିରି ଜିଲ୍ଲା ପାଇଁ ୧୫୮ କୋଟି ଟଙ୍କା ମଞ୍ଜୁର ହୋଇଛି।୨୧ଟି ସଡ଼କ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ।୨୧ଟି ପ୍ରକଳ୍ପ ଅଧୀନରେ ହେବ ୧୭୨.୫୩ କିମି ରାସ୍ତା। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ କାର୍ଯ୍ୟକାରୀ ହେବ।ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଓ ପଡ଼ିଆରେ ହେବ ରାସ୍ତା।ଜିଲ୍ଲାର ଦୁର୍ଗମ ଅଞ୍ଚଳକୁ ଫିଟିବ ଯୋଗା ଯୋଗର ବାଟ।ଜିଲ୍ଲାଗସ୍ତ ପରେ ସୁପାରିସ କରିଥିଲେ 5T ସଚିବ।

ବାବା ନେଇଗଲେ ସୁନାଚେନ !

ବାରଙ୍ଗ, ୨୪/୬ (ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥପୁର ଗ୍ରାମର ରାକେଶ କୁମାର ପଢ଼ିହାରିଙ୍କ ଘରୁ ତାଙ୍କର ଏକ ସାଢେ ତିନିଭରି ଓଜନର ସୁନାଚେନ ଚୋରି ହୋଇଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ସୂଚନା ମୁତାବକ ରାକେଶ ତାଙ୍କ ପରିବାରର ଗ୍ରହ ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ପାଇଁ ଶନିବାର ସକାଳେ ଦୁଇଜଣ ନାଗା ସାଧୁଙ୍କୁ ଘରକୁ ଡାକିଥିଲେ।ଏହି ସମୟରେ ସେ ନିଜର ସୁନା ଚେନକୁ ଟେବୁଲ ଉପରେ ରଖି ଘର ଭିତରକୁ ଯାଇଥିଲେ।ଘରୁ ବାହାରକୁ ଆସିବା ପରେ ଟେବୁଲ୍ ଉପରେ […]

ଆଜିର ରାଶିଫଳ

୨୫-୬-୨୦୨୩(ରବିବାର)ରାତ୍ରି ଘ୧୨।୪୦ ଗତେ ଐଶାନ୍ୟେ ଯାତ୍ରାଶୁଭ । ବୃଷ ରାଶିର ଘାତଚନ୍ଦ୍ର । ମେଷ ରାଶିର ଘାତବାର । ଦିବା ଘ୧୦।୧୦ ଗତେ ଘ୧।୩୦ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୧।୧୦ ଗତେ ଘ୨।୩୧ ମଧ୍ୟେ କାଳରାତ୍ରି । ମୃତେ ଦ୍ଵିପାଦ ଦୋଷ । ଫଳଂ କୃଷି ଓ ପଶୁ ହାନି । ଭୂମି ଓ ଅନ୍ନ ଦାନ । ଦିବା ଘ୧୧।୬ ଗତେ ତ୍ରିପାଦ ଦୋଷ ।ଫଳଂ ସମ୍ପଦ ହାନି । ଭୂମି […]

ପାଣିପାଇଁ ରାସ୍ତାକୁଆସିବେଏସିଆନ ରେସିଡେନ୍ସି କଲୋନୀବାସୀ

ବାରଙ୍ଗ,୨୪ା୬(ଏସଏସନିଉଜ)ରାଜ୍ୟରେ ଆରମ୍ଭ ହୋଇଯାଇଛି ପାକ୍‌ମୈାସୁମୀ ବର୍ଷା ।ପ୍ରବଳଗ୍ରିଷ୍ମ ପ୍ରବାହରୁ ଜନଜୀବନ ଆଶ୍ୱସ୍ଥ ହୋଇଛି ।କିନ୍ତୁ ବର୍ଷା ଦିନ ଆସିବାରୁ ରାଜଧାନୀ ଉପକଣ୍ଠ ଏସିଆନ ରେସିଦଡେନ୍ସି କଲୋନୀବାସୀଙ୍କ ଚିନ୍ତା ବଢିଯାଇଛି ।ସାମାନ୍ୟ ବର୍ଷାରେ ଘରଆଗରେ ଆଣ୍ଠୁଏପାଣି ଜମିରହୁଥିବା ବେଳେ ଲଗାଣବର୍ଷା ହେଲେ ଘରୁ କିପରିବାହାରିବେ ତାହା ସେମାନଙ୍କ ପାଇଁ ଏବେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରସାଶନର ବହୁବାର ଦ୍ୱାରସ୍ଥ ହୋଇ କୈାଣସି ସୁଫଳ ନମିଳିଥିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବାକୁ ନିଷ୍ପତି ନେଇଛନ୍ତି କଲୋନୀବାସୀ […]

ନନ୍ଦନକାନନରେ ୪ଦିନରେ ୩ମୃତ

ବାରଙ୍ଗ,୨୪।୬ (ଏସଏସନିଉଜ)ନନ୍ଦନ କାନନଙ୍କୁ ବିଶ୍ୱସ୍ତରୀୟ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।କିନ୍ତୁ ନନ୍ଦନକାନନରେ ପଶୁପକ୍ଷୀମାନଙ୍କ ମୃତୁହାର କମିବାର ନାଁ ଧରୁନାହିଁ।ରୋଗ ନିରୂପଣ ନକରିପାରିବା ଏହାର ମୁଖ୍ୟ କାରଣବୋଲି ଚର୍ଚ୍ଚା ଜୋର ଧରିଛି। ନନ୍ଦନକାନନରେ ଗତ୪ଦିନରେ ୩ଟି ପଶୁପକ୍ଷୀ ଙ୍କର ମୃତ୍ୟୁଘଟିଛି ।ବୁଧବାରଦିନ ଏକ ୮ବର୍ଷର ମାଇ ବିଲୁଆ, ଗୁରୁବାରଦିନ ମୟୁର ଓ ଶନିବାରଦିନ ଏକ ଅଣ୍ଡିରା ବଜ୍ରକାପ୍ତାର ଚିକିସ୍‌।ଧିନ ଅବସ୍ଥାରେ ମୃତ୍ୟୁଘଟିଛି । ଗତ ୧ମାସ ତଳେ ବଜ୍ରକାପ୍ତାଟି ହଠାତ ଅସୁସ୍ତ ହୋଇପଡିଥିଲା ।ଧୀରେଧୀରେ […]

ଗାଈଚୋରି କରି ନେଉଥିବା ବେଳେ ଧରିଲା ପୋଲିସ

ବାରଙ୍ଗ, ୨୪/୬ (ଏସଏସନିଉଜ ) ଶୁକ୍ରବାର ବିଳମ୍ବିତ ରାତିରେ ବାରଙ୍ଗଥାନା ପୋଲିସର ଦୁଇଟି ଦଳ ରାସ୍ତାବ୍ଳକିଂ କରି ଚେକିଂ କରୁଥିବାବେଳେ ଗାଈ ଚୋରିଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଥିଲେ।ସେମାନେ ହେଲେ ବିଡ଼ାନାସିଥାନା ଅଧିନସ୍ତ ତୁଳସୀପୁର ଅଂଚଳର ଏସକେ ୱାଜିଦ(୩୭), ସୟିଦ ବାବୁ (୨୮), ମଙ୍ଗଳାବାଗଥାନା ଅଧୀନ କେଶପୁରର ସେକ ଉସମାନ(୪୪), ସେକ ରିୟାଜ଼ (୩୦)। ପ୍ରକାଶ ଯେ,ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣାଙ୍କ ନିର୍ଦ୍ଦେଶରେ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ତ୍ରିଶୂଳିଆ ବଜାର ଏବଂ […]

ଆଜିର ରାଶିଫଳ

ଜୁନ ମାସ ୨୪ ତାରିଖ ୨୦୨୩ ମସିହା(ଶନିବାର) ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୩/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୯,କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା – ଦିବା ଘ୦୬/୫୨ ମଧ୍ୟେ ଓ ଘ୦୪/୪୪ ଗତେ ଘ୦୬/୨୩ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୩ /୦୭ ଗତେ ଘ୦୫/୧୪ ମଧ୍ୟେ ଓ ରାତ୍ରି ଘ୦୭/୧୦ ଗତେ ଘ୦୮/୦୧ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ରବେଳ।- ଦିବା ଘ୦୯ /୧୩ ଗତେ ଘ୧୧/୩୮ ମଧ୍ୟେ, […]