Browsing daily archive

September 21, 2025

ଆଜିର ରାଶିଫଳ

ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ।ତୃତୀୟଂ ଚନ୍ଦ୍ରଘଣ୍ଟେତି କୂଷ୍ମାଣ୍ଡେତି ଚତୁର୍ଥକମ୍।।ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ।ସପ୍ତମଂ କାଳରାତ୍ରୀତି ମହାଗୌରୀତି ଚାଷ୍ଟମମ୍।।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ।ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା।।ଦେବୀଙ୍କର ନଅଟି ସ୍ୱରୂପ ରହିଛି, ତାହାକୁ “ନବଦୁର୍ଗା” କହନ୍ତି। ତାଙ୍କର ପୃଥକପୃଥକ୍ ନାମ ମଧ୍ୟ ରହିଛି । ପ୍ରଥମନାମ ଶୈଳପୁତ୍ରୀ, ଦ୍ୱିତୀୟନାମ ବ୍ରହ୍ମଚାରିଣୀ, ତୃତୀୟନାମ ଚନ୍ଦ୍ରଘଣ୍ଟା, ଚତୁର୍ଥନାମ କୁଷ୍ମାଣ୍ଡା, ପଞ୍ଚମନାମ ସ୍କନ୍ଦମାତା, ଷଷ୍ଠନାମ କାତ୍ୟାୟନୀ, ସପ୍ତମନାମ କାଳରାତ୍ରୀ, ଅଷ୍ଟମନାମ ମହାଗୌରୀ, ନବମନାମ ସିଦ୍ଧିଦାତ୍ରୀ ଅଟେ। ଏହି ସବୁନାମ […]

ଆସୁଛି ଆଉ ୨ ଲଘୁଚାପ

ଭୁବନେଶ୍ୱର,୨୧।୯(ଏସଏସନିଉଜ)ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ।୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି।ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ଓ ୨୫ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବ।ଲଘୁଚାପ ପ୍ରଭାବରେ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।୩୦ରେ ମିଆମାର୍‌ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ […]

ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ

ବୌଦ୍ଧ,୨୧।୮(ଏସଏସନିଉଜ)ଅଧିକାରୀମାନଙ୍କ ଦାୟିତ୍ଵହୀନତା ଯୋଗୁ ସାଧାରଣଲୋକ ପକୃତରେ ସରକାରୀ ହେଉ କିମ୍ବା ବେସର କାରୀ ସୁବିଧା ପାଇବାରୁ ବଞ୍ଚିତ ହୁଅନ୍ତି।ଯାହାର ଉଦାହରଣବୌଦ୍ଧ ସ୍ୱାସ୍ଥ୍ୟବିଭାଗରେ ଦେଖିବାକୁ ମିଳିଛି।ଏହାହେଉଛି ବୌଦ୍ଧ ସ୍ୱାସ୍ଥ୍ୟ ବିଭାଗର ବିକଳଦୃଶ୍ୟ ।ଦୀର୍ଘଦିନ ହେଲା ALS ଆମ୍ବୁଲାନସଟି ଅଚଳ ହୋଇ ପଡିଛି।ମାତ୍ର ୧ହଜାର ଟଙ୍କା ଖର୍ଚ କରିପାରୁନାହିଁ ଜିଲା ସ୍ୱାସ୍ଥ୍ୟ ବିଭାଗ ।ଯାହାଫଳରେଆମ୍ବୁଲାନସ ଅଭାବରୁ ଗଲାଣି ଅନେକ ଅମୁଲ୍ୟଜୀବନ।ମାଗଣା ଆମ୍ବୁଲାନସ ସେବା ପାଇବାରୁ ବଂଚିତ ହେଉଛନ୍ତି ଶହଶହ ଗରିବ ରୋଗୀ।ପଇସା ଦେଇ ମଧ୍ୟ ଏହି ସେବା ପାଇପାରୁନାହାନ୍ତି ଲୋକେ।ଏହି […]

ବାଣ ନେଲା ଜୀବନ

ବୌଦ୍ଧ,୨୧।୯(ଏସଏସନିଉଜ)ପୁରୁଣାକଟକ ଥାନା ଜିଆଁକଟା ଠାରେ ବାଣବିସ୍ପାରଣ ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି। ବୌଦ୍ଧ ଜିଲା ପୁରୁଣାକଟକଥାନା ଜିଆଁକଟାଠାରେ ବାଣ ବିସ୍ପାରଣ ଘଟିଛି ।ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।ମୃତକଙ୍କ ସଂଖ୍ୟା ବଢିପାରେ । ୧୫ ରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି ।ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ସ୍ବେଛାସେବୀ ମାନେ ପହଂଚି ଉଦ୍ଧାର […]

ଶସ୍ତା ହେଲା ରେଳ ନୀର

ଭୁବନେଶ୍ୱର,୨୧।୯(ଏସଏସନିଉଜ)ଶସ୍ତା ହେବ ଟ୍ରେନ୍‌ରେ ମିଳୁଥିବା ପାଣି ବୋତଲ ରେଳ ନୀର।୧୫ଟଙ୍କା ବଦଳରେ ୧୪ଟଙ୍କାରେ କିଣିବେ ଯାତ୍ରୀ।ଅଧାଲିଟର ରେଳ ନୀରର ଦାମ୍‌ ୧୦ଟଙ୍କା ବଦଳରେ ହେବ ୯ଟଙ୍କା।ସେପ୍ଟେମ୍ବର ୨୨ରୁ ଲାଗୁ ହେବ ନୂଆ ଦର।

ପାସିଂ ଆଉଟ୍ ଯବାନଙ୍କୁ ମିଳିଲା ମାନପତ୍ର

କଟକ, ୨୦।୯(ଏସଏସନିଉଜ) ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାହୀନିରେ ତାଲିମ ନେଉଥିବା ଓଡ଼ିଶା ଅଗ୍ନିଶମ ବାହିନୀର ସିଏସଏସଆର ପ୍ରଥମ ବ୍ୟାଚର ଉଦଯାପନୀ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପାସିଂ ଆଉଟ୍ ହୋଇଥିବା ଯବାନଙ୍କୁ ମାନପତ୍ର ଓ ବ୍ୟାଚ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚରେ ୪୦ ଜଣ ପ୍ରଶିକ୍ଷାର୍ଥି ୨୧ଦିନ ଧରି ତାଲିମ ନେଇଥିଲେ। ଅଗ୍ନିଶମ […]

ଯୁବତୀଙ୍କ ରିଲ୍ସ କରି ଅଡ଼ୁଆରେ ୩ ଯୁବକ

ଭୁବନେଶ୍ୱର,୨୦।୯(ଏସଏସନିଉଜ)ଦୁଇଜଣ ଯୁବତୀଙ୍କ ଅଜାଣତରେ ଭିଡିଓ କରି ପ୍ରାଙ୍କ୍ ଭିଡିଓ ଓ ରିଲ୍ସ କରିବା ତିନି ଜଣ ଯୁବକକୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ନନ୍ଦନକାନନରେ ଶନିବାର ଦିହିପହର ସମୟରେ ଦେଖିବାକୁ ମିଳିଛି । ପ୍ରକାଶ ଯେ , ଶନିବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କ ଗହଳି ଲାଗିରହିଥିଲା । ଏହି ସମୟରେ ତିନିଜଣ ମଦ୍ୟପ ଯୁବକବାରଙ୍ଗ-ଭୁବନେଶ୍ୱର ମୁଖ୍ୟରାସ୍ତାରୁ ନନ୍ଦନକାନନକୁ ସଂଯୋଗ ହୋଇଥିବା ପ୍ରବେଶପଥ ଆଗରେ ବୁଲାବୁଲି କରୁଥିବା ଦୁଇଜଣ ଯୁବତୀଙ୍କ ଅଜାଣତରେ […]

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦।୯(ଏସଏସନିଉଜ) ଶନିବାର ସକାଳୁ ଦାରୁଠେଙ୍ଗ ଗ୍ରାମପାଖ ଜୁଝଗଡ଼ଡ୍ରେନ୍ ନିକଟରୁ ଜଣେ ଯୁବକର ମୃତଦେହ ଉଦ୍ଧାର କରିଛି ବରଗଡଥାନା ପୁଲିସ।ମୃତ ଯୁବକର ପରିଚୟ ପୋଲିସ ପାଇସାରିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରିଛି।ତେବେ ହତ୍ୟାକାଣ୍ଡର ପକୃତ କାରଣ ଜାଣିବାପାଇଁ ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଛି।ପୋଲିସ ଏକ ହତ୍ୟା ମାମଲା ରୁଜୁକରିଛି।ମୃତଦେହ ପାଖରେ ଥୁଆ ହୋଇଥିବା ମନିପର୍ସ, ଛତା, ମଦବୋତଲ ଓ ଏକ କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରକାଶଯେ,ଶିଶୁପାଳଗଡରେ ରହୁଥିବା ଭାଣପୁର […]