Browsing yearly archive

2023

ବିସ୍ଫୋରଣରେ ୨ଯବାନ ଗୁରୁତର

  ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଆଇଡି଼ ବିସ୍ଫୋରଣରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ ସୁକ୍‌ମାରେ ଆଇଡି ବିସ୍ଫୋରଣ ଘଟିଛି।ଫଳରେ ୨ଜଣ ଯବାନ ଗୁରୁତର ହୋଇଛନ୍ତି। ସିଆର୍‌ପିଏଫ୍‌ ଓ କୋବ୍ରା ବାଟାଲିଅନକୁ ମାଓବାଦୀମାନେ ଟାର୍ଗେଟ୍‌ କରିଥିଲେ। ସାଲାଟଙ୍ଗ ନିକଟରେ ବିସ୍ଫୋରଣ ଘଟାଇଥିଲେ ମାଓବାଦୀ ।ଗୁରୁତର ୨ ଜଣ ଯବାନଙ୍କୁ ରାୟପୁର ଏୟାରଲିଫ୍ଟ କରିବାକୁ ଉଦ୍ୟମ ହୋଇଛି।

ATMରୁ ଲୁଟ୍

ଭୁବନେଶ୍ବର,୧୧।୧୦(ଏସଏସନିଉଜ)ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟ SBI ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିରେ ଥିବା ଏଟିଏମ୍‌ରୁ ଲୁଟ୍‌ କରାଯାଇଥିବା ବେଳେ ଗ୍ୟାସ୍‌ କଟରରେ କାଟି ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟି ଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଲିଙ୍ଗରାଜଥାନା ପୋଲିସ ପହଁଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

୨ଜୀବନ ନେଲେ ମହୁମାଛି

କାମାକ୍ଷାନଗର,୧୧।୧୦(ଏସଏସନିଉଜ) ମହୁମାଛି ଆକ୍ରମଣରେ ୨ଜଣଙ୍କର ଜୀବନ ଯାଇଛି। କାଦୁଆ ଗାଁର ୨ ଜଣ ବିଲରୁ ଫେରିଲା ବାଟରେ ମହୁମାଛି ଆକ୍ରମଣ କରିଥିଲା। ମହୁମଛିଙ୍କ ଆକ୍ରମଣ ଏତେ କଷ୍ଟଦାୟକ ଥିଲା ଯେ ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ନିଜକୁ ଜାଳିଦେଲେ ଛାତ୍ରୀ

ଆସିକା,୧୧।୧୧(ଏସଏସନିଉଜ) ନିଜକୁ ଜାଳିଦେଲେ ନାବାଳିକା କଲେଜ ପଢ଼ୁଆ ଛାତ୍ରୀ। ଭେଟନଇ ଗାଁରେ ପେଟ୍ରୋଲ ଢାଳିହୋଇ ନିଆଁ ଲଗାଇ ଦେଲେ। ଘଟଣାସ୍ଥଳରେ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କାହିଁକି ଏପରି କଲେ ତାହା ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍‌ ଆରମ୍ଭ କରିଛି।

ଦଶପଲ୍ଲାରେ ଫଳକ ତାତି

ଦଶପଲ୍ଲା,୧୧।୧୨(ଏସଏସନିଉଜ) NACରେ ଜୋର ଧରିଲା ନାମ ଫଳକ ରାଜନୀତି। ମାସିକିଆ ବୈଠକ ଅଧାରୁ ଛାଡ଼ି ପଳାଇଲେ ବିଜେଡି କାଉନସିଲର। ଅଧ୍ୟକ୍ଷାଙ୍କ ବିରୋଧରେ ନାରାବାଜି କରି ଛାଡ଼ି ପଳାଇଲେ।ଦିନକ ପୂର୍ବରୁ ୨ଟି କଲ୍ୟାଣ ମଣ୍ଡପ ପାଇଁ ଅଧ୍ୟକ୍ଷା ଶୁଭ ଦେଇଥିଲେ। କାଲି ସେହି ସ୍ଥାନରେ ସ୍ଥାନୀୟ ବିଧାୟକ ଆଉ ଥରେ ଶୁଭ ଦେଇଥିଲେ। ଗୋଟିଏ ପ୍ରକଳ୍ପ ପାଇଁ ଦୁଇଟା ନାମଫଳକକୁ ନେଇ ବିବାଦ ତେଜିଥିବାର କୁହାଯାଉଛି।

ଆଜିର ରାଶିଫଳ

୨୦୨୩ମସିହା ଡିସେମ୍ବରମାସ ୧୧ତାରିଖ ସୋମବାର। ଶ୍ରୀମନ୍ଦିରରେଦେବ ଦୀପାବଲ୍ବ୍ୟୁତ୍ସବ ଆରମ୍ଭ, ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୧୪/୫୧ ,ସୂର୍ଯ୍ୟାସ୍ତ- ଘ୫/୪/୪୭ ,ମାର୍ଗଶିର ମାସ ,କୃଷ୍ଣ ପକ୍ଷ ,ଚନ୍ଦ୍ର ବାସ ,ତିଥି- ତ୍ରୟୋଦଶୀ ଦିବା ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ବିଶାଖା ନକ୍ଷତ୍ର ଦିବା ଘ୧୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ, ଦିବା ଘ୭/୭ମି ପରେ ପଶ୍ଚିମ ଦିଗରେ। ରିକ୍ତାତିଥି, ବିଷ୍ଟିକରଣ ଓ ରବି ମଙ୍ଗଳଯୁକ୍ତଦୋଷ ହେତୁ ସୂର୍ଯ୍ୟୋଦୟରୁ […]

ପୁଅକୁ କାନ୍ଧରେ ଧରି କାଳିଆଧାମ

ଭୁବନେଶ୍ୱର,୧୦ା୧୨(ଏସଏସନିଉଜ)ପୁଅକୁ କାନ୍ଧରେ ଧରି କାଳିଆଧାମ । ମାନସିକ ପୂରଣ ପରେ ଭାରାରେ ପୁଅକୁ ନେଇ ଆସିଲେ ପୁରୀ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭିଡ଼ ଜମିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ମାନସିକ ପୂରଣ ହେବା ପରେ ପୁଅ ଝିଅଙ୍କୁ ଭାରାରେ ଆଣିଛନ୍ତି ଜଣେ ଭକ୍ତ । ଜଟଣୀ କୁସୁମାଟିରୁ ଚାଲି ଚାଲି ଆସିଛନ୍ତି ଅଜୟ କୁମାର ଖମାରୀ । ତାଙ୍କ ପୁଅ ଅସୁସ୍ଥ ଥିବାରୁ ଦୀର୍ଘ ଦିନ ଧରି ଆଇସିୟୁରେ […]

ସରିଲା ମହାଲଢେଇ

ବାରଙ୍ଗ,୧୦ା୧୨(ଏସଏସନିଉଜ)ରବିବାରଦିନ ଉଦଯାପିତ ହୋଇଯାଇଛି ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ଣାମେଣ୍ଟ । କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ୍ ରେ ୧୦ଦିନଧରି ଚାଲିଥିବା ଏହି ଟୁର୍ଣାମେଣ୍ଟର ଅନ୍ତିମ ଦିବସର ଫାଇନାଲମ୍ୟାଚରେ ଗ୍ରାମାଞ୍ଚଳ ବି ଡିଭିଜନର ପ୍ରଥମମ୍ୟାଚ ଜୟଦୁର୍ଗାକ୍ଲବ ଆମଣ ୫-୪ ଟାଏ ବ୍ରେକରରେ ରଘୁନାଥଜୀଉ ପୁରଣକୁ ପରାସ୍ତ କରି ଚଳିତବର୍ଷର ଚମ୍ପିୟାନଟ୍ରଫି ଲାଭ କରିଥିଲା ।ସେହିଭଳି ଗ୍ରାମାଞ୍ଚଳ ଏ ଡିଭିଜନରେ ମାମଙ୍ଗଳକ୍ଲବ ଗୋଠପୂର ୫-୪ ଟାଏବ୍ରେକରରେ ସ୍ଵର୍ଣ ଦେବୀକ୍ଲବ, ବଉଳକୁଦକୁ ହରାଇ ଚଳିତବର୍ଷ ଏ ଡିଭିଜନର […]

ଆଜିର ରାଶିଫଳ

ଡିସେମ୍ବର ମାସ ୧୦ ତାରିଖ ୨୦୨୩ ମସିହା(ରବିବାର)ମାର୍ଗଶିରମାସ-କୃଷ୍ଣପକ୍ଷ ,ତିଥି- ଦ୍ୱାଦଶୀ ପ୍ରାତଃ ଘ ୦୭/୧୧ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ନକ୍ଷତ୍ର- ସ୍ଵାତୀ ଦିବା ଘ ୧୨/୨୮ ପର୍ଯ୍ୟନ୍ତ ତଦନ୍ତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୪/୩୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୪/୩୯ ,ଯୋଗିନୀ ନୈରୁତେ ପ୍ରାତଃ ଘ ୦୭/୧୧ଗତେ ଦକ୍ଷିଣେ , ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷ ରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୧୮ ଗତେ ଘ୦୧/୦୧ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳ। […]

ସର୍ବଭାରତୀୟ ଗଣ୍ଡରପୁରକପ ଫୁଟବଲ ଟୁର୍ନାମେଣ୍ଟ

ବାରଙ୍ଗ,୯ା୧୨(ଏସଏସନିଉଜ) କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଗଣ୍ଡରପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ ରେ ଚାଲୁଥିବା ସର୍ବଭାରତୀୟ ଗଣ୍ଡରପୁର କପ ଫୁଟବଲ ଟୁର୍ନାମେଣ୍ଟର ସପ୍ତମ ଦିନରେ ଗ୍ରାମାଞ୍ଚଳର ପ୍ରଥମ ସେମିଫାଇନାଲରେ ସ୍ବର୍ଣ୍ଣଦେବୀ କ୍ଲବ ବଉଳକୁଦ ୧-୦ ଗୋଲରେ ଇଲେଭେନ ଗାଁ କ୍ଲବ ତିନିଘରିଆକୁ ପରାସ୍ତକରି ପ୍ରଥମଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ୧୦ ନମ୍ବର ଜର୍ସିରେ ଖେଳୁଥିବା ଦୀନବନ୍ଧୁ ଦାସ ଖେଳର ୩୩ତମ ମିନଟରେ ଦଳକୁ ବିଜୟୀ ସୂଚକ ଗୋଲ ଦେଇଥିଲେ । ମ୍ୟାନ ଅଫଦି ମ୍ୟାଚ […]