ଭୁବନେଶ୍ୱର,୨୫ା୬(ଏସଏସନିଉଜ)ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ ।ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପକ୍ଷେତ୍ର.ା ଲଘୁଚାପକ୍ଷେତ୍ର ସୃଷ୍ଟିହୋଇଥିବାନେଇ -ଭୁବନେଶ୍ୱର ପାଣିପାଗକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ଅନ୍ୟପଟେ ଅତି ପ୍ରବଳ ବର୍ଷା ଆଶଙ୍କାନେଇ ୧୦ ଜିଲ୍ଲା ସମ୍ବଲପୁର , ସୁବର୍ଣ୍ଣପୁର , ବୌଦ୍ଧ , ଅନୁଗୁଳ , ବରଗଡ଼ , ଦେବଗଡ଼ , ବଲାଙ୍ଗିର , ସୁନ୍ଦରଗଡ଼ , କେନ୍ଦୁଝର ଓ ଝାରସୁଗୁଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୨ ଜିଲ୍ଲା ମୟୂରଭଞ୍ଜ , ବାଲେଶ୍ବର , ଭଦ୍ରକ , ଯାଜପୁର , କଟକ , ଢେଙ୍କାନାଳ , ଖୋର୍ଦ୍ଧା , ନୟାଗଡ଼ , କନ୍ଧମାଳ , କଳାହାଣ୍ଡି , ନବରଙ୍ଗପୁର , ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନାନେଇ ପାଣିପାଗବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।