ପ୍ରଶାନ୍ତଙ୍କ ପାଇଁ ପ୍ରତାପଙ୍କ ପ୍ରଚାର

ଭୁବନେଶ୍ୱର,୧୦।୩(ଏସଏସନିଉଜ)ପାଖେଇ ଆସିଲାଣି ନିର୍ବାଚନ।ତେବେ ବିଜେଡି- ବିଜେପି ମେଣ୍ଟ ହେବ କି ଏକାଏକା ଲଢ଼ିବେ ଏହାକୁନେଇ ଚର୍ଚ୍ଚା ଜୋର ଧରିଛି ।ଏହାରିଭିତରେ ପ୍ରତାପ ଜେନାଙ୍କ ଭାଷଣ ସରଗରମ ଆଲୋଚନା ହେଉଛି।ମେଣ୍ଟ ଚର୍ଚ୍ଚା ଭିତରେ ଦଳ ଘୋଷଣା କରିବା ପୂର୍ବରୁ ସାଲେପୁରପାଇଁ ପ୍ରଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରିଦେଲେ ବିଧାୟକ ପ୍ରତାପ ଜେନା। ଗତକାଲି ସାଲେପୁର ମାଳଶାସନରେ ଆୟୋଜିତ ଏକ ସଭାରେ ପ୍ରତାପ କହିଛନ୍ତି ପ୍ରଶାନ୍ତ ବେହେରା ଏଥର ୫୦ ହଜାର ଭୋଟରେ ଜିତିବେ।
ସାଲେପୁର ବିଧାୟକ ପ୍ରଶାନ୍ତବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ ପ୍ରତାପଜେନା।ପ୍ରଶାନ୍ତ ବେହେରାଙ୍କୁ ଟିକେଟନେଇ ଦେଲେ ଗ୍ରୀନ ସିଗନାଲ୍‌।ନିର୍ବାଚନରେ ୫୦ ହଜାର ଭୋଟରେ ଜିତିବେ ପ୍ରଶାନ୍ତ ବୋଲି ପ୍ରତାପ କହିଲେ।ବୈଠକରେ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ମଧ୍ୟ ଉପସ୍ଥିତ ଥିଲେ।

Comments (0)
Add Comment