ଚୋରୀକରି ଧରାହେଲେ ୪

ମେଣ୍ଢାଶାଳ,୨୭।୨(ଏସଏସନିଉଜ)ଚନ୍ଦକା ଥାନା ପୋଲିସ ମଙ୍ଗଳବାର ଦିନ ଏକ ପ୍ରଜେକ୍ଟରୁ ଚୋରିକରିଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରି କୋର୍ଟଚାଳନ କରିଛି।ସେମାନେ ହେଲେ ଏହିଥାନା ଅଧିନସ୍ତ ପାଇକେରାପୁର ଗ୍ରାମ ଭୋଇସାହିର ମହେଶ୍ୱର ଭୋଇ,ଶିବୁଭୋଇ,ବିକାଶ ଭୋଇ ଓ ବିଶ୍ଵନାଥ ଭୋଇ।ପୋଲିସ ଏମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ପାଣିପମ୍ପ, ପ୍ଲାଷ୍ଟିକରଶି ଜବତ କରିଛି।
ପ୍ରକାଶ ଯେ,କଳିଙ୍ଗ ନଗରରେ ରହୁଥିବା ବିକ୍ରମ କୁମାର ଗିରି ନାମକ ବ୍ୟକ୍ତି ପାଇକେରାପୁର ଗ୍ରାମ ନିକଟରେ ଏକ ପ୍ରୋଜେକ୍ଟ କରିଛନ୍ତି।ଗତ୧୪ତାରିଖ ରାତିରେ ପ୍ରୋଜେକ୍ଟ ମଧ୍ୟରୁ ୨ପାଣିପମ୍ପ,ପାଇପ,ପ୍ଲାଷ୍ଟିକରଶିସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବାର ସେ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।ପୋଲିସ୫୨/୨୪ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।ବିଶେଷ ସୂତ୍ରରୁ ଖବରପାଇ ଚନ୍ଦକାଥାନା ଅଧିକାରୀ ପିକେ ଜେନା ମଙ୍ଗଳବାର ସକାଳେ ପାଇକେରାପୁର ଭୋଇସାହି ଉପରେ ଚଢ଼ାଉ କରି ବିଶ୍ୱନାଥ ଭୋଇ ,ମହେଶ୍ୱର ଭୋଇଙ୍କୁ ଧରିବାପରେ ସେମାନେ ଅନ୍ୟ ଦୁଇଜଣ ସହଯୋଗୀଙ୍କ ଦ୍ୱାରା ଚୋରି କରିଥିବାର ମାନିଯାଇ ଥିଲେ।ଘରେ ଲୁଚାଇରଖିଥିବା ଏକ ପାଣି ପମ୍ପ ଓ ପ୍ଲାଷ୍ଟିକ ରାଶିକୁ ପୋଲିସ ଜବତ କରିଥିଲା।ପରେ ପୋଲିସ ଏମାନଙ୍କୁ ସହଯୋଗ କରିଥିବା ଶିବୁ ଭୋଇ ଓ ବିକାଶ ଭୋଇକୁ ମଧ୍ୟ ଗିରଫ କରିଥିଲା।ଆଜି ସେମାନଙ୍କୁ କୋର୍ଟଚାଲଣ କରିଛି।ଏମାନେ ଏହିଭଳି ଚୋରିମାନ କରିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇବାପରେ ଏମାନଙ୍କୁ ୧୫ଦିନିଆ ରିମାଣ୍ଡର ରେ ଆଣିବାକୁ କୋର୍ଟରେ ପୋଲିସ ଆବେଦନ କରିଥିବାର ଥାନାଅଧିକାରୀ ପି.କେ.ଜେନା ସୂଚନା ଦେଇଛନ୍ତି।(ପଦ୍ୱଚରଣବଡଜେନାଙ୍କରିପୋର୍ଟ)

Comments (0)
Add Comment