Browsing yearly archive

2024

ମନ୍ତ୍ରୀଙ୍କ ଗାଡିକୁ ଧକାଦେଲା ମାଲବାହୀ ଭ୍ୟାନ୍‌

ବଲାଙ୍ଗିର,୧୨।୧(ଏସଏସନିଉଜ) ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି।ବଲାଙ୍ଗିରରୁ ଫେରିଲା ବେଳେ ବଡ଼ମାଲ ଫପ୍ସି ଛକରେ ଦୁର୍ଘଟଣା ଘଟିଥିଲା।ମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଇଥିଲା ଏକ ମାଲବାହୀ ଭ୍ୟାନ୍‌।ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ମନ୍ତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି।

ଦୁର୍ଘଟଣା ଜଣେମୃତ , ଜଣେ ଗୁରୁତର

ଆନନ୍ଦପୁର,୧୨।୧(ଏସଏସନିଉଜ) ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟିପଡିଲା କାର୍‌।କାର୍‌ରେ ଥିବା ଜଣେ ମୃତ ଓ ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି।ହସନପୁର ଟୋଲ୍‌ ଗେଟ୍‌ ନିକଟ ଡିଭାଇଡରରେ ପିଟି ହୋଇଯାଇଥିଲା।ମୃତକ ସ୍ଥାନୀୟ ଘଟଗାଁ ଅଞ୍ଚଳର ହୋଇଥିବାବେଳେ ପାରାଦୀପ ରୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଚାଲିଛି କାମ,ଆସିବେ ପ୍ରତିନିଧିଦଳ

ବାରଙ୍ଗ,୧୧ା୧(ଏସଏସନିଉଜ) ନନ୍ଦନକାନନକୁ ଆସିବେ କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ପ୍ରତିନିଧିଦଳ ।ଏଥିପାଇଁ ସମସ୍ତେ ସଜାଗ ହୋଇପଡିଛନ୍ତି ।ନନ୍ଦନକାନନର ପରିସରକୁ ଅଧିକ ଆକର୍ଷଣୀୟ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବାର ଦେଖିବାକୁ ମିଳିଛି ।ବନ୍ୟପ୍ରାଣି ଚିକିସ୍‌ାଳୟଠାରୁ ଆରମ୍ଭ କରି ବିଭିର୍ଣ ଏନକ୍ଲୋଜର, ଜୀବଜନ୍ତୁମାନଙ୍କ ନାମଫଳକ ସୁରକ୍ଷା ପ୍ରାଚୀର ସବୁର ମରାମତିକାମ ଆରମ୍ଭ ହୋଇଯାଇଛି । ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ […]

ଆଉ ଜଳବନ୍ଦି ହେବନାହିଁ ରଘୁନାଥପୁର

ବାରଙ୍ଗ,୧୧ା୧(ଏସଏସନିଉଜ) ରାଜଧାନୀ ଉପକଣ୍ଠ ରଘୁନାଥ ପୁରଗ୍ରାମ ଆଉ ଜଳବନ୍ଦିରେ ରହିବ ନାହିଁ ।ଜଳବନ୍ଦିରୁ ମୁକ୍ତ ହେବାପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ସାମାନ୍ୟବର୍ଷା ହେଲେ ବର୍ଷା ଜଳ ନିସ୍କାସନ ପାଇଁ ଦେଖାଦେଉଥିବା ସମସ୍ୟା ଆଉ ରହିବନାହିଁ ।ଭୁବନେଶ୍ୱରଉତର ବିଧାୟକ ସୁଶାନ୍ତକୁମାରରାଉତ ଏହାର ସ୍ଥାୟୀ ସମାଧାନ ପାଇଁ ଦେଇଥିବା ପ୍ରତିଶୃତି ଏବେ ପୁରଣ ହେବାକୁଯାଉଛି ।ନନ୍ଦନକାନନ ମୁଖ୍ୟରାସ୍ତାପାଶ୍ୱର୍ରେ ଯାଇଥିବା ଡ୍ରେନର ନବୀକରଣ ହେବାକୁ ଯାଉଛି । ଏଥିନିମନ୍ତେ ଭୁବନେଶ୍ୱର ରାସ୍ତା ଓ କୋଠା ବିଭାଜନ ପକ୍ଷରୁ ଆରମ୍ଭ ହୋଇଯାଇଛି […]

ଆରମ୍ଭ ହେଲା ମେଣ୍ଢାଶାଳରେ ଧାନମଣ୍ଡି

ମେଣ୍ଢାଶାଳ,୧୧ା୧(ଏସଏସନିଉଜ)ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ମେଣ୍ଢାଶାଳ ସେବାସମବାୟ ସମିତି ମାଧ୍ୟମରେ ଚଳିତବର୍ଷର ପ୍ରଥମଧାନମଣ୍ଡି ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି ।ମେଣ୍ଢାଶାଳ ମିନିବ୍ୟାଙ୍କ ସମ୍ମୁଖରେ ସେବା ସମବାୟ ସମିତିର ସଭାପତି ମହେନ୍ଦ୍ର କୁମାର ପ୍ରଧାନଙ୍କ ପୈାରହିତ୍ୟ ରେ ଅନୁଷ୍ଠିତ ଏହି ଉଦଘାଟନୀ ଉସ୍‌ବରେ ଶାଖା ପରିଚାଳକ ବିକାଶକୁମାର,ସମିତିର ପରିଚାଳନା ସଭ୍ୟ ରାଜଖାନ୍‌, କାଳୁଚରଣ ଦାସ,ଓ ଚାଷୀ ମାନଙ୍କ ମଧ୍ୟରେ ଭାସ୍କରଚନ୍ଦ୍ର ସୁବଦ୍ଧି,ବିଜୟଚନ୍ଦ୍ର ବଡଜେନା, ଜୟଚନ୍ଦ୍ରମିଶ୍ର, ସର୍ବେଶ୍ୱର ସାମନ୍ତରାୟ ,ପିତବାସ ପ୍ରଧାନ,ଜଟଣୀନିୟନ୍ତ୍ରିତବଜାରକମିଟି ପକ୍ଷରୁ ଅରୁପା ନନ୍ଦସ୍ୱାଇଁ ପ୍ରମୁଖ ଉପସ୍ଥିତଥିଲେ ।ସମିତିର ସମ୍ପାଦକ ହିମାଂଶୁସାମନ୍ତରାୟ […]

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୧୨ତାରିଖ ଶୁକ୍ରବାର। ଦ୍ବିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ, ଜାତୀୟ ଯୁବ ଦିବସ।ସୁର୍ଯ୍ୟୋଦୟ- ଘ୬/୨୭/୫୫ ,ସୂର୍ଯ୍ୟାସ୍ତ- ଘ୫/୨୧/୫୧ ,ପୌଷ ମାସ ,ଶୁକ୍ଳ ପକ୍ଷ ,ଭୃଗ ବାସ ,ତିଥି- ପ୍ରତିପଦ୍ ଦିବା ଘ୨/୪୧ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା।ନକ୍ଷତ୍ର- ଉତ୍ତରାଷାଢ଼ା ନକ୍ଷତ୍ର ଦିବା ଘ୪/୯ମି ପର୍ଯ୍ୟନ୍ତ ତଦନ୍ତେ ଶ୍ରବଣା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୨/୪୧ମି ପରେ ଉତ୍ତର ଦିଗରେ। ଦର୍ଶତିଥି, ମାସଦଗ୍ଧା, ଦ୍ବିତୀୟା ଓ ରବି […]

ଆଜିର ରାଶିଫଳ

ଜାନୁଆରୀମାସ ୧୧ ତାରିଖ ୨୦୨୪ମସିହା (ଗୁରୁ ବାର)ପୌଷମାସ-କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ସନ୍ଧ୍ୟା ଘ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ, ସୁର୍ୟୋଦୟ-ପ୍ରାତଃ ଘ୦୬ /୨୮/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୨୧/୪୯,ଯୋଗିନୀ ଐଶାନ୍ୟେ ସନ୍ଧ୍ୟା ଘ୦୫/୪୨ ପର୍ଯ୍ୟନ୍ତ ତଦନ୍ତେ ପୂର୍ବେ, ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ, ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୪୦ଗତେ ଘ୦୫ /୨୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୪୦ ମଧ୍ୟେ ଓ ରାତ୍ରି ଘ୦୬/୧୦ଗତେ ଘ୦୯/ ୨୨ ମଧ୍ୟେ,ବିଶୁଦ୍ଧ […]

ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ।ଏଣିକି ଗୁଗଲ ମ୍ୟାପିଂ ଦ୍ବାରା ଚିହ୍ନଟ ହେବେ ଅଭିଯୁକ୍ତ।ଅପରାଧ ନିୟନ୍ତ୍ରଣର ନୂଆ ଉପାୟ ଆଣିବାକୁ ଯାଉଛି କମିଶନରେଟ୍ ପୋଲିସ।ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣେଇବ।ବିଭିନ୍ନ ଟେଲିକମ ସଂସ୍ଥାର ସାହାଯ୍ୟ ନେବ ପୋଲିସ।ପ୍ରଥମ ପର୍ଯ୍ୟାୟରେ ସ୍ନାଚିଂ ଓ ଲୁଟ୍ ଘଟଣାକୁ ଗୁରୁତ୍ବ ଦିଆଯିବ ବୋଲିପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରୁ ହୋର୍ଡିଂ ହଟୁ

ଭୁବନେଶ୍ୱର,୧୦।୧(ଏସଏସନିଉଜ)ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ହଟାଇବାକୁ ଅପରାଜିତା ଦାବି ଉଠାଇଛନ୍ତି।ପ୍ରେସମିଟରେ ଦାବି କରୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି।ନୂଆବର୍ଷ ପରଦିନ ମୋର ସମସ୍ତହୋର୍ଡିଂ ବିଏମ୍‌ସି ହଟାଇ ଦେଇଥିଲା।ନୀତି , ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ। ଅନ୍ୟ ହୋର୍ଡିଂ ହଟୁ ଓ ବିଏମ୍‌ସି କମିଶନର ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ବୋଲି କହିଛନ୍ତି ଅପରାଜିତା ।

ସାଂସଦଭାବେ ଲଢ଼ିବେ ଜୁଏଲ!

ଭୁବନେଶ୍ୱର,୧୦।୧(ଏସଏସନିଉଜ) ଶେଷଥର ପାଇଁ ସାଂସଦଭାବେ ଲଢିବାକୁ ଇଛାକରିଛନ୍ତି କହିଲେ ଜୁଏଲ ଓରାମ।ବିଧାୟକପ୍ରାର୍ଥୀ ହେବାନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ରଖିଲେ ଜୁଏଲ।ସାଂସଦଭାବେ ଲଢ଼ିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ।ଯଦି କେନ୍ଦ୍ରଚାହେଁ , ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି ବୋଲି କହିଛନ୍ତି।