Browsing yearly archive

2024

ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକସଂଘ

ଭୁବନେଶ୍ୱର,୧୪ା୧(ଏସଏସନିଉଜ) ୨୯ ତାରିଖରୁ ପ୍ରାଥମିକ ଶିକ୍ଷକସଂଘ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଯାଉଛି ।ତିନିଦଫା ଦାବିନେଇ ଲୋୟର ପିଏମଜିରେ ପୁଣି ଶିକ୍ଷକମାନେ ଏକାଠିହେବାକୁ ଯାଉଛନ୍ତି । ଜାନୁଆରୀ ୨୭ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିବା ବେଳେ ଅଦ୍ୟାବଧି ଦାବି ପୂରଣ ହୋଇନାହିଁ।

ଭିଜିଲାନ୍ସଏସ୍‌ପିର ପରିଚୟ ଦେଉଥିବା ଅଧ୍ୟାପକ ହେଲେ ଗିରଫ

ଭୁବନେଶ୍ବର,୧୪ା୧(ଏସଏସନିଉଜ)ଭିଜିଲାନ୍ସଏସ୍‌ପି ଭାବେ ପରିଚୟ ଦେଇ ଠିକାଦାରଙ୍କ ଠାରୁ ୭ ଲକ୍ଷ ୬୦ ହଜାର ଟଙ୍କା ଚୂନ ଲଗାଇବା ଅଭିଯୋଗରେ ମନୋଜ କୁମାର ମାଝୀ ନାମକ ଅଧ୍ୟାପକ ଗିରଫ ହୋଇଛନ୍ତି। ମନୋଜ ମୟୂରଭଞ୍ଜ ଜିଲ୍ଲା ଉଦଳାସ୍ଥିତ ଝାଡେଶ୍ୱରୀ କଲେଜରେ ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପକ ଅଟନ୍ତି।ଗତ ମେ୩୧ତାରିଖରେ ରାୟଗଡ଼ା ଅଞ୍ଚଳର ମନୋଜ କୁମାର ଚୌଧୁରୀ ନାମକ ଜଣେ ଠିକାଦାରଙ୍କୁ ଭିଜିଲାନ୍ସ ଏସପି ଭାବେ ପରିଚୟ ଦେଇ ଭିଜିଲାନ୍ସକାର୍ଯ୍ୟାଳୟର କନଷ୍ଟ୍ରକସନ କାମ ଦେବାପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାନେଇ ଅଭିଯୋଗରେ […]

କଟାମୁଣ୍ଡ ପଛର କାରଣ କଣ

ଯାଜପୁର,୧୪ା୧(ଏସଏସନିଉଜ)ଆଜି ଯାଜପୁରରୋଡ୍ ପୁଲିସ ଜଣଙ୍କ ବାଡିରେ ପଡିଥିବା ଜଣେଶିଶୁର କଟାମୁଣ୍ଡକୁ ଉଦ୍ଧାର କରିଛି ।ତେବେ ଶିଶୁଟିକୁ ବଳିପକାଇଦେବାପରେ କଟାମୁଣ୍ଡକୁ ପକାଇ ଦେଇଥିବାର ଗ୍ରାମବାସୀମାନେ ଆଶଙ୍କା କରୁଛନ୍ତି । ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗାଁର ଜଣଙ୍କ ବାଡିରେ ଏକ ଶିଶୁର କଟାମୁଣ୍ଡ ପଡିଥିବାର ଗତକାଲି ବିଳମ୍ବିତ ରାତିରେ ଦେଖିବାକୁ ମିଳିଥିଲା ।ତେବେ ପୋଲିସ କଟାମୁଣଦଡକୁ ଜବତ କରି ତଦନ୍ତଆରମ୍ଭ କରିଥିବାବେଳେ ଶିଶୁଟିର ଅଦ୍ୟାବଧି ପରିଚୟ ମିଳିପାରିନଥିବାର ଜଣାପଡିଛି ।

କମ୍ବଳ ତଳେ  ରକ୍ତଜୁଡୁବୁଡୁ ମୃତଦେହ

ବାଲିଅନ୍ତା,୧୪ା୧(ଏସଏସନିଉଜ)ଗତକାଲି ରାତିରେ ବାଳକାଟି ଫାଣ୍ଡି ଅନ୍ତର୍ଗତ ସାଗୁଆ ଗ୍ରା‌ମରୁ ବିଶ୍ବଜିତ ନାୟକ(୪୩) ଓରଫ ବାବୁ ନାମକ ଯୁବକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ବାବୁଙ୍କ ତଂଟିକୁ ଧାରୁଅଅସ୍ତ୍ରରେ କେହି କାଟି କମ୍ବଳଘୋଡାଇ ଦେଇଥିବାର ଜଣାପଡିଛି ।ତେବେ ଏହି ବୀଭତ୍ସ ହତ୍ୟା ପ୍ରାୟ ୨ ଦିନ ତଳେ ଘଟିଥିବା ଅନୁମାନ କରାଯାଉଛି। ବାବୁକୁ କିଏ ହତ୍ୟାକଲା ଓ ତାର ଉଦ୍ଦେଶ୍ୟ କଣା ତାହା ସ୍ପଷ୍ଟ ହୋଇପାରିନାହିଁ । ବାବୁ ଅଧିକାଂଶ ସମୟରେ ଭୁବନେଶ୍ବରରେ ରହୁଥିବାବେଳେ ଗତ ଦୁଇ […]

ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ

ଜଗତସିଂହପୁର,୧୪ା୧(ଏସଏସନିଉଜ) ଜାହାଜରୁ ଜଣେ କ୍ରିଉ ସଦସ୍ୟ ସମୁଦ୍ରକୁ ଡେଇଁପଡିଲୋ ଆଜି ସକାଳେ ଏଭଳି ଘଟଣା ପାରାଦୀପ ବନ୍ଦରରୁ କୋକେନ୍ ଜବତ ହୋଇଥିବା ଜାହାଜରେ ଘଟିଛି।ତାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାରକରାଯାଇ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛିା ଏହି ସଦସ୍ୟ ଭିଏତନାମର ନାଗରିକ ହୋଇଥିବାବେଳେ ତାଙ୍କ ନାମ ବୁଇ କଂ ହୁ। ଗତ ଡିସେମ୍ବର ୧ ତାରିଖ ରେ ଜାହାଜ ରୁ ୨୨୦ କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ ୨୧ କ୍ରିଉ ସଦସ୍ୟଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୧୪ତାରିଖ ରବିବାର। ତ୍ର୍ୟହସ୍ପର୍ଶ ଇତ୍ୟାଦିର ଗ୍ରହପୂଜା, ଶ୍ରୀଜୀଉଙ୍କ ନବାଙ୍କବେଶ, ମାସାନ୍ତ।ବିବିଧ- ଶରଣ।ଦିବା ଘ୧୧/ ୧୨ମିସମୟେ ମାସାନ୍ତପ୍ରବେଶ।ସୁର୍ଯ୍ୟୋଦୟ- ଘ୬/୨୮/୮ ,ସୂର୍ଯ୍ୟାସ୍ତ- ଘ୫/୨୩/୮ ,ପୌଷମାସ .ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ତୃତୀୟା ଦିବା ଘ୮/୨୬ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀକ୍ଷୟ ନିଶାନ୍ତଘ୫/୨୭ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ, ଦିବା ଘ୮/୨୬ମିପରେ ନୈର୍ଋତକୋଣରେ।ନିଶାନ୍ତ ଘ୫/୨୭ମିପରେ ଦକ୍ଷିଣଦିଗରେ।ତ୍ର୍ୟହସ୍ପର୍ଶତିଥି,ବ୍ୟତିପାତ,ଶନିଯୁକ୍ତ,ବିଷ୍ଟିକରଣ ଦୋଷହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ,ଦିବାଘ୮/୨୬ମିପରେ ମୂଳାଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବାଘ୧୦/୩୫ମି ରୁ […]

ନୂଆ ଷ୍ଟେସନ ମେମୁ ଲୋକାର୍ପଣ

ଭୁବନେଶ୍ୱର,୧୩ା୧(ଏସଏସନିଉଜ) ନୂଆଷ୍ଟେସନ ଓ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବାବାଲେଶ୍ୱରଜିଲ୍ଲା ଗୋପୀନାଥପୁର ରେଳଷ୍ଟେସନ୍‌ର ଲୋକାର୍ପଣ ସାଙ୍ଗକୁ ନୀଳଗିରି-ବାଲେଶ୍ୱର ମେମୁଟ୍ରେନ୍‌କୁ ନୀଳଗିରିରେ ପତାକା ଦେଖାଇ ଶୁଭାରମ୍ଭ କଲେ ରେଳ ମନ୍ତ୍ରୀ ।ନୀଳଗିରିରୁ ଟ୍ରେନ୍ ଗଡ଼ିବା ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବତାଙ୍କ ମନ୍ତବ୍ୟରେ କହିଛନ୍ତି ଓଡ଼ିଶା ବିକାଶ ପାଇଁ କିଛି ଲୋକଙ୍କ ଇଚ୍ଛା ନାହିଁ ।ପୂର୍ବତନ ଦୁଇ କଂଗ୍ରେସ ମନ୍ତ୍ରୀ କାହ୍ନୁ ଲେଙ୍କା ଓ ଶ୍ରୀକାନ୍ତ ଜେନାଙ୍କୁ ସମାଲୋଚନା କଲେ ଅଶ୍ୱିନୀ ବୈଷ୍ଣବାଉଭୟଙ୍କର ଯଦି କରିବାର ଇଚ୍ଛା […]

ଗଛରେ ଝୁଲୁଛନ୍ତି ପ୍ରେମୀଯୁଗଳ

ଲକ୍ଷ୍ମୀପୁର,୧୩ା୧(ଏସଏସନିଉଜ) ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛିାଦଶମନ୍ତପୁର ଥାନା ଝଡ଼ିପାଇ ଗାଁର ଆମ୍ବତୋଟାରୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଯୁବତୀଙ୍କ ଓଢଣୀରେ ଝୁଲୁଛି ଦୁଇମୃତଦେହ । ମୃତକଦ୍ୱୟ ଝଡ଼ିପାଇ ଗାଁର ବୋଲି ଜଣାପଡିଥିବାବେଳେ ଦୁଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବାର ସୂଚନା ମିଳିଛି ।ବିବାହ ଲାଗି ପରିବାର ଲୋକେ ରାଜି ନହେବାରୁ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

ଛୁଆକୁ ବଞ୍ଚାଇବାକୁଯାଇ ଜଳିଗଲା ମାଆ

କାମାକ୍ଷାନଗର , ୧୩ା୧(ଏସଏସନିଉଜ)ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଯାଇଛି ମାଆାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଚୁଲିରେ ପାଣି ଗରମ କରୁଥିବା ବେଳେ ନିଆଁ ଲାଗି ମାଆ ଗୁରୁତର ଆହତ ହୋଇଥିଲେ ।ଭୁବନଥାନା କୃଷ୍ଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି ।ଚୁଲିରେ ପାଣି ଗରମ କରୁଥିବା ବେଳେ ଛୁଆ ପଡ଼ିଯାଇଥାଆନ୍ତା ।ଛୁଆକୁ ଟାଣି ଆଣୁଥିବା ବେଳେ ଶାଢ଼ିରେ ନିଆଁଲାଗିଯିବାରୁ ଜଳିଯାଇଥିଲେ ।ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରୁ ଢେଙ୍କାନାଳକୁ ସ୍ଥାନାନ୍ତର କରାଯାଇଥିବାର ଜଣାପଡିଛି […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୧୩ତାରିଖ ଶନିବାର। ସୁର୍ଯ୍ୟୋଦୟ- ଘ୬/୨୮/୪ ,ସୂର୍ଯ୍ୟାସ୍ତ- ଘ୫/୨୨/୨୮ ,ପୌଷମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ଦ୍ବିତୀୟା ଦିବା ଘ୧୧/୩୩ମିପର୍ଯ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଶ୍ରବଣା ନକ୍ଷତ୍ର ଦିବାଘ୧/୪୫ମି ପର୍ଯ୍ୟନ୍ତ ତଦନ୍ତେ ଧନିଷ୍ଠା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ଦିବାଘ୧୧/୩୩ମିପରେ ଆଗ୍ନେୟକୋଣରେ।ଶନିବାର,ମାସଦଗ୍ଧା,ଦ୍ବିତୀୟା ଓ ପାପମଧ୍ୟଚନ୍ଦ୍ରଦୋଷ। ରାତ୍ରି ଘ୧୨/୩୩ ମିପରେ ଶନିଯୁକ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ସିଂହରାଶିର ଏବଂ ରାତ୍ରି ଘ୧୨/୩୩ମିପରେ ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର–ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଏବଂ ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]