Browsing daily archive

March 10, 2024

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୧୧ତାରିଖ ସୋମବାର।ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ତରାବୀ ଆରମ୍ଭ।ସୁର୍ଯ୍ୟୋଦୟ- ଘ୬/୨/୧୦,ସୂର୍ଯ୍ୟାସ୍ତ- ଘ୫/୫୧/୪୬,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି- ପ୍ରତିପଦ୍ ଦିବା ଘ୧୦/୫୯ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ଯୋଗ- ଶୁଭଯୋଗ ଦିବା ଘ୧/୧୧ମି ପର୍ଯ୍ୟନ୍ତ ତଦନ୍ତେ ଶୁକ୍ଳଯୋଗ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ।ଦିବା ଘ୧୦/ ୫୯ମି ପରେ ଉତ୍ତର ଦିଗରେ। ତିଥିଦୋଷ ହେତୁ ଦିବା ଘ୧୦/୫୯ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର– ଧନୁରାଶିର […]

ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ। ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର […]

ନିର୍ବନ୍ଧପାର୍ଟିରୁ ଗିଫ୍ଟବ୍ୟାଗ ଲୁଟ୍‌!

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅତିଥୀ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର।ଜୟଦେବ ବିହାର ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ।ମୈତ୍ରୀବିହାର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ସିସିଟିଭିରୁ ୨ଜଣଙ୍କୁ ଚିହ୍ନଟ କରିଛି ପୋଲିସ।

IDBIରେ ଠକେଇ:-ଆଉ ୨ ଗିରଫ

ଭୁବନେଶ୍ୱର,୧୦।୩(ଏସଏସନିଉଜ)IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW।ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଜଣ ଗିରଫ ହୋଇଛନ୍ତି।ପୂର୍ବ ମ୍ୟାନେଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗିରଫ ହୋଇଛନ୍ତି।୩୫ଜଣଙ୍କୁ ଋଣ ଦେବାନାଁରେ ୩.୭୦ କୋଟି ଠକେଇ କରିଥିଲେ।

ୟୁସୁଫପଠାନ ଟିଏମ୍‌ସି ପ୍ରାର୍ଥୀ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି।ବହରାମପୁରରୁ ସାଂସଦପ୍ରାର୍ଥୀ ହେଲେ ୟୁସୁଫ ପଠାନ।୪୨ଜଣିଆ ସାଂସଦପ୍ରାର୍ଥୀ ଘୋଷଣାକଲେ ମମତା ବାନାର୍ଜୀ।ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌।କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର ବୋଲି ଜଣାପଡିଛି।

ସବୁ ଆସନପାଇଁ ପ୍ରସ୍ତୁତି କରୁଛୁ

ଭୁବନେଶ୍ୱର,୧୦।୩(ଏସଏସନିଉଜ)ବିଜେପି ରାଜ୍ୟନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାନସଭା ହେଉ କିମ୍ବା ଲୋକସଭା ସବୁ ଆସନ ପାଇଁ ଆମେ ପ୍ରସ୍ତୁତି କରୁଛୁ।ଗୋଟିଏ ଗୋଟିଏ ଆସନପାଇଁ ଚର୍ଚ୍ଚା ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ଲତା କହିଛନ୍ତି ଆପଣମାନେ ଚର୍ଚ୍ଚା କରୁଛନ୍ତି, ଆମେ ନୁହେଁ, ସବୁ ଆସନ ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

ବିଷପିଇ ଦମ୍ପତିଙ୍କ ଆତ୍ମହତ୍ୟା !

  ନରସିଂହପୁର,୧୦।୩(ଏସଏସନିଉଜ) ଘରୁ ଦମ୍ପତିଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି।ମାଣିଆବନ୍ଧ ଥାନା ମାଣିଆବନ୍ଧଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଛି।ପାରିବାରିକ କଳହରୁ ଦମ୍ପତି ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯିବା ସହ ପୋଲିସ ମୃତଦେହ ଜବତ କରି କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ କରିଛି।

ସ୍କୁଲକର୍ମଚାରୀଙ୍କୁ ମିଳିବ ସାମୟିକଛୁଟି

ଭୁବନେଶ୍ୱର,୧୦।୩(ଏସଏସନିଉଜ)ଅନୁଦାନପ୍ରାପ୍ତ ସ୍କୁଲ କର୍ମଚାରୀଙ୍କୁ ମିଳିବ ୧୫ଦିନର ସାମୟିକ ଛୁଟି।ଶିକ୍ଷକ ଓ ଅଣଶିକ୍ଷକଙ୍କୁ ବର୍ଷକୁ ମିଳିବ ୧୫ ଦିନର ସାମୟିକ ଛୁଟି।ମହିଳାକର୍ମଚାରୀଙ୍କୁ ମିଳିବ ୧୮୦ ଦିନର ସବୈତନିକ ମାତୃତ୍ୱ ଛୁଟି ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ। ଏହାଦ୍ୱାରା ୩୩ହଜାର ୪୨୦ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ ବୋଲି ଜଣାପଡିଛି।

ଦାଣ୍ଡରେ ପଡିଛି ମୃତଦେହ!

ଖୋର୍ଦ୍ଧା,୧୦।୩(ଏସଏସନିଉଜ) ବୋଲଗଡ଼ଥାନା ମାଣିବନ୍ଧ ଗାଁ ଦାଣ୍ଡରେ ପଡ଼ିଛି ଜଣେ ବ୍ୟକ୍ତିଙ୍କ ମୃତଦେହ।ପୂର୍ବଶତ୍ରୁତାରୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଛନ୍ତି।ଖବରପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ପହଁଚି ତଦନ୍ତ ଆରମ୍ଭ କରିଛି।ଏହାକୁନେଇ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।

ଜେଲ୍‌ରୁ ୨ କଏଦୀ ଫେରାର!

ଟିଟିଲାଗଡ଼,୧୦।୩(ଏସଏସନିଉଜ)ଟିଟିଲାଗଡ଼ ଉପ- କାରାଗାରରୁ ୨କଏଦୀ ଫେରାର ହୋଇଯାଇଛନ୍ତି।ଗତକାଲି ରାତିରୁ ୨କଏଦୀ ଚମ୍ପଟ ମାରିଥିବା ସୂଚନା ମିଳିଛି।ଉଭୟ ହତ୍ୟାମାମଲାରେ ଦୋଷୀସାବ୍ୟସ୍ତ ହୋଇ ସଜା କାଟୁଥିଲେ।ତେବେ କଏଦୀଦ୍ୱୟ କିଭଳି ଖସିଗଲେ ତାହାକୁନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।