ସୁଯୋଗ ନଥିବାଜାଣି ପଳାଇଲେ- ପ୍ରତାପ ଜେନା

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଭର୍ତ୍ତୃହରିଙ୍କ ଇସ୍ତଫା ନେଇ ବିଜେଡି ନେତା ପ୍ରତାପ ଜେନା ତାଙ୍କ ମନ୍ତବ୍ୟରେ କହିଛନ୍ତି ଭର୍ତ୍ତୃହରି ନିର୍ବାଚନ ମଣ୍ଡଳୀରେ ଲୋକଙ୍କୁ ସମୟ ଦେଉନଥିଲେ କି ଲୋକଙ୍କ ପାଇଁ କାମ କରୁନଥିଲେ ।ଏହାସହ ଲୋକଙ୍କ ସହ ସଂପର୍କ ନଥିଲା ।ଜନ ଅସନ୍ତୋଷ ସତ୍ତ୍ୱେ ନବୀନବାବୁ ତାଙ୍କୁ ୨୦୧୯ରେ ଟିକେଟ ଦେଇଥିଲେ ।ଏଥର ଆଉ ତାଙ୍କ ପାଇଁ ସୁଯୋଗ ନଥିବା ଜାଣି ସେ ଛାଡ଼ି ପଳାଇଲେ ।ଛଅ ଥର ତାଙ୍କୁ ସାଂସଦ କରିଥିବା ଦଳକୁ ଛାଡ଼ି ଚାଲିଯିବା ଦୁଃଖର କଥା ବୋଲି ସେ କହିଛନ୍ତି ।

Comments (0)
Add Comment