Browsing daily archive

February 27, 2024

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୮ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୬/୧୧/୨୨ ,ସୂର୍ଯ୍ୟାସ୍ତ- ଘ୫/୪୭/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୪/୨୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୪/୨୬ମିପରେ ଦକ୍ଷିଣଦିଗରେ।ରିକ୍ତାତିଥିଦୋଷ ହେତୁ ରାତ୍ରିଘ୪/୨୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର-ରାତ୍ରି ଘ୯/୪୬ମିମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୯/୨ମିରୁ ଘ୧୦/୩୦ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୮ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୩/୨ମି ରୁ ଘ୪/୩୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ […]

ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର

ବାରଙ୍ଗ,୨୭।୨(ଏସଏସନିଉଜ) ମଙ୍ଗଳବାର ଅପରାହ୍ନ ସମୟରେ ଗୋଡିସାହିଫାଣ୍ଡି ଅଧୀନସ୍ଥ ରତାଗଡ ରେଳ ଧାରଣା ନିକଟ ପୁରୀ ମୁଖ୍ୟ କେନାଲଭିତରକୁ ଭାରସାମ୍ୟ ହରାଇଏକ ଦୃତଗାମୀକାର ପସିଯାଇଥିଲା।ସୌଭାଗ୍ୟ ବଶତଃ କାରଚାଳକ ଗାଡିର କାଚ ଭାଙ୍ଗି ବାହାରି ପହଁରି ପଳାଇଆସିଥିବାରୁ ବଞ୍ଚି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ପହଁଚି ପାଣିଭିତରୁ କାରଟିକୁ ଉଦ୍ଧାର କରି କାର ଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ। ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ସାଢେ଼ ତିନିଟା ସମୟରେ […]

ଚୋରୀକରି ଧରାହେଲେ ୪

ମେଣ୍ଢାଶାଳ,୨୭।୨(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ମଙ୍ଗଳବାର ଦିନ ଏକ ପ୍ରଜେକ୍ଟରୁ ଚୋରିକରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟଚାଳନ କରିଛି।ସେମାନେ ହେଲେ ଏହିଥାନା ଅଧିନସ୍ତ ପାଇକେରାପୁର ଗ୍ରାମ ଭୋଇସାହିର ମହେଶ୍ୱର ଭୋଇ,ଶିବୁଭୋଇ,ବିକାଶ ଭୋଇ ଓ ବିଶ୍ଵନାଥ ଭୋଇ।ପୋଲିସ ଏମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ପାଣିପମ୍ପ, ପ୍ଲାଷ୍ଟିକରଶି ଜବତ କରିଛି। ପ୍ରକାଶ ଯେ,କଳିଙ୍ଗ ନଗରରେ ରହୁଥିବା ବିକ୍ରମ କୁମାର ଗିରି ନାମକ ବ୍ୟକ୍ତି ପାଇକେରାପୁର ଗ୍ରାମ ନିକଟରେ ଏକ ପ୍ରୋଜେକ୍ଟ କରିଛନ୍ତି।ଗତ୧୪ତାରିଖ ରାତିରେ ପ୍ରୋଜେକ୍ଟ ମଧ୍ୟରୁ ୨ପାଣିପମ୍ପ,ପାଇପ,ପ୍ଲାଷ୍ଟିକରଶିସହ ଅନ୍ୟାନ୍ୟ […]

ମେଡିକାଲ୍‌ ଫାଣ୍ଡିରେ ଶବ!

ବଲାଙ୍ଗିର,୨୭।୨(ଏସଏସନିଉଜ) ମେଡିକାଲ୍‌ ଫାଣ୍ଡିରେ ରହିଛି ଶବ।ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର ହୋଇଯାଇଛନ୍ତି।ତେବେ ସମ୍ପର୍କୀୟ ମାନଙ୍କୁ ଖୋଜୁଛି ପୋଲିସ।ମେଡିକାଲ ଫାଣ୍ଡିରେ ଅଭିଯୋଗ କଲେ ଶବ ଆଣିଥିବା ଗାଡ଼ିଡ୍ରାଇଭର। ଅଭିଯୋଗପରେ ଗାଡ଼ି ସହ ମୃତଦେହ ଫାଣ୍ଡିକୁ ଆଣିଛି ପୋଲିସ।ମୃତମହିଳା ଜଣଙ୍କ ବଙ୍ଗମୁଣ୍ଡା ଅଞ୍ଚଳର ହୋଇଥିବା ସୂଚନା ମିଳିଥିବାବେଳେମହିଳାଙ୍କୁ କିଛିଦିନ ତଳେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ମୃତ୍ୟୁପରେ ଜଣେ ସମ୍ପର୍କୀୟ ବୋଲେରୋ ରେ ଆଣିଥିଲେ।ଭଡ଼ାଟଙ୍କା ଆଣିବାକୁ ଯାଉଛି କହି ମେଡିକାଲପାଖରେ ଛାଡ଼ି ଚମ୍ପଟ୍‌ ମାରିଛନ୍ତି ସମ୍ପର୍କୀୟ।

ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର,୨୭।୧(ଏସଏସନିଉଜ)ତ୍ରୁଟିମାନିଲେ CHSE ପରୀକ୍ଷା ନିୟନ୍ତ୍ରକ।ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ।ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି।ମୋଟ ୧୯ନମ୍ବର ଚଏସ୍‌ ଡେଫିସିଟ ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।ଯେଉଁପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ […]

କୋର୍ଟରେ ହାଜରହେଲେ ସୋମାଲିକା

ଭୁବନେଶ୍ୱର,୨୭।୧(ଏସଏସନିଉଜ)ସୋମାଲିକାଙ୍କୁ ବିଧାୟକ ବିଜୟଶଙ୍କରଙ୍କ ପ୍ରତାରଣା ଅଭିଯୋଗ ମାମଲାରେଜଗତସିଂହପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେସୋମାଲିକା। କୋର୍ଟଙ୍କ ନୋଟିସ ଅନୁସାରେ ହାଜର ହୋଇଛନ୍ତି ସୋମାଲିକା। ପ୍ରୋଟେଷ୍ଟ ପିଟିସନ ଦାଖଲ କରିବୁ କହିଛନ୍ତି ସୋମାଲିକାଙ୍କ ଓକିଲ।

୪ମହାକାଶଚାରୀଙ୍କ ନାଁ ଘୋଷଣା

ଭୁବନେଶ୍ୱର,୨୭।୧(ଏସଏସନିଉଜ) ଗଗନଯାନ ମିଶନରେ ମହାକାଶ ଯିବାକୁଥିବା ୪ଜଣଙ୍କ ନାଁ ଘୋଷଣା ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ୪ ଜଣଙ୍କ ନାଁ ଘୋଷଣା କଲା ଇସ୍ରୋ।ଭାରତୀୟ ବାୟୁସେନା ର ୪ପାଇଲଟ୍‌ ଯିବେ ମହାକାଶ।ଗ୍ରୁପ୍‌ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲକୃଷ୍ଣନାୟାର,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଜିତ୍‌ କ୍ରିଷ୍ଣନ୍‌,ଗ୍ରୁପ୍‌ କ୍ୟାପ୍‌ଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଳା।୪ ମହାକାଶଚାରୀଙ୍କୁ ୱିଙ୍ଗ ଲଗାଇ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ।

ଓଲଟିଲାବସ୍‌,୧୫ଆହତ

ତେଲକୋଇ,୨୭।୨(ଏସଏସନିଉଜ)ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌।ଯାହାଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଫୁଲଝରରୁ ପାଲଲହଡ଼ା ଯିବା ବାଟରେ ତରମାକ୍ତ ପାଖରେ ଓଲଟି ପଡିଥିଲା।୧୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।