କଟକ, ୨୦।୯(ଏସଏସନିଉଜ) ମୁଣ୍ଡଳୀସ୍ଥିତ ଏନଡିଆରଏଫ୍ ୩ୟ ବାହୀନିରେ ତାଲିମ ନେଉଥିବା ଓଡ଼ିଶା ଅଗ୍ନିଶମ ବାହିନୀର ସିଏସଏସଆର ପ୍ରଥମ ବ୍ୟାଚର ଉଦଯାପନୀ ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପାସିଂ ଆଉଟ୍ ହୋଇଥିବା ଯବାନଙ୍କୁ ମାନପତ୍ର ଓ ବ୍ୟାଚ ପ୍ରଦାନ କରିଥିଲେ। ପ୍ରଥମ ବ୍ୟାଚରେ ୪୦ ଜଣ ପ୍ରଶିକ୍ଷାର୍ଥି ୨୧ଦିନ ଧରି ତାଲିମ ନେଇଥିଲେ। ଅଗ୍ନିଶମ ବିଭାଗର ବିଭିନ୍ନ ସେବା ମଧ୍ୟରୁ ପ୍ରାୟ ୧୩ଟି ବିଷୟରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିପୂଣ ଭାବରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏନଡିଆରଏଫରେ ସମୁଦାୟ ୩୯୫ ଜଣ ଅଗ୍ନିଶମ ବାହିନୀର ଯବାନଙ୍କୁ ତାଲିମ ଯୋଗାଇ ଦିଆଯାଉଅଛି।ଏମାନେ ମୁଖ୍ୟତଃ ଭୁଷ୍ଫଳନହେଉ ଘର କିମ୍ବା ବଡ଼ବଡ଼ ନିର୍ମାଣ ଅଟ୍ଟାଳିକା ଭୁଶୁଡ଼ିବା କ୍ଷେତ୍ରରେ ପ୍ରଶିକ୍ଷାର୍ଥୀମାନେ ନିୟୋଜିତ ହେବେ। ସେହିପରି କ୍ଷତିକାରକ ଗ୍ୟାସ୍ ଲିକ୍ ଏବଂ କେମିକାଲ ଗ୍ୟାସ ଲିକ୍ ଘଟଣାରେ ମଧ୍ୟ ତାଲିମ ଦିଆଯାଇଛି। ଯେଉଁମାନେ କି ବିଭିନ୍ନ ଆପତ କାଳୀନ ସେବାରେ ଉନ୍ନତ ସେବା ଯୋଗାଇ ଦେବେ ବୋଲି ଅଗ୍ନିଶମ ଡ଼ିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)