Browsing monthly archive

October 2025

ଟଙ୍କା ନଦେବାରୁ ମା ଓ ଭଉଣୀଙ୍କୁ ଆକ୍ରମଣ

ମେଣ୍ଢାଶାଳ,୧୦।୧୦(ଏସଏସନିଉଜ) ନିଜ ଖର୍ଚ୍ଚ ଲାଗି ଟଙ୍କା ମାଗିବାରୁ ନଦେବାରୁ ମା ଓ ଭଉଣୀଙ୍କୁ ରାସ୍ତାକୁ ଘୋଷାରି ନେଇ ବାଉଁଶ ଲାଠି ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କଲେ ପୁଅ।ମାର ଅଭିଯୋଗକୁ ଭିତି କରି ଚନ୍ଦକାଥାନା ପୋଲିସ ପୁଅକୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ପ୍ରକାଶଯେ, ଚନ୍ଦକାଥାନା ଅଧିନସ୍ଥ ଛତାବର ଗାଆଁରେ ହରପ୍ରିୟା ରଣା ନାମକ ମହିଳା ପରିବାର ସହ ରୁହନ୍ତି।ତାଙ୍କ ପୁଅ ଆଶୁତୋଷ ବେକାରୀ ସମସ୍ଯା ଦେଇ ଗତିକରୁଥିବା ବେଳେ, ନିଜ ଖର୍ଚ୍ଚ ଲାଗି ମାଙ୍କ ଉପରେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୧ତାରିଖ ୨୦୨୫ମସିହା (ଶନିବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ପଞ୍ଚମୀ ଦିବା ଘ୦୫/୫୬ ଗତେ ଷଷ୍ଠୀ,ନକ୍ଷତ୍ର- ରୋହିଣୀ ଦିବା ଘ୦୪/୧୯ ଗତେ ମୃଗଶିରା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୧୭, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୪/୨୧,ଯୋଗିନୀ ଦକ୍ଷିଣେ ଦିବା ଘ୦୫/୫୬ ଗତେ ପଶ୍ଚିମେ,କନ୍ୟା ରାଶିର ଘାତଚନ୍ଦ୍ର,ବୃଷ ,ସିଂହ ଓ କନ୍ୟାରାଶିର ଘାତବାର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୩ ମଧ୍ୟେ ଓ ଦିବା ଘ୦୩/୧୭ଗତେ ଘ ୦୫/୨୫ ମଧ୍ୟେ,ବାରବେଳା- ଦିବା ଘ୦୧/୦୨ଗତେ ଘ ୦୨/୩୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୮ଗତେ ଘ୦୯/୪୪ ମଧ୍ୟେ ଓ ଘ୧୨/୦୭ […]

ତହସିଲଦାର ଗିରଫ

ଭୁବନେଶ୍ଵର,୧୦।୧୦(ଏସଏସନିଉଜ)ମହାକାଳପଡ଼ା ତହସିଲଦାର ଶିବ ମଲ୍ଲିକ ଗିରଫ ହୋଈଛନ୍ତି।ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।ତହସିଲଦାରଙ୍କ ଆୟ ଠାରୁ ୧୯୦% ସମ୍ପତ୍ତି ଅଧିକ ଥିବା ସୂଚନା।କାଲି ରେଡ୍‌ ବେଳେ ବିପୁଳ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ।୪ କୋଠା, ୭ ପ୍ଲଟ୍‌, ୧୮ ଲକ୍ଷ ଜମା, ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଥିଲା।

EDରେ ହାଜର ହେଲେ ଅର୍ଚ୍ଚନାନାଗଙ୍କ ସ୍ବାମୀ

ଭୁବନେଶ୍ୱର,୧୦।୧୦(ଏସଏସନିଉଜ)EDରେ ହାଜର ହେଲେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ।ଆଜି ହାଜର ହେବା ପାଇଁ ED ସମନ କରିଥିଲା।ବିଭିନ୍ନ ପ୍ରକାର କାଗଜପତ୍ର ଦାଖଲ ପାଇଁ ସମନ ହୋଇଛି।ପୂର୍ବରୁ ଅର୍ଚ୍ଚନାଙ୍କ ସତ୍ୟ ବିହାର ଘରକୁ ସିଲ୍‌ କରିଥିଲା ED।

କ୍ରାଇମବ୍ରାଞ୍ଚରେ ହାଜର ହେଲେ ୩ ଅଧିକାରୀ

ଭୁବନେଶ୍ୱର,୧୦।୧୦(ଏସଏସନିଉଜ)କ୍ରାଇମବ୍ରାଞ୍ଚରେ ହାଜର ହେଲେ `ବଣିକ୍‌’ କୋଚିଂ ସେଣ୍ଟରର ୩ ଅଧିକାରୀ।ଏଚଆର ଆଡ୍‌ମିନ, ଆକାଉଣ୍ଟ୍ ମ୍ୟାନେଜର, ମାର୍କେଟିଂ ମ୍ୟାନେଜରଙ୍କୁ ହାଜର ହେବାକୁ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ୍‌ ।ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ୍‌।

CBI ଜାଲରେ RPF ହାବିଲଦାର

ଭୁବନେଶ୍ୱର,୧୦।୧୦(ଏସଏସନିଉଜ)CBI ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର RPF ହାବିଲଦାର।୧୫ ହଜାର ଟଙ୍କା ଲାଞ୍ଚ ନେଇ RPF ହାବିଲଦାର ମହମ୍ମଦ ଇଜହାର୍‌ କାବୁ।ଜରି, ବୋତଲ ଗୋଟାଳିଙ୍କଠୁ ଲାଞ୍ଚ ନେଲା ବେଳେ ମାଡ଼ିବସିଲା CBI।ଏନେଇ CBI ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ମରିଗଲା ନା ମାରିଦେଲେ!

ଭୁବନେଶ୍ୱର,୯।୧୦(ଏସଏସନିଉଜ ) ପ୍ରାଣିଉଦ୍ୟାନ ନନ୍ଦନକାନନର ୧୨ ନମ୍ବର ଖୁଆଡରେ ରହୁଥିବା ଏକମାତ୍ର ନାଲି ଓ ସବୁଜ ରଙ୍ଗର ମାକାଓର ବୁଧବାର ମୃତ୍ୟୁହୋଇଛି । ମୃତୁର ପକୃତ କାରଣ ଜଣାପଡ଼ିନଥିବା ବେଳେ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ମିଳିଛି। ତେବେ କିଛିଦିନ ହେବ ଏହି ମାକାଓଟି ଅସୁସ୍ଥ ରହିଥିଲା ।ଦୀର୍ଘଦିନ ଧରି ସାଥିକୁ ହରାଇ ଏକୁଟିଆ ନିସଂଗ ଜୀବନ ନିର୍ବାହ କରିଥିଲା।ଠିକଭାବେ ଖାଦ୍ୟ ଖାଉ ନଥିବାବେଳେ ପତଳା ଝାଡ଼ାରେ ଆକ୍ରାନ୍ତ ରହି […]

ଆକ୍ସନମୁଡରେ ଚନ୍ଦକା ପୋଲିସ

  ମେଣ୍ଢାଶାଳ,୯।୧୦(ଏସଏସନିଉଜ) ଆକ୍ସନ ମୁଡରେ ଏବେ ଚନ୍ଦକା ପୋଲିସ।ତାଙ୍କ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ମୋରମ ଚୋରା ଚାଲଣରେ ପୂର୍ଣ୍ଣଚ୍ଛେଦ ପକାଇ ମାଫିଆ ମାନଙ୍କୁ ସବାଡ କରିବାକୁ ପଣ ନେବାଭଳି ମନେ ହେଉଛି ।ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ଅଂଚଳରୁ ବୁଧବାର ରାତିରେ ପୋଲିସ ମୋରମ ବୋଝେଇ ୨ଟି ହାଇୱା,ଗୋଟିଏ ଜେଶିବିମେସିନ ଓ ଏକ ବାଇକ୍ ଜବତ କରି ମାଫିଆ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ପୋଲିସ।ମାଫିଆ ମାନେ ବେଆଇନଭାବେ ମୋରମ ଚୋରାଚାଲାଣ କରୁଥିବା ବେଳେ ପୋଲିସହାତରେ ଧରାପଡ଼ିଥିଲେ।ଏହି […]

୩୬ ଦିନରେ ପୀଡିତାଙ୍କୁ ନ୍ୟାୟ, ଚର୍ଚ୍ଚାରେ ସମିତା ମିଶ୍ର

  ଭୁବନେଶ୍ୱର,୯।୧୦(ଏସଏସନିଉଜ)୩୬ ଦିନରେ ପୀଡିତାଙ୍କୁ ନ୍ୟାୟ ଦେଇ ଚର୍ଚ୍ଚାରେ ସମିତା ମିଶ୍ର । ଏ ହେଉଛନ୍ତି ସେହି ସମିତା ମିଶ୍ର ଯାହାଙ୍କୁ ବର୍ଦିରେ ଦେଖିଲେ ମାଫିଆ ଥର ଥର ହୁଅନ୍ତି । ଆଉ ତାଙ୍କ ନାଁ ଶୁଣିଲେ ଭୟରେ ଲୁଚନ୍ତି ମାଫିଆ । ହଁ ଆଜ୍ଞା ସେ ହେଉଛନ୍ତି ଚନ୍ଦକା ଥାନାର ଦବଙ୍ଗ ଲେଡି ପୋଲିସ ଅଫିସର ଇନ୍ସପେକ୍ଟର ସମିତା ମିଶ୍ର । ଏବେ ସେ ଚର୍ଚ୍ଚାରେ ଅଛନ୍ତି । ସବୁଠୁ ଶୁଭେଛାର ସୁଅ ଛୁଟିଛି । […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୦ତାରିଖ ୨୦୨୫ ମସିହା (ଶୁକ୍ରବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଚତୁର୍ଥୀ ରାତ୍ରି ଘ୦୭/୫୩ ଗତେ ପଞ୍ଚମୀ,ନକ୍ଷତ୍ର- କୁର୍ତ୍ତିକା ରାତ୍ରି ଘ୦୬/୨୨ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/ ୫୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/ ୦୫,ଯୋଗିନୀ ନୈରୁତେ ରାତ୍ରି ଘ୦୭/୫୩ ଗତେ ଦକ୍ଷିଣେ,ବିଛା ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୦୮/୨୭ ଗତେ ଘ ୧୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୦ମଧ୍ୟେ ଓ ଘ୦୭/୧୮ ଗତେ ଘ୦୮/୨୬ ମଧ୍ୟେ ଓ ଘ୧୨/୦୫ ଗତେ ଘ୦୩/୧୭ […]