Browsing daily archive

March 22, 2024

କେଜ୍ରିୱାଲଙ୍କୁ ୬ଦିନିଆ ଇଡି ରିମାଣ୍ଡ

ଭୁବନେଶ୍ୱର,୨୨।୩(ଏସଏସନିଉଜ)ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୬ ଦିନିଆ ଇଡି ରିମାଣ୍ଡରେ ନେଇଛି।ଆସନ୍ତା ୨୮ତାରିଖ ଯାଏଁ ରିମାଣ୍ଡରେ ଯିବେ କେଜ୍ରିୱାଲ।୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି।୬ଦିନିଆ ରିମାଣ୍ଡ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୋର୍ଟଙ୍କ ଅନୁମତି ମିଳିଛି।ମଦଦୁର୍ନୀତି ମାମଲାରେ ଗତକାଲି ଗିରଫ ହୋଇଥିଲେ କେଜ୍ରିୱାଲ।

ଆଜିରରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୨୩ତାରିଖ ଶନିବାର।ଶିବଚତୁର୍ଦ୍ଦଶ୍ୟୁପବାସ ଓ ବେଢା ପରିକ୍ରମା (ସ୍ନୁହୀ ଚତୁର୍ଦ୍ଦଶୀ)।ସୁର୍ଯ୍ୟୋଦୟ- ଘ୫/୫୧/୫୨ ,ସୂର୍ଯ୍ୟାସ୍ତ- ଘ୫/୫୫/୧୦ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ତ୍ରୟୋଦଶୀ ମଳ ଦିବା ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ନକ୍ଷତ୍ର (ଅହୋରାତ୍ର)।ଯୋଗ- ଶୂଳଯୋଗ ରାତ୍ରି ଘ୯/୦ମି ପର୍ଯ୍ୟନ୍ତ ତଦନ୍ତେ ଗଣ୍ଡଯୋଗ। କରଣ- ତୈତିଳକରଣ ଦିବା ଘ୭/୨୬ମି ପର୍ଯ୍ୟନ୍ତ ତଦନ୍ତେ ଗରକରଣ ରାତ୍ରି ଘ୮/୪୫ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ଦିବା ଘ୭/୨୭ମିପରେ ପଶ୍ଚିମଦିଗରେ। ଶନିବାର, ମଳତିଥି ପରେ ରିକ୍ତାତିଥି, ଶନି ମଙ୍ଗଳସପ୍ତଦୋଷ […]

ସୁଯୋଗ ନଥିବାଜାଣି ପଳାଇଲେ- ପ୍ରତାପ ଜେନା

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ କି ଲୋକଙ୍କ ପାଇଁ କାମ କରୁନଥିଲେ ।ଏହାସହ ଲୋକଙ୍କ ସହ ସଂପର୍କ ନଥିଲା ।ଜନ ଅସନ୍ତୋଷ ସତ୍ତ୍ୱେ ନବୀନବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ ।ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ ।ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା ବୋଲି […]

ଦିଲ୍ଲୀରୁ ଚୋରି ସୋରରେ କାବୁ

ସୋର,୨୨ା୩(ଏସଏସନିଉଜ) ଦିଲ୍ଲୀରୁ ଚୋରି କରି ପଳାଇ ଆସିଥିବା ଯୁବକକୁ କାବୁ କରିଛି ପୋଲିସ ।ରଘୁନାଥପୁର ଗାଁର ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସାତାଠାରୁ ଚୋରି କରିଆଣିଥିବା ୮୦୦ ଗ୍ରାମ ଓଜନର ସୁନା ମୂର୍ତ୍ତି ଜବତ କରିଛି ପୋଲିସ ।ଏହାସହ ଯୁବକଙ୍କ ନିକଟରୁ ସୁନା ଓ ହୀରା ଗହଣା ମଧ୍ୟ ଜବତ କରିଛି ପୋଲିସା ଦିଲ୍ଲୀରେ ଜଣେ ପୂଜାରୀଙ୍କ ନିକଟରେ କାମ କରୁଥିଲେ ଯୁବକା  

ସବୁ ଆସନରେ ଲଢିବ ବିଜେଡି

ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଏବେ ଦୂର ହୋଇଛି ବିଜେଡି-ବିଜେପି ମେଣ୍ଟ ଦ୍ୱନ୍ଦ୍ୱ ।ସବୁ ଆସନରେ ଲଢିବ ବିଜେଡି ।୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢିବ ବିଜେଡ଼ି। ସୋସିଆଲ ମିଡିଆରେ ପୋଷ୍ଟ କଲେ ପ୍ରଣବ ପ୍ରକାଶ ଦାସ ।ମନମୋହନଙ୍କ ପୋଷ୍ଟ ପରେ ବିଜେଡ଼ି ସଂଗଠନ ସଂପାଦକ ବବିଙ୍କ ପୋଷ୍ଟ ।ବିଜେଡ଼ି ସମସ୍ତ ଆସନରେ ଲଢ଼ିବ ପୋଷ୍ଟ କଲେ ପ୍ରଣବ ପ୍ରକାଶା ଲୋକଙ୍କ ସମର୍ଥନରେ ନବୀନଙ୍କ ନେତୃତ୍ୱରେ ତିନି ଚତୁର୍ଥାଂଶ ସିଟ୍ ପାଇବୁ ବୋଲି ସେ ଲେଖିଛନ୍ତି ।

ଏକାକୀ ଲଢ଼ିବ ବିଜେପି !

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ରାଜ୍ୟରେ ବିଜେପି ଏକାକୀ ଲଢ଼ିବବୋଲି ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ ସାମଲ।ଏକ୍ସ ଜରିଆରେ ସ୍ପଷ୍ଟ କଲେ ବିଜେପି ସଭାପତି ମନମୋହନ।ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବୁ। ବିକଶିତ ଓଡ଼ିଶା ଗଠନ ନିମନ୍ତେ ବିଜେପି ଏକା ଲଢ଼ିବ ବୋଲି କହିଛନ୍ତି।ମୋଦି ସରକାରଙ୍କ ଅନେକ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚି ପାରୁନି। ଓଡ଼ିଶାର ଗରିବଲୋକେ କେନ୍ଦ୍ରୀୟଯୋଜନାର ଫାଇଦା ପାଉନାହାନ୍ତି।ଅନେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନୁ। ଓଡ଼ିଶାବାସୀଙ୍କ ସ୍ୱାର୍ଥସହ ଜଡ଼ିତ ଅନେକ […]

ବିଜେଡି ଛାଡ଼ିଲେ ଭର୍ତ୍ତୃହରି

ଭୁବନେଶ୍ୱର,୨୨।୩(ଏସଏସନିଉଜ)ବିଜେଡିରୁ ଇସ୍ତଫା କଟକସାଂସଦ ଭର୍ତ୍ତୃହରି ମହତାବ।ଏଥରକୁ ମିଶାଇ କଟକରୁ ୬ଥର ସାଂସଦ ଭର୍ତ୍ତୃହରି।ପ୍ରେସମିଟରେ ଇସ୍ତଫାନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି।ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବସହ ଇସ୍ତଫାପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛି ବୋଲି କହିଲେ।ଇସ୍ତଫା କାହିଁକି ଦେଲେ ଖୋଲି କହିଲେ ଭର୍ତ୍ତୃହରି ମହତାବ।ସେ କହିଲେ ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା। ବୋଲି କହିଥିଲେ।ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି ନିଷ୍ପତ୍ତି କଠୋର […]