ମେଣ୍ଢାଶାଳ,୯।୧୦(ଏସଏସନିଉଜ) ଆକ୍ସନ ମୁଡରେ ଏବେ ଚନ୍ଦକା ପୋଲିସ।ତାଙ୍କ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ମୋରମ ଚୋରା ଚାଲଣରେ ପୂର୍ଣ୍ଣଚ୍ଛେଦ ପକାଇ ମାଫିଆ ମାନଙ୍କୁ ସବାଡ କରିବାକୁ ପଣ ନେବାଭଳି ମନେ ହେଉଛି ।ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ଅଂଚଳରୁ ବୁଧବାର ରାତିରେ ପୋଲିସ ମୋରମ ବୋଝେଇ ୨ଟି ହାଇୱା,ଗୋଟିଏ ଜେଶିବିମେସିନ ଓ ଏକ ବାଇକ୍ ଜବତ କରି ମାଫିଆ ମାନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛି ପୋଲିସ।ମାଫିଆ ମାନେ ବେଆଇନଭାବେ ମୋରମ ଚୋରାଚାଲାଣ କରୁଥିବା ବେଳେ ପୋଲିସହାତରେ ଧରାପଡ଼ିଥିଲେ।ଏହି ଘଟଣାରେ ପୋଲିସ ଗୁରୁବାର ଦିନ ୪ଜଣଙ୍କୁ ଗିରଫ କରିଥିବା ବେଳେ ୩ଜଣଙ୍କୁ କୋର୍ଟଚାଲଣ କରିଛି।ଅନ୍ୟ ଜଣେ ଅସୁସ୍ଥ ଥିବାର କହିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରକାଶଯେ,ମେଣ୍ଢାଶାଳ ଫାଣ୍ଡି ଅଧୀନସ୍ଥ ପାଣିଓରା ଓ ଛତାବର ମଝିରେ ଥିବା ଏକ କଲେଜ ପାଖରୁ ବେଆଇନ ଭାବେ ମାଫିଆମାନେ ଚୋରାରେ ମୋରମ ଉଠାଉ ଥିବାର ଚନ୍ଦକାଥାନା ଅଧିକାରୀ ସମିତା ମିଶ୍ରଙ୍କ ପାଖରେ ବୁଧବାର ରାତିରେ ଖବର ଆସି ପହଞ୍ଚିଥିଲା।ଏହାପରେ ମେଣ୍ଢାଶାଳ ଫାଣ୍ଡି ଅଧିକାରୀ ଆର୍ତ୍ତବଲ୍ଲଭ କରଙ୍କ ନେତୃତ୍ବରେ ଏକ ଦଳ ଗଠନ କରାଯାଇ ରାତାରାତି ପୋଲିସ ଚଢାଉ ଆରମ୍ଭ କରିଥିଲା।ପୋଲିସ ଉକ୍ତ ଜାଗାକୁ ଯାଉଥିବା ବାଟରେ ଚନ୍ଦକା ପିତାପଲି ରାସ୍ତାରେ ଦୃତଗତିରେ ଆସୁଥିବା ଓ ଡି ୦୨ଟି ୫୦୧୫ ନମ୍ୱର ହାଇୱାକୁ ରୋକିବା ପରେ ସେଥିରେ ବେଆଇନ ମୋରମ ଥିବାର ଜଣାପଡିଥିଲା।ହାଇୱା ଚାଲକ ଚନ୍ଦକା ଥାନା ଅଧୀନସ୍ଥ ବିଂଝଗିରି ଗ୍ରାମର ପ୍ରଦୀପ କୁମାର ସାହୁଙ୍କୁ ପୋଲିସ ପଚରାଉଚରା କରିବା ପରେ ବେଆଇନ ମୋରମ ଉଠୁଥିବାର ଚାଲକ ଜଣଙ୍କ ସ୍ବୀକାର କରିଥିଲେ। ପୋଲିସ ୪୩୫/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁ କରି ଚାଲକକୁ ଗିରଫ କରି ହାଇୱାକୁ ଜବତ କରି ଗୁରୁବାର କୋର୍ଟଚାଲାଣ କରିଛି ।
ଏହାପରେ ବେଆଇନ ମୋରମ ଖୋଳା ସ୍ଥାନକୁ ପୋଲିସ ଯାଇଥିଲା।ସେଠାରେ ପୋଲିସକୁ ଦେଖି ଅନ୍ୟମାନେ ଖସି ପଳାଇଥିବା ବେଳେ ପୋଲିସ ଉପରେ ଦୃଷ୍ଟି ଦେବା ପାଇଁ ପ୍ରସ୍ତୁତ ହୋଇ ରହିଥିବାଓଆର୍ ୦୨ ଏ ୩୫୯୮ ନମ୍ୱର ବାଇକ୍ ନେଇ ପଳାଉଥିବା ବେଳେ ଦେବାଶିଷ ସାମନ୍ତରାୟ ନାମକ ଯୁବକ ଧରାପଡି ଥିଲା।ପୋଲିସ ଘଟଣାସ୍ଥଳରୁଓଡି ୦୨ସିଜେଡ ୭୩୨୨ନମ୍ୱର ଜେସିବି ଓ ଓଡି ୦୨ସିଡି ୦୦୮୬ ନମ୍ୱର ହାଇୱାକୁ ଜବତ କରିବା ସହ ଜେସିବିଚାଲକ ସତ୍ୟଜିତ ମହାପାତ୍ର ଓ ହାଇୱାଚାଲକ ନିଲୁ ପାଲଙ୍କୁ ଗିରଫ କରିଥିଲା।ପୋଲିସ ୪୩୬/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ଗୁରୁବାର ବାଇକଚାଲକ ଓ ହାଇୱା ଚାଲକଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଥିବା ବେଳେ ଯେଶିବୀଚାଲକ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସାପାଇଁ ଡ଼ାକ୍ତରଖାନାରେ ଭର୍ତି କରିଥିଲା।ପୋଲିସର ଆକ୍ସନ ଦେଖି ମାଫିଆମାନେ ଭୟଭୀତ ହୋଇପଡ଼ିଥିବାବେଳେ ପୋଲିସର ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା ଓ ସାବାସୀ ମିଳୁଥିବାର ଶୁଣିବାକୁ ମିଳିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)