ନଭେମ୍ବରମାସ ୦୧ତାରିଖ ୨୦୨୫ ମସିହା(ଶନିବାର)କାର୍ତ୍ତିକମାସ- ଶୁକ୍ଳ, ତିଥି-ଦଶମୀ ଦିବା ଘ୦୯/୦୮ ଗତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୫୨/୪୬,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୧୦/ ୨୦,ଯୋଗିନୀ ଉତ୍ତରେ ଦିବା ଘ୦୯/୦୮ ଗତେ ଅଗ୍ନିକୋଣେ,ମିଥୁନ ଓ ମୀନରାଶିର ଘତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳ ବେଳା-ଦିବା ଘ୦୭/୧୯ ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୪/୧୦ ମଧ୍ୟେ, ବାରବେଳା- ଦିବା ଘ୧୨/୫୪ ଗତେ ଘ୦୨/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୬ଗତେ ଘ ୦୯/୫୦ ମଧ୍ୟେ ଓ ଘ୧୨/୧୨ ଗତେ ଘ୧୨/୫୩ ମଧ୍ୟେ ଓ ଘ୦୪/୧୨ ଗତେ ଘ୦୫/୧୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୮/୫୮ ଗତେ ଘ୧୧/୫୩ ମଧ୍ୟେ ,ଅଦ୍ୟ ଶିମ୍ବଭକ୍ଷଣ ନିଷେଧ।
ମେଷ :-ଆଜି ଯାହାହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ ।ପରିସ୍ଥିତି ଯେମିତିହେଉ ମଧ୍ୟ ଆପଣ କଳିଠାରୁ ଦୂରେଇରୁହନ୍ତୁ । ଆପଣ ନିଜକୁ ଶାନ୍ତରଖିବାକୁ ଚ଼େଷ୍ଟାକରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ:- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣାବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ :-ଆଜି ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ :-ଯଦି ଆପଣଙ୍କୁ ଏମିତିଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ :-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମ ପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା :-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟଦେବା ଉଚିତ ହେବ ।
ତୁଳା :-ଦିନଟି କ୍ଳେଶଦାୟକ।ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା :-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବାପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ ।ଏହି ସମସ୍ୟା ଆପଣଙ୍କଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁଜନଙ୍କ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିରଦିନ ନିଜପରିବାର ଲୋକଙ୍କ ସହିତ ରହିବାପାଇଁ ଶୁଭଦିନ ଅଟେ ।ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ୟ୍ୟକ୍ରମରେ ଭାଗନେବେ।ଆଜି ଆପଣ କୌଣସି ପାରିବାରିକଉତ୍ସବରେ ମଧ୍ୟ ଭାଗ ନେବେ ।
ମକର :-ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମସୀମାରେ ରହିବ। ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତିକ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟହେବ।କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ :- ଆପଣଙ୍କୁ ହଠାତ୍ ଏକ ହଜି ଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି ।ଏହା କୌଣସି ଉପହାର, କୌଣସି ମୂଲ୍ୟବାନବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗଅଛି। ଦିନଟି ପ୍ରିତିପଦ ରହିବ।
ମୀନ :-ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ।ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ ।ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି ।ଏହି ସୁଯୋଗର ସମ୍ପୁର୍ଣ୍ଣରୂପେ ଲାଭ ଉଠାନ୍ତୁ !!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ତୁଳସୀ ଗଛ ଲଗାଇଲେ କେତେ ପୁଣ୍ୟ ମିଳେ?
କଣ କହିଛନ୍ତି ସ୍ୱୟଂ ଭଗବାନ ବିଷ୍ଣୁ …..
ଦିନେ ଭଗବାନ ବିଷ୍ଣୁଙ୍କର ଦୁଇ ପାରସଦ ଶିଳ ଏବଂ ସୁଶୀଳ ପ୍ରଶ୍ନ କଲେ ଯେ ଯେଉଁ ମଣିଷ ନିଜ ଜୀବନରେ ନିସ୍ଥାର ସହିତ ଭଗବାନ ବିଷ୍ଣୁଙ୍କ ପୂଜା ଆରାଧନା ଏବଂ ପୁଣ୍ୟ କାମ କରିଥାଏ ସେମାନେ ତାଙ୍କୁ ଦିବ୍ୟ ବିମାନରେ ବସାଇ ବୈକୁଣ୍ଠକୁ ନେଇ ଆସନ୍ତି । କିନ୍ତୁ ଜଣେ ବୃଦ୍ଧ ଯିଏକି ଭଗବାନ ବିଷ୍ଣୁଙ୍କ ପୂଜା ନିଷ୍ଠାର ସହିତ ବି କରି ନଥିଲେ କିନ୍ତୁ ତାଙ୍କୁ ବୈକୁଣ୍ଠକୁ କେଉଁ କାରଣରୁ ଆଣିଲେ ।ଯାହାର କାରଣ ଭଗବାନ ବିଷ୍ଣୁ ସେଇ ଦୁହିଁଙ୍କୁ କହିଛନ୍ତି । ଏହାପରେ ଭଗବାନ ବିଷ୍ଣୁ ସେହି ବ୍ରାହ୍ମଣର କଥା ଶୁଣାଇଛନ୍ତି । କଥା ଅନୁଯାୟୀ ପ୍ରାଚୀନ କାଳରେ କାଞ୍ଚିଗୁରିରେ ରାଜା ଚୋଳ ନାମକ ଜଣେ ସମ୍ରାଟ ଥିଲେ । ସେ ଖୁବ ଭଲଶାସନ ଚଳାଇଥିଲେ ଏବଂ ତାଙ୍କସମୟରେ କେହିବି ଦୁଃଖ ଦାରିଦ୍ର୍ୟତା ରେ ଜୀବନ କାଟୁ ନଥିଲେ ।
ଥରେ ସେ ଅନନ୍ତଶୟନ ଯାତ୍ରାରେ ଯାଇ ସେଠାରେଥିବା ଏକ ବିଷ୍ଣୁମନ୍ଦିରରେ ଭଗବାନ ବିଷ୍ଣୁଙ୍କର ଏକ ଅତି ପବିତ୍ରମୂର୍ତ୍ତି ଥିବା ଦେଖିଲେ । ସେ ବିଧିବିଧାନରେ ପୂଜାକରି ମୋତି ମାଣିକ ଅର୍ପଣ କରି ଗୋଟିଏ ଆସନରେ ସେଠାରେ ବସିଗଲେ । କିଛିସମୟ ପରେ ରାଜାଙ୍କ ଦେଶର ଜଣେ ଗରିବ ବ୍ରାହ୍ମଣ ପୂଜାସାମଗ୍ରୀ ସହିତ ତୁଳସୀଦଳ ଆଣିଲେ ଏବଂ ବିଧି ବିଧାନର ସହିତ ପୂଜା କରି ଭଗବାନବିଷ୍ଣୁଙ୍କୁ ତୁଳସୀଦଳ ଏବଂ ପତ୍ର ଅର୍ପିତ କରିଦେଲେ । ସେହି ମୋତି ମାଣିକସବୁ ତୁଳସୀପତ୍ର ତଳେ ରହିଯିବାରୁ ରାଜା କ୍ରୋଧିତ ହୋଇ ବ୍ରାହ୍ମଣକୁ ମୂର୍ଖ ବୋଲିକହିଲେ ।ଏହା ଶୁଣି ବ୍ରାହ୍ମଣ ବିଷ୍ଣୁଦାସ କହିଲା ରାଜା ନିଜର ଧନସମ୍ପତ୍ତି ଥିବାର ଗର୍ବକାରଣରୁ ହିଁ ତୁଳସୀପତ୍ରକୁ ସାମାନ୍ୟ ମଣୁଛନ୍ତି ।
ଏଥିରେ ରାଜା ଓଲଟା ବ୍ରାହ୍ମଣକୁ ନିଜଜ୍ଞାନ କାରଣରୁ ଗର୍ବ କରୁଥିବା କହି ଯିଏ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରି ସର୍ବପ୍ରଥମେ ଦର୍ଶନକରିବ ସେ ହିଁ ଶ୍ରେଷ୍ଠହେବ ବୋଲି କହିଲେ । ଏହା କହି ରାଜା ମହଲକୁ ଏବଂ ବିଷ୍ଣୁଦାସ ନିଜଘରକୁ ଚାକିଗଲେ ।ରାଜା ମୁଦ୍ଗଲ ଋଷି ଏବଂ ଅନ୍ୟ ଋଷିଙ୍କ ସହାୟତାରେ ବଡ଼ ଯଜ୍ଞର ଆୟୋଜନକରି ଯଜ୍ଞ ଆରମ୍ଭ କଲେ । ଅନେକ ବ୍ରାହ୍ମଣଙ୍କୁ ଡକାଇ ଭୋଜନକରାଇବା ସହିତ ଦାନ ମଧ୍ୟକଲେ ।ବିଷ୍ଣୁ ନିଜ ଘରେ ହିଁ ଭଗବାନ ବିଷ୍ଣୁଙ୍କ ପୂଜା କରିବାରେ ଲାଗିଲେ ।ବିଷ୍ଣୁଦାସ ପ୍ରତ୍ୟେକ ଦିନ ପୂଜା ସହିତ ବାହାରେ ଥିବା ତୁଳସୀଗଛ ଏବଂ ଘରକୁ ଆସୁଥିବା ସବୁ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁଙ୍କୁ ଦେଖି ସେମାନଙ୍କ ସେବା କରିବାରେ ଲାଗିଲେ ।ଦିନେ ସକାଳୁ ବିଷ୍ଣୁ ଦାସ ଭୋଜନ ପ୍ରସ୍ତୁତ କରିସାରି ପୂଜା କରିବାକୁଯାଇ ଆସି ଦେଖନ୍ତି ତ କିଏ ତାଙ୍କ ଭୋଜନ ଚୋରାଇନେଇଛି ।
ପୂଜାକରିବାକୁ ବିଳମ୍ବ ହେଉଥିବାରୁ ସେ ଭୋକିଲାରହିଗଲେ ।ଏମିତି ସାତଦିନ ବିତି ଯିବାରୁ ସେ ସନ୍ଦେହକଲେ ଏବଂ ଘରେ ଲୁଚିରହି କିଏ ଭୋଜନ ଚୋରିକରି ନେଇ ଯାଉଛି ତାହା ଜାଣିବାକୁ ଇଚ୍ଛାକଲେ ।ଦେଖିଲେ ଯେ ଜଣେ ଅତି ଦୁର୍ବଳଚଣ୍ଡାଳ ଆସି ଭୋଜନ ନେଇ ଯାଉଛି । ଏହା ଦେଖି ବିଷ୍ଣୁ ଦାସଙ୍କୁ ଦୟାହେଲା ଏବଂ ସେ ଖିରି ମଧ୍ୟ ସାଙ୍ଗରେ ନେଇ ଯିବାକୁକହିଲେ । ବିଷ୍ଣୁଦାସଙ୍କ ସ୍ୱର ଶୁଣି ସେହି ଚଣ୍ଡାଳ ଦୌଡ଼ିବାରେ ଲାଗିଲା ଏବଂ କିଛିବାଟ ଯାଇ ମୂର୍ଚ୍ଛା ହୋଇପଡ଼ିଗଲା ।ବିଷ୍ଣୁଦାସ ତାଙ୍କମୁହଁରେ ପାଣି ଦେବା ପରେ ସେ ଉଠି ଛିଡ଼ାହେଲେ ।ଯେତେବେଳେ ବିଷ୍ଣୁଦାସ ତାଙ୍କୁ ତାଙ୍କ ପରିଚୟ ପଚାରିଲେ ସେତେବେଳେ ସେ ନିଜର ଅସଲରୂପକୁ ଆସିଲେ ।ସେଥିଲେ ସ୍ବୟଂ ଭଗବାନବିଷ୍ଣୁ ।ଭଗବାନବିଷ୍ଣୁ ତାଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନହୋଇଥିଲେ ଏବଂ ଏକ ଦିବ୍ୟ ବିମାନରେ ତାଙ୍କୁ ବୈକୁଣ୍ଠ ଯିବାକୁକହିଲେ ।
ବିଷ୍ଣୁଦାସ ମଧ୍ୟ ସେଥିରେ ବସି ବୈକୁଣ୍ଠ ଯିବାସମୟରେ ରାଜାଚୋଳ ତାହା ଦେଖି ଆଶ୍ଚର୍ୟ୍ୟ ହୋଇଗଲେ ଏବଂ ଋଷି ମୁଦ୍ଗଲଙ୍କୁ ତାହାରକାରଣ ବିଷୟରେ ପଚାରିଲେ । ସେ ଏପରି କେଉଁ କାମ କରି ନାହାଁନ୍ତି ଯାହାଦ୍ୱାରା ଭଗବାନବିଷ୍ଣୁ ପ୍ରସନ୍ନ ହେଲେନାହିଁ । ଏସବୁ କହି ରାଜା ନିଜର ପ୍ରାଣ ତ୍ୟାଗ ଦେବାକୁ ନିର୍ଣ୍ଣୟକଲେ ।ସିଂହାସନ ତ୍ୟାଗକରି କେହି ସନ୍ତାନ ନଥିବାରୁ ନିଜର ଭଣଜାକୁ ସିଂହାସନରେ ବସାଇଦେଲେ ।ଯଜ୍ଞକୁଣ୍ଡକୁ ଯାଇ ସେ ଆତ୍ମାହୁତି ଦିଅନ୍ତେ ସେହିସମୟରେ ଦେବର୍ଷି ନାରଦଆସି ଅଟକାଇ ଦେଲେ । ଏହାପରେ ନାରଦ କହିଲେ ଯେ ଆପଣ ଆଜିପର୍ୟ୍ୟନ୍ତ ସମସ୍ତ ଉପଯୁକ୍ତକାର୍ୟ୍ୟ କରିଛନ୍ତି କିନ୍ତୁ ଭଗବାନ ବିଷ୍ଣୁଙ୍କ ଦର୍ଶନ ପିଇବା ଭଳି କୌଣସି କାମ କରିନାହାଁନ୍ତି ।
ଏହାପରେ ନାରଦକହନ୍ତି ଯେ ଆପଣ ଭଗବାନବିଷ୍ଣୁଙ୍କ ପୂଜାରେ ତୁଳସୀ ଦଳ ଅର୍ପିତ କରି ନାହାଁନ୍ତି । ଯେତେବେଳେ ସେହିବ୍ରାହ୍ମଣ ତୁଳସୀପତ୍ର ଅର୍ପିତ କରିଥିଲେ ସେହି ସମୟରେ ଆପଣ ସାଧାରଣ ଗଛ କହି ତୁଳସୀଗଛର ଅପମାନ କରିଛନ୍ତି । କିନ୍ତୁ ଭଗବାନ ବିଷ୍ଣୁଙ୍କୁ ତୁଳସୀଦଳ ଅତ୍ୟନ୍ତ ପ୍ରିୟ । ଯାହା ସାମ୍ନାରେ ହୀରା , ମୋତି ଏବଂ ମାଣିକ ସବୁକିଛି ମୁଲ୍ୟହୀନ ଅଟେ ।ଯଦି ଆପଣ ଭଗବାନବିଷ୍ଣୁଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି ତେବେ ଭଗବାନ ବିଷ୍ଣୁଙ୍କୁ ତୁଳସୀପତ୍ର ନିହାତି ଚଢ଼ାନ୍ତୁ ।ଭଗବାନ ବିଷ୍ଣୁ ତୁଳସୀ ପତ୍ରବିନା କୌଣସି ପ୍ରକାରରଭୋଗ ଗ୍ରହଣ କରନ୍ତିନାହିଁ ।ବ୍ରାହ୍ମଣ ନିତ୍ୟ ତୁଳସୀ ଅର୍ପଣ କରୁଥିଲେ ତେଣୁ ତାଙ୍କୁ ବୈକୁଣ୍ଠପ୍ରାପ୍ତି ହେଲା ।