Browsing daily archive

October 31, 2025

ଆଜିର ରାଶିଫଳ

ନଭେମ୍ବରମାସ ୦୧ତାରିଖ ୨୦୨୫ ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳ, ତିଥି-ଦଶମୀ ଦିବା ଘ୦୯/୦୮ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୫୨/୪୬,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/ ୨୦,ଯୋଗିନୀ ଉତ୍ତରେ ଦିବା ଘ୦୯/୦୮ ଗତେ ଅଗ୍ନିକୋଣେ,ମିଥୁନ ଓ ମୀନରାଶିର ଘତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳ ବେଳା-ଦିବା ଘ୦୭/୧୯ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୪/୧୦ ମଧ୍ୟେ, ବାରବେଳା- ଦିବା ଘ୧୨/୫୪ ଗତେ ଘ୦୨/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୬ଗତେ ଘ ୦୯/୫୦ ମଧ୍ୟେ ଓ ଘ୧୨/୧୨ […]

ସୁନାହାର ଚୋରି ଅଭିଯୋଗରେ ଜଣେ ଗିରଫ

କଟକ,୩୦।୧୦(ଏସଏସନିଉଜ)ଘରେ ରଙ୍ଗ କରିବା ବାହାନାରେ ଘରୁ ସୁନାହାର ଚୋରି କରିନେଇଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ଗୁରୁବାର ଦିନ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଉଛନ୍ତି ଏହି ଥାନା ଅଧୀନସ୍ଥ ଗଦେଇକୁଦର ପ୍ରଫୁଲ୍ଲ ରାଉତ ଓରଫ ବାଗୁଲା। ପ୍ରକାଶଯେ, ପ୍ରଫୁଲ୍ଲ ରାଉତ ଓ ତାର ସହଯୋଗୀମାନେ ମିଶି ୨୭ ତାରିଖରେ ଏହି ଥାନା ଅଧୀନସ୍ଥ ଦଢାପାଟଣା ଗ୍ରାମର ବିଷ୍ଣୁଚରଣ ପଟ୍ଟନାୟକ ନାମକ ବ୍ୟକ୍ତିଙ୍କ ଘର ରଙ୍ଗ କାମ କରୁଥିଲେ।ଉକ୍ତ ଦିନ ସନ୍ଧ୍ୟାରେ ଯେତେବେଳେ ବିଷ୍ଣୁ ଚରଣ […]

ଦାମୀ କାରରେ ଆସୁଥିଲା ମଦ

କଟକ,୩୦।୧୦(ଏସଏସନିଉଜ)ଦାମୀ ଗାଡ଼ିରେ ଦେଶୀମଦ ଚୋରା ଚାଲାଣ ହେଉଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୦ଲକ୍ଷ ଟଙ୍କାର ଦେଶୀମଦ ବୋଝେଇ ସ୍କର୍ପିଓକୁ ଜବତ କରି ଦୁଇଜଣଙ୍କୁ ଗିରଫ କରିଛି।ସେମାନେ ହେଲେ ବାରଙ୍ଗଥାନା ଅଧୀନସ୍ଥ ନୟାପାଟଣା ଗ୍ରାମର ପ୍ରିତମ ପଢିହାରି ଓ ନନ୍ଦନକାନନଥାନା ଅଧୀନସ୍ଥ ମରିଚିଆ ଗ୍ରାମର ମକରା ରାଉତ। ପ୍ରକାଶଯେ, ବିଶ୍ଵସ୍ତ ସୁତ୍ରରୁ ଖବରପାଇ ଗୁରୁବାର ବାରଙ୍ଗ ବ୍ଲକ ନିକଟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଦଳ ଜଗିରହିଥିଲେ।ଏହି ସମୟରେ ଦ୍ରୁତ ଗତିରେ […]

ନନ୍ଦନକାନନ-ମରିଗଲା ନା ମାରିଦେଲେ!

ଭୁବନେଶ୍ଵର,୩୦।୧୦(ଏସଏସନିଉଜ) ଗତ କିଛିଦିନ ବ୍ୟବଧାନପରେ ପୁଣି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖାଦେଲାଣି ଜନ୍ତୁମଡକ ।ଦିନକୁ ଦିନ ଗୋଟିଏପରେ ଗୋଟିଏ ବିରଳଜନ୍ତୁ ଆଖିବୁଜୁଛନ୍ତି ।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି କର୍ତ୍ତୃପକ୍ଷ । ରକ୍ଷଣବେକ୍ଷଣ ଅଭାବ ନା ରୋଗଚିହ୍ନିବାରେ ବିଫଳ ହେଉଛନ୍ତି କି ପଶୁଚିକିତ୍ସକ, ଯାହାକୁନେଇ ପଶୁପ୍ରେମୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରକାଶଯେ, ଗୁରୁବାର ସକାଳେ ନନ୍ଦନକାନନର ଡ଼ାକ୍ତରଖାନାରେ ଆୟୁସିୟୁ ଭିତରେ ରହି ଚିକିତ୍ସାଧୀନ ଥିବା ଗୋଟିଏ ଦେଢ଼ବର୍ଷର ମାଈବିଲୁଆ ଛୁଆର ମୃତ୍ୟୁ ଘଟିଛି।ବିଲୁଆଛୁଆଟି ବୁଧବାର ଅସୁସ୍ଥ ହୋଇପଡ଼ିବାରୁ […]

ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭିଡ

ପୁରୀ,୩୧।୧୦(ଏସଏସନିଉଜ)କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥିପବିତ୍ର ଅଁଳା ନବମୀରୂପେ ପାଳନ ହୋଇଥାଏ । ଏଥିପାଇ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତମାନଙ୍କ ଭିଡ ପରୀଲକ୍ଷିତ ହୋଇଛି।ସାକ୍ଷୀଗୋପାଳଙ୍କ ପାଖରେ ବିଦ୍ୟମାନ ରାଧାରାଣୀଙ୍କ ଓଡ଼ିଆଣୀବେଶ ଆଉ ତାସାଙ୍ଗକୁ ଏହି ଦୁର୍ଲଭବେଶ ଦର୍ଶନ ପାଇଁ ଲକ୍ଷାଧୂକ ଭକ୍ତଙ୍କ ଗହଳି ଲାଗିଛି।ରାଧା ପାଦଦର୍ଶନ ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଗଲକାଲି ରାତି ୧ଘଣ୍ଟ ଠାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶନୀତି ଆଦି କରାଯାଇ ରାଧା ରାଣୀଙ୍କୁ ସୁସଜ୍ଜିତ କରାଯାଇଛି।ଏହାସହ […]