ପ୍ରଥମଂ ଶୈଳପୁତ୍ରୀ ଚ ଦ୍ୱିତୀୟଂ ବ୍ରହ୍ମଚାରିଣୀ।ତୃତୀୟଂ ଚନ୍ଦ୍ରଘଣ୍ଟେତି କୂଷ୍ମାଣ୍ଡେତି ଚତୁର୍ଥକମ୍।।ପଞ୍ଚମଂ ସ୍କନ୍ଦମାତେତି ଷଷ୍ଠଂ କାତ୍ୟାୟନୀତି ଚ।ସପ୍ତମଂ କାଳରାତ୍ରୀତି ମହାଗୌରୀତି ଚାଷ୍ଟମମ୍।।ନବମଂ ସିଦ୍ଧିଦାତ୍ରୀ ଚ ନବଦୁର୍ଗାଃ ପ୍ରକୀର୍ତ୍ତିତାଃ।ଉକ୍ତାନ୍ୟେତାନି ନାମାନି ବ୍ରହ୍ମଣୈବ ମହାତ୍ମନା।।ଦେବୀଙ୍କର ନଅଟି ସ୍ୱରୂପ ରହିଛି, ତାହାକୁ “ନବଦୁର୍ଗା” କହନ୍ତି। ତାଙ୍କର ପୃଥକପୃଥକ୍ ନାମ ମଧ୍ୟ ରହିଛି । ପ୍ରଥମନାମ ଶୈଳପୁତ୍ରୀ, ଦ୍ୱିତୀୟନାମ ବ୍ରହ୍ମଚାରିଣୀ, ତୃତୀୟନାମ ଚନ୍ଦ୍ରଘଣ୍ଟା, ଚତୁର୍ଥନାମ କୁଷ୍ମାଣ୍ଡା, ପଞ୍ଚମନାମ ସ୍କନ୍ଦମାତା, ଷଷ୍ଠନାମ କାତ୍ୟାୟନୀ, ସପ୍ତମନାମ କାଳରାତ୍ରୀ, ଅଷ୍ଟମନାମ ମହାଗୌରୀ, ନବମନାମ ସିଦ୍ଧିଦାତ୍ରୀ ଅଟେ। ଏହି ସବୁନାମ ସର୍ବଜ୍ଞ ମହାନ ମହାତ୍ମା ବେଦଭଗବାନଙ୍କ ଦ୍ୱାରା ହିଁ ପ୍ରତିପାଦିତ ହୋଇଛି। ନମସ୍ତେ ଶୈଳପୁତ୍ରୀ ଜଗତ ଜନନୀ ।୨୦୨୫ ଶାରଦୀୟ ନବରାତ୍ରି ପୂଜାାଆଶ୍ବିନ ମାସଶୁକ୍ଳ ତୁ କର୍ତ୍ତବ୍ୟଂ ନବରାତ୍ରିକମ୍ ।ପ୍ରତିପଦାଦି କ୍ରମେଣୈ ଯାବଚ୍ଚ ନବମୀ ଭବେତ୍ ॥ନବରାତ୍ରି ପ୍ରଯତ୍ନେନ ପ୍ରତ୍ୟହଂ ସା ସମର୍ଚ୍ଚିତା ନାଶୟତ୍ୟେବ ବିଘ୍ନୌନ୍ ସୁଗତିଂ ଚୈବ ଦାସ୍ୟତି॥୨୨-୯-୨୦୨୫ ଚଳିତ ପ୍ରତିପଦା ସୋମବାରଠାରୁ ଶାରଦୀୟ ନବରାତ୍ରିପୂଜା ଶୁଭାରମ୍ଭ ହେବାକୁ ଯାଉଛି ।ନବଦିନ ପର୍ଯ୍ୟନ୍ତ ପାଳିତ ହେଉଥିବା ଏହିପୂଜାରେ ଦେବୀଦୁର୍ଗା ବିଷୟରେ ସଂକ୍ଷିପ୍ତ ସୁଚନା ।ଜଗଜ୍ଜନନୀ ମାଆ ଆଦିଶକ୍ତିଙ୍କ ନବରାତ୍ରୀ ହିଁ ନାରୀର ନଅରୁପକୁ (ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ) ବଖାଣ କରେ।ଶୈଳପୁତ୍ରୀ – କନ୍ୟାସନ୍ତାନର ଜନ୍ମଗ୍ରହଣ,ଶୈଳପୁତ୍ରୀ:- ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ।ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।
ସେପ୍ଟେମ୍ବରମାସ ୨୨ତାରିଖ ୨୦୨୫ମସିହା(ସୋମବାର)ଆଶ୍ୱିନମାସ- ଶୁକ୍ଳ ,ତିଥି- ପ୍ରତିପଦ ରାତ୍ରି ଘ୦୨/୩୬ ଗତେ ଦ୍ଵିତୀୟା ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୧୧/୫୬ ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୦/୧୭ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୪୧/୪୩ ,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୩୭ଗତେ ଉତ୍ତରେ,ବୃଷରାଶିର ଘାତଚନ୍ଦ୍ର ,ମିଥୁନ ରାଶିର ଘାତବାର ,ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ ୦୭/୧୦ ଗତେ ଘ ୦୮/୪୨ ମଧ୍ୟେ ,ବାରବେଳା- ଦିବା ଘ ୦୨/୩୮ ଗତେ ଘ ୦୪/୧୧ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ୦୭/୦୯ ମଧ୍ୟେ ଓ ଘ ୦୮/୫୧ଗତେ ଘ୧୧/୧୬ମଧ୍ୟେ ଓ ରାତ୍ରି ଘ ୦୮/୦୬ଗତେ ଘ୧୧/୧୯ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।– ନାସ୍ତି ,ଅଦ୍ୟ ପାଣି କଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ । ଧର୍ମ କାର୍ୟ୍ୟରେ ରୁଚି ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ୟ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ୟ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ । ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ । ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ୟ୍ୟ କରିବେ । ନିଜ ବାଣୀ ଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ । କାର୍ୟ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ । ବ୍ୟାପାର ଲାଭଦାୟକ ରହିବ । ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ-ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ । ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ । କାର୍ୟ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ । ବ୍ୟାପାର ମଧ୍ୟମ ରହିବ । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ । ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ । ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ । କାର୍ୟ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
ସିଂହ-ଆଜି ବ୍ୟୟବୃଦ୍ଧି ହେବ । ଚକ୍ଷୁ ପୀଡା ଦେଖାଦେବ । ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ । କାର୍ୟ୍ୟକ୍ଷେତ୍ରରେ ଭଲ କାର୍ୟ୍ୟ କରି ମଧ୍ୟ ସମାଲୋଚିତ ହେବେ । ବ୍ୟାପାରରେ କ୍ଷତି ସହିପାରନ୍ତି । ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ । ଶୁଭ ସମାଚାର ମିଳିପାରେ । କାର୍ୟ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ୟ୍ୟ ହାସଲ କରିବାରେ ସଫଳ ହେବେ । ବ୍ୟାପାର ଲାଭଦାୟୀ ରହିବ । ପରିବାରରେ ମାଙ୍ଗଳିକ କାର୍ୟ୍ୟ ଆୟୋଜନ ହୋଇପାରେ ।
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ନିଜ ବାକ-ଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା କାର୍ୟ୍ୟ କରନ୍ତୁ ନାହିଁ । କାର୍ୟ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି । ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ । ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ । କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର୍ୟ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ୟ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ । ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି । ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ । କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି । କାର୍ୟ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି । ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ । ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ଅଯଥା ଖର୍ଚ୍ଚ ବଢ଼ିଯିବ । କର୍ମସ୍ଥଳୀରେ ହଠାତ ଜରୁରୀ କାର୍ୟ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ ।ବ୍ୟାପାରରେ କାର୍ୟ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ । କାର୍ୟ୍ୟସ୍ଥଳୀରେ ଅଧିକ କାର୍ୟ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ । ବ୍ୟାପାରରେ ଦିନଟି ଅଶୁଭ ରହିପାରେ । ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ । ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ । କାର୍ୟ୍ୟସ୍ଥଳୀରେ ଧିମା କାର୍ୟ୍ୟ କରିବା ଯୋଗୁଁ ସମାଲୋଚିତ ହେବେ । ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି ।
ଆରମ୍ଭ ହେଲା ପିତୃପକ୍ଷ –ମହାଳୟା ଅମାବାସ୍ୟା ଭାରତର ଏକ ଧର୍ମଭିତ୍ତିକପର୍ବ ।ଏହା ହିନ୍ଦୁ ମାନଙ୍କଦ୍ୱାରା ପିତୃପୁରୁଷଙ୍କ ସନ୍ତୁଷ୍ଟି ପାଇଁ ଏକ ଶ୍ରାଦ୍ଧକର୍ମ ।ମହାଳୟା ଅମାବାସ୍ୟାରେ ଅନୁଷ୍ଠିତ ଶ୍ରାଦ୍ଧକୁ ‘ମହାଳୟାଶ୍ରାଦ୍ଧ’ ‘ସାମ୍ବତ୍ସରିକଶ୍ରାଦ୍ଧ’ ବା ‘ପାର୍ବଣଶ୍ରାଦ୍ଧ’ ବା ‘ମଉଳାଶ୍ରାଦ୍ଧ’ କୁହାଯାଏ ।
ଆଶ୍ୱିନମାସର ପ୍ରଥମପକ୍ଷ “ପିତୃ ପକ୍ଷ”ନାମରେ ଜଣା ।ଏହିପକ୍ଷର ଅମାବାସ୍ୟା “ମହାଳୟାଅମାବାସ୍ୟା” ନାମରେ ପାଳିତ।ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ”ମଧ୍ୟ କୁହାଯାଏ । ଭାଦ୍ରବମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବସ୍ୟାପର୍ୟ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟାଦିନ ପିଣ୍ଡଦାନ କରାଯାଏ ।ସୂର୍ୟ୍ୟ କନ୍ୟାରାଶିରେ ଥିବାବେଳେ ଯେଉଁ ଅମାବାସ୍ୟାପଡ଼େ ତାହା ମହାଳୟା ଅମାବାସ୍ୟା।ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା,ବିଷ୍ଣୁ,ରୁଦ୍ର, ପ୍ରଜାପତି,ଅଚାର୍ୟ୍ୟ,ବେଦ,ଛନ୍ଦ, ଗନ୍ଧର୍ବଗଣ,ଦେବଗଣ,ପୁରୁଣା ଚାର୍ୟ୍ୟ,ସମ୍ବତ୍ସର,ଶାବୟବ, ନାଗଗଣ,ଯକ୍ଷ,ଭକ୍ଷ,ପିଶାଚ, ବନସ୍ପତି,ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏଥର ତର୍ପଣ,ସନତ,ସନନ୍ଦ,ସନତନ, କପିଳ,ଆସୁରୀ,ଡୋବୁ ଏବଂ ପଞ୍ଚଶିଖ ଇତ୍ୟାଦି ସାତଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ ।ପିତୃତର୍ପଣରେ ପିତାଙ୍କୁ ରୁଦ୍ରରୂପେ,ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ ।ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ,ଋଷି ଏବଂ ପିତୃପୁରୁଷଙ୍କ ଉପସ୍ଥିତହେତୁ ଏହାଙ୍କୁ ମହାଳୟା ଶ୍ରାଦ୍ଧ କୁହାଯାଏ ।ଭାଦ୍ରବମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା, ଏହି ୧୫ଦିନ ମଧ୍ୟରେ ଜଣେ ଯେକୌଣସିଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ।ମହାଳୟାତିଥିରେ ଓଡ଼ିଶାର ଢେଙ୍କାନାଳଜିଲ୍ଲା ଅନ୍ତର୍ଗତ ଭୁବନଠାରେ ଦଶହରା ବଳଦ ଯାତ୍ରାର ଆରମ୍ଭ ହୋଇଥାଏ ।ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ “ଧବଳମୁଖୀବେଶ” ହୋଇଥାଏ ।
ହିନ୍ଦୁଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧକର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସିଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ ।ଏହାଦ୍ବାରା ପୁଣ୍ୟଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ବାସ କରାଯାଏ।କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାରସ୍ଵରୂପ ଯମପୁରରେ ତାଙ୍କୁ ସୁନାରୁପା ମିଳିଥିଲା।ହେଲେ ଖାଦ୍ୟ ଦିଆଯାଇ ନଥିଲା,କାରଣ ଜୀବିତା ବସ୍ଥାରେ ସେ କେବେ ଅନ୍ନଦାନ କରି ନଥିଲେ।ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ।ଯମପୁର ଫେରିବାପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇନଥିଲା।ମର୍ତ୍ତ୍ୟ ଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦଦିନ ଥିଲା ପିତୃପକ୍ଷ!!ଜୟ ଜଗନ୍ନାଥ,ଜୟ ସୋମନାଥ, ଜୟ ମା ଯୋଗମାୟା!!