ରାଧାପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭିଡ

ପୁରୀ,୩୧।୧୦(ଏସଏସନିଉଜ)କାର୍ତ୍ତିକମାସ ଶୁକ୍ଳପକ୍ଷ ନବମୀତିଥିପବିତ୍ର ଅଁଳା ନବମୀରୂପେ ପାଳନ ହୋଇଥାଏ । ଏଥିପାଇ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତମାନଙ୍କ ଭିଡ ପରୀଲକ୍ଷିତ ହୋଇଛି।ସାକ୍ଷୀଗୋପାଳଙ୍କ ପାଖରେ ବିଦ୍ୟମାନ ରାଧାରାଣୀଙ୍କ ଓଡ଼ିଆଣୀବେଶ ଆଉ ତାସାଙ୍ଗକୁ ଏହି ଦୁର୍ଲଭବେଶ ଦର୍ଶନ ପାଇଁ ଲକ୍ଷାଧୂକ ଭକ୍ତଙ୍କ ଗହଳି ଲାଗିଛି।ରାଧା ପାଦଦର୍ଶନ ପାଇଁ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି । ଗଲକାଲି ରାତି ୧ଘଣ୍ଟ ଠାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶନୀତି ଆଦି କରାଯାଇ ରାଧା ରାଣୀଙ୍କୁ ସୁସଜ୍ଜିତ କରାଯାଇଛି।ଏହାସହ ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି ମାଆ ରାଧାରାଣୀ ଓ ପ୍ରଭୁ ସାକ୍ଷୀ ଗୋପୀନାଥ ।ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୃତାୟନ କରାଯାଇଥିଲା।ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ୨୦ପ୍ଲାଟୁନଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି ।ବର୍ଷକରେ ଗୋଟିଏଦିନ ଆଜି ଯିଏ ରାଧାରାଣୀଙ୍କ ପାଦଦର୍ଶନ କରିବ ସେ ସର୍ବମୋକ୍ଷପ୍ରାପ୍ତ ହୋଇ ଚତୁବର୍ଗଫଳ ସହିତ ବୈକୁଣ୍ଠରେ ସ୍ଥାନପାଇବ ବୋଲି ଲୋକକଥା ରହିଛି।

Comments (0)
Add Comment