Browsing monthly archive

February 2024

ଓଡ଼ିଶାରେ ତିଆରିହେବ ପ୍ରତିରକ୍ଷାଯନ୍ତ୍ରାଂଶ

ଭୁବନେଶ୍ୱର,୨୩।୨(ଏସଏସନିଉଜ)ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ। ରାଜ୍ୟସରକାରଙ୍କ ସହ କଲ୍ୟାଣୀଷ୍ଟିଲର ଏମଓୟୁ ସ୍ବାକ୍ଷର ହୋଇଛି।ଟିଟାନିୟମ୍ ଓ ଏରୋସ୍ପେସ୍ କମ୍ପୋନେଣ୍ଟ ମାନୁଫାକ୍ଚରିଂ ୟୁନିଟ୍‌ ତିଆରି ହେବ।ଢେଙ୍କାନାଳ ଗଜମରାରେ ୧୧ଶହ ଏକର ଜମି ଚିହ୍ନଟ ହୋଇଛି।ସେପ୍ଟେମ୍ବରରୁ ଆରମ୍ଭ ହେବ ପ୍ରକଳ୍ପ କାମ ଓ ୨୪ ମାସରେ ଉତ୍ପାଦନ ହେବ।୨ପର୍ଯ୍ୟାୟରେ ପୁଞ୍ଜିନିବେଶ କରାଯିବାକୁ ଲକ୍ଷ ରଖାଯାଇ ଥିବାବେଳେ ପ୍ରଥମ ୧୧ ହଜାର ୭୫୦କୋଟି ନିବେଶ ହେବ।

ପରୀକ୍ଷା ଦେବା ପୂର୍ବରୁ ଆତ୍ମହତ୍ୟା!

ଧାମନଗର,୨୩।୨(ଏସଏସନିଉଜ)ଆଜି ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଅଭିଷେକ ପଣ୍ଡାପରୀକ୍ଷା ଦେବାକୁ ଯିବା ପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଛାତ୍ର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ରାଢ଼ ଗ୍ରାମର।ସେ ଭଦ୍ରକଜିଲ୍ଲା ଧାମନଗରଥାନା ଅଧୀନ ଜାହାଙ୍ଗୀର ଶାସନ ଗାଁରେ ନିଜ ମାଉସୀଙ୍କ ଘରେ ରହିପଢୁଥିଲେ।ଆଜି ମାଉସୀଙ୍କ ଶାଢ଼ୀରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଅଭିଷେକ ପ୍ରଥମ ଦିନମାଟ୍ରିକପରୀକ୍ଷାର ସାହିତ୍ୟ ପରୀକ୍ଷା ଦେଇଥିଲେ। ଆଜି ସକାଳୁ କବାଟ ନ ଖୋଲିବାରୁ ଘର ଲୋକେ ପୁଲିସକୁ ସୂଚନା ଦେଇଥିଲେ। […]

ବନ୍ଦଘରୁ ୨ମୃତଦେହ ଉଦ୍ଧାର

ବ୍ରହ୍ମପୁର,୨୩।୨(ଏସଏସନିଉଜ) ଜରଡାଥାନା ଅନ୍ତର୍ଗତ ଚୁଡିଆଲାଞ୍ଜି ଗ୍ରାମରେ ମାପୁଅଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡିଛି ।ମୃତକ ମହିଳା ଜଣକ ହେଉଛନ୍ତି ଦାଲି ନିଲାବେଣି (୨୫) ତାଙ୍କ ପୁଅ ଦାଲି ରିତିକ୍ (୦୭)ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୋଲିସପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।ବନ୍ଦଘରୁ ଆଜିସକାଳୁ ଦୁଇଜଣଙ୍କ ମୃତଦେହ ଉଦ୍ଧାରକରିଛି ପୋଲିସ ।ମହିଳା ଜଣଙ୍କ ଦୁବାଇରେ କାମକରନ୍ତି ବୋଲି ଜଣାପଡିଛି।ତେବେ ମୃତୁର ପକୃତକାରଣ ଜଣାପଡିନାହିଁ।

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୩ତାରିଖ ଶୁକ୍ରବାର।ନୀଳଚକ୍ରର ପ୍ରତିଷ୍ଠାତା ସ୍ବର୍ଗତ ବ୍ରହ୍ମାନନ୍ଦ ପଣ୍ଡାଙ୍କ ପୁଣ୍ୟତିଥି, ଅଗ୍ନୁତ୍ସବ, ପୂର୍ଣ୍ଣିମାର ଚନ୍ଦ୍ରୋପ ବାସ, ଯୋରନ୍ଦାମେଳା, ମାଘମେଳା।ସୁର୍ଯ୍ୟୋଦୟ- ଘ୬/ ୧୪/୫୪,ସୂର୍ଯ୍ୟାସ୍ତ- ଘ୫/୪୫/୩୪,ମାଘମାସ, ଶୁକ୍ଳପକ୍ଷ,ଭୃଗୁବାସ,ତିଥି- ଚତୁର୍ଦ୍ଦଶୀ ଦିବା ଘ୩/୪୩ମି ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ।ଯୋଗିନୀସ୍ଥିତି ଓ ଦୂର ଯାତ୍ରା- ଯୋଗିନୀ ପଶ୍ଚିମଦିଗରେ,ଦିବା ଘ୩/୪୩ମି ପରେ ବାୟବ୍ୟ କୋଣରେ।ରିକ୍ତାତିଥି, ବିଷ୍ଟିକ ରଣ,ମଙ୍ଗଳସପ୍ତପରେ ରବିସପ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ରାତ୍ରି ଘ୮/୧୫ମିପରେ କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ଚତୁର୍ଦ୍ଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ଆପିଏଲ୍‌୨୦୨୪ ଖେଳସୂଚୀ ଘୋଷଣା

ଭୁବନେଶ୍ୱର,୨୨।୨(ଏସଏସନିଉଜ)ଆଗାମୀ IPL 2024 ସିଜିନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ଉତ୍ସାହ ବଢ଼ିବାରେ ଲାଗିଛି ।ଚଳିତବର୍ଷ ନିର୍ବାଚନ ଥିବାରୁ ଦୁଇଟିପର୍ଯ୍ୟାୟରେ ଆପିଏଲ୍‌ ଖେଳସୂଚୀ ଘୋଷଣା କରାଯିବ ।ମାର୍ଚ୍ଚ ଏପ୍ରିଲ ମଧ୍ୟରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ଏହାରି ମଧ୍ୟରେ IPL 2024 ପ୍ରଥମ ପର୍ଯ୍ୟାୟ ଖେଳସୂଚୀ ଘୋଷଣା ହୋଇଛି । ମାର୍ଚ୍ଚ ୨୨ ତାରିଖରୁ ଆଇପିଏଲ ୨୦୨୪ ଆରମ୍ଭ ହେବ ।IPL2024ର ପ୍ରଥମମ୍ୟାଚ୍‌ ଚେନ୍ନାଇରେ ଖେଳାଯିବାକୁ ଥିବାବେଳେ ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଚେନ୍ନାଇ ସୁପର କଙ୍ଗ୍‌ସ […]

ଆଜିର ରାଶିଫଳ

ଫେବୃଆରୀମାସ ୨୨ତାରିଖ ୨୦୨୪ମସିହା (ଗୁରୁ ବାର)ମାଘମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ ଦିବା ଘ ୦୧/୨୮ ପର୍ଯ୍ୟନ୍ତ ତଦନ୍ତେଚତୁର୍ଦ୍ଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୫/୫୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/ ୪୬/୦୯,ଯୋଗିନୀ ଦକ୍ଷିଣେ ଦିବା ଘ୦୧/୨୭ ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୨/୫୫ ଗତେ ଘ୦୫/୪୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ରାତ୍ରି ଘ୧୨/୫୮ ଗତେ ଘ୦୩/୦୪ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୭/ ୫୧ ମଧ୍ୟେ ଓ ଘ୧୧/୦୨ ଗତେ ଘ୧୨/୫୭ ମଧ୍ୟେ,ବାଇଗଣ ଦିବା ଘ୦୧/୨୮ଗତେ ବିରି ଭକ୍ଷଣ ନିଷେଧ। ମେଷ👉ବାଣିଜ୍ୟ, ବ୍ୟବସାୟରେ ଆୟ […]

ବିଜେପିରେ ମିଶିଲେ ଗୋପାଳପୁର ବିଧାୟକ

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଜେପିରେ ମିଶିଲା ପରେ ରାଜ୍ୟ ସରକାରଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି, ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି । ରାଜ୍ୟରୁ ନବୀନ ସରକାର ହଟାଇବାର ଆବଶ୍ୟକତା ରହିଛି ।ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା,ଏକଛତ୍ରବାଦୀ ସରକାର ହଟାଇ, ଲୋକତନ୍ତ୍ର ସରକାର ଆଣିବାର ସମୟ ଆସିଯାଇଛି।ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।

ବିଶ୍ୱସ୍ତରୀୟ ଲୁକ୍‌ରେ ନିର୍ମାଣ ହେବ..

ଭୁବନେଶ୍ୱର,୨୧।୨(ଏସଏସନିଉଜ)ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।ଏହାକୁ ସଂପୂର୍ଣ୍ଣ ରୂପେ ଭଙ୍ଗାଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ ବୋଲି ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା।ଯେଉଁ ଜମିସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ସେଠାରେ ଅତ୍ୟାଧୁନିକ ସୁବିଧା ଥିବା ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ ନିର୍ମିତ ହେବ। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।ନୂଆ ଷ୍ଟାଡିୟମରେ […]

ତିନି ଆଇଆଇସିଙ୍କୁ ବାରଙ୍ଗପ୍ରେସକ୍ଲବ ପକ୍ଷରୁ ଶେଭେଛା

ବାରଙ୍ଗ,୨୦ା୨(ଏସଏସନିଉଜ)ବାରଙ୍ଗପ୍ରେସକ୍ଲବ ତରଫରୁ ସୋମବାରରାତିରେ ନନ୍ଦନକାନନ ,ବାରଙ୍ଗ ଓ ଚନ୍ଦକାଥାନାରେ ନୁଆକରି ଯୋଗଦେଇଥିବା ଥାନାଅଧିକାରୀଙ୍କୁ ସୈାଜନ୍ୟମୁଳକଭାବେ ସାକ୍ଷାତ କରାଯାଇଥିଲା ।ତିନି ଆଇଆଇସିଙ୍କୁ କ୍ଲବ ପକ୍ଷରୁ ଶୁଭେଛା ଜଣାଇବା ସହ ଖବରଦାତା ଓ ପୋଲିସ ସହ ଥିବା ସୁସର୍ମ୍ପକ କିପରି ସୁଦୃଢ ହୋଇପାରିବ ସେଥିପାଇଁ ଆଲୋଚନା କରାଯାଇଥିଲା ।   ଏହା ସହ ନନ୍ଦନକାନନଆଇଆଇସି ସମିତାମିଶ୍ର , ବାରଙ୍ଗଆଇଆଇସି ବିଶ୍ୱରଞନନାୟକ ,ଚନ୍ଦକା ଆଇଆଇସି ପ୍ରଦୀପକୁମାରଜେନାଙ୍କୁ ସେମାନଙ୍କଥାନା ଅଧିନସ୍ଥ ବିଭିର୍ଣଗ୍ରାମରେ ଥିବା ସମସ୍ୟା ଓ ପୋଲିସ ଭୁମିକାର ଆବଶ୍ୟକତାକୁନେଇ ଦୃଷ୍ଟିଆକର୍ଷଣ କରାଯାଇଥିଲା […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୧ତାରିଖ ବୁଧବାର।ବରାହ ଦ୍ଵାଦଶୀ,ସୁର୍ଯ୍ୟୋଦୟ- ଘ୬/୧୬/ ୧୪,ସୂର୍ଯ୍ୟାସ୍ତ- ଘ୫/୪୪/୪୨,ମାଘମାସ, ଶୁକ୍ଳପକ୍ଷ,ପଣ୍ଡିତବାସ,ତିଥି- ଦ୍ବାଦଶୀ ଦିବା ଘ୧୧/୨୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୧୧/୨୯ମିପରେ ଦକ୍ଷିଣଦିଗରେ।ଅଗନ୍ତବ୍ୟତିଥି, ମଙ୍ଗଳସପ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର– ଦିବାଘ୮/୨୮ମିମଧ୍ୟେ କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ଦିବା ଘ୧୧/୨୯ମିପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳାଦିବା ଘ୯/୬ମି ରୁ ଘ୧୦/୩୨ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୯ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୩/୫ମି ରୁ ଘ୪/୩୮ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୫୦ମିମଧ୍ୟେ, ଘ୧୨/୩୮ମି ରୁ ଘ୨/୧୪ମି ମଧ୍ୟେ,ସନ୍ଧ୍ୟା […]