Browsing monthly archive

October 2025

ଚୂଡ଼ଙ୍ଗଗଡ଼ ବାରଙ୍ଗମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କଟକ,୧୨।୧୦(ଏସଏସନିଉଜ)ଚୂଡ଼ଙ୍ଗଗଡ଼ ବାରଙ୍ଗ ମହୋତ୍ସବର ଅଷ୍ଟମ ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତିବୈଠକ ରବିବାର ନାରଣପୁରସ୍ଥିତ ଏକ ଘରୋଇ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମହୋତ୍ସବ କିଭଳି ଶାନ୍ତିଶୃଙ୍ଖଳା ତଥା ସରସସୁନ୍ଦର ହୋଇପାରିବ ଅନୁଷ୍ଠାନ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ ସମସ୍ତଂକର ସହଯୋଗ କାମନା କରି ଥିଲେ।ଉପସ୍ଥିତ ପ୍ରଶାସନିକ ଅଧିକାରୀ ଓ କର୍ମକର୍ତ୍ତାମାନେ ନିଜନିଜ ବକ୍ତବ୍ୟରେ ସମସ୍ତଙ୍କୁ ନେଇ ମହୋତ୍ସବକୁ ଏଥର ଆକର୍ଷଣୀୟ କରିପାରିବା ସେଥିପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ।ଏଥିରେ ତହସିଲଦାର ତୁଷାର ଜ୍ୟୋତିରଞ୍ଜନ, ବିଡିଓ ସ୍ୱାଗତ ଦାସ, […]

ପାକିସ୍ତାନ ଉପରେ ଆଫଗାନିସ୍ତାନର ଆକ୍ରମଣ

ଭୁବନେଶ୍ଵର,୧୨।୧୦(ଏସଏସନିଉଜ)ପାକିସ୍ତାନ ଉପରେ ଆଫଗାନିସ୍ତାନ ସେନାର ଭୟଙ୍କର ଆକ୍ରମଣ ହୋଈଛି।ତାଲିବାନ୍ ଓ ପାକ୍‌ ସେନା ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି।ଏଥିରେ ୧୨ ପାକିସ୍ତାନୀ ସୈନିକ ନିହତ ହୋଇଥିବାର ସୂଚନା ମିଲିଛି।କୁନାର ଓ ହେଲମାଣ୍ଡ ପ୍ରଦେଶ ସମେତ ଡୁରାଣ୍ଡ ସୀମାରେ ଯୁଦ୍ଧ ଜାରି ରହିଛି।ଆଫଗାନିସ୍ତାନ ସେନା କବ୍‌ଜାରେ ପାକିସ୍ତାନର ଅନେକ ଆଉଟପୋଷ୍ଟ ରହିଛି।ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ବିବୃତ୍ତିରେ ସୂଚନା ଦିଆଯାଇଛି।

ମଦ୍ୟପ ଯୁବକ ୨ ଗାଡ଼ିକୁ ଧକ୍କା ଦେଲା

କଟକ ୧୧।୧୦(ଏସଏସନିଉଜ)ଉଚ୍ଚ ନ୍ୟାୟାଳୟ ନିକଟ ବେଲ୍ ଭିୟୁ ଛକରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାଷଚନ୍ଦ୍ର ବୋଷ ସେତୁ ଉପରେ ଜଣେ ଯୁବକ ବେପରୁଆ ଗାଡି ଚଳାଇବାରୁ ୨ଟି ଗାଡି ମଧ୍ୟରେ ଧକ୍କା ହୋଇଛି।ଏହି ଘଟଣାରେ ପୁଲିସ ମଦ୍ୟପ ଚାଳକକୁଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନରେ ଓଡି ୦୫ ବିଏସ ୮୨୫୭ ନମ୍ୱର ପିକ୍ ଅପ୍ ଗାଡ଼ିର ଚାଳକମଦ୍ୟପାନ କରି ଗାଡି ଚଳାଉଥିଲେ।ଚାଲକ ଜଣଙ୍କ ବେପରୁଆ ଭାବେ ଦୃତ ଗତିରେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୧୨ତାରିଖ ୨୦୨୫ମସିହା (ରବିବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ଷଷ୍ଠୀ ଦିବା ଘ୦୫/୫୬ ଗତେ ସପ୍ତମୀ,ନକ୍ଷତ୍ର- ମୃଗଶିରା ଦିବା ଘ୦୨/୪୪ ଗତେ ଆଦ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୪/୪୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୨୨,ଯୋଗିନୀ ପଶ୍ଚିମେ ଦିବା ଘ୦୨/୪୬ ଗତେ ବାୟବ୍ୟ,କନ୍ୟାରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ସପ୍ତମୀର ପାର୍ବଣ ଶ୍ରାଦ୍ଧ,କାଳବେଳା ଓ ବାରବେଳା- ଦିବା ଘ୧୦/୦୭ ଗତେ ଘ ୦୧/୦୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୧ ଗତେ ଘ୦୮/୫୬ମଧ୍ୟେ ଓ ଘ୦୧/୦୫ ଗତେ ଘ୦୩/୨୦ ମଧ୍ୟେ ରାତ୍ରି ଘ୦୭/୪୭ଗତେ […]

ଓଲଟିଲା ସରକାରୀ ବସ

ଖଜୁରୀପଡା,୧୧।୧୦(ଏସଏସନିଉଜ)ଶୁକ୍ରବାର ବିଳମ୍ବିତ ରାତିରେ ସରକାରୀ ଯାତ୍ରୀବାହୀ ବସଟି ଯାତ୍ରୀ ନେଇଲାଞ୍ଜିଗଡରୁ କଟକ ଯାଉଥିଲା। ଖଜୁରୀପଡା ନିକଟସ୍ଥ ଗାଡିଆପଡା ଘାଟିରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଯାହାଫଳରେ ଢେଙ୍କାନାଳ ଜିଲ୍ଲା କହ୍ନେଇପାଳର ସୌମ୍ୟ ଦାସ ନାମକ ବସ୍‌ର କଣ୍ଡକ୍ଟରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଏହାସହିତ ବସରେ ଥିବା ୧୫ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ବସ୍‌ଟି ଗାଡିଆପଡା ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।ଖବର ପାଇ ଖଜୁରୀପଡ଼ା ଥାନା ପୋଲିସ ଘଟଣାସ୍ଥଳରେ […]

କାମାକ୍ଷାନଗର ମାତିଛି ବାଘ

କାମାକ୍ଷାନଗର,୧୧।୧୦(ଏସଏସନିଉଜ)ଗତ କିଛିଦିନ ହେବ କାମାକ୍ଷାନଗର ଅଞ୍ଚଳରେ ଏକ ବାଘ ତାର ଉତ୍ପାତ ଆରମ୍ଭ କରିଛି।ବାଘଟିର ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇଦିନ ଧରି ବାଘଟି ଆତଙ୍କ ଖେଳାଇବା ସହ ଗାଈ ଓ ଷଣ୍ଢକୁ ଘୋଷାଡ଼ି ଆକ୍ରମଣ କରିବାକୁ ପଛାଇନାହିଁ।ଆଜି କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରିଦେଇଛି ।ବନବିଭାଗ ତୁରନ୍ତ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି।

ବ୍ରାହ୍ମଣୀଗାଁରେ ସରିଲା ମା ଗଜଲକ୍ଷ୍ମୀଙ୍କ ଭସାଣି

କଟକ, ୧୦।୧୦ (ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇଁପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଗୁରୁବାର ଶେଷ ହୋଇଛି । ଗୁରୁବାର ଗୋ ପୂଜା ଓ ଯଜ୍ଞ ପୂର୍ଣାହୁତି କରାଯାଇଥିବା ବେଳେ ଶୁକ୍ରବାର ଦିନ ମା ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟର ଶୋଭାଯାତ୍ରାରେ ଗ୍ରାମର ଯୁବକମାନଙ୍କ ନୃତ୍ୟ ଦେଖଣାହାରୀଙ୍କୁ ବେଶ ମନଲୋଭା କରିଥିଲା ।ପୂଜା ଚାଲିଥିବା ବେଳେ ପ୍ରତ୍ୟହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜ୍ୟ ପୂଜାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ […]

IAS ସ୍ତରରେ ଅଦଳବଦଳ

ଭୁବନେଶ୍ଵର,୧୦।୧୦(ଏସଏସନିଉଜ)ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି।ଏନ୍‌. ଥିରୁମାଲା ନାଏକ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ।ମାନସୀ ନିମ୍ଭାଲ ଉଠା ଜଳସେଚନ ନିଗମ ଏମ୍‌ଡି ।ସୁରେନ୍ଦ୍ର କୁମାର ମୀନା ହେଲେ ST/SC ବିକାଶ ବିଭାଗର ଅତିରିକ୍ତ ସଚିବ।ଶୁଭଶ୍ରୀ ନନ୍ଦ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ।ବିଏମ୍‌ସି କମିଶନର ଚଞ୍ଚଲ ରାଣାଙ୍କୁ ଅତିରିକ୍ତ ଦାୟିତ୍ବ ଭାବେବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ।ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ […]

ଘରମାଲିକଙ୍କ ଏଟିଏମ୍ ରୁ ଟଙ୍କା ଉଠାଇ କରୁଥିଲେ ଅୟସ

ଭୁବନେଶ୍ଵର,୧୦।୧୦(ଏସଏସନିଉଜ)ଘରମାଲିକଙ୍କ ଅଜାଣତରେ ଏଟିଏମ୍ ରୁ ଟଙ୍କା ଉଠାଇବା ଓ ସୁନା ଅଳଙ୍କାର ଚୋରି କରି ନେଇଥିବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣେ ଡ୍ରାଇଭରଙ୍କୁ ଗିରଫକରି ଗୁରୁବାର କୋର୍ଟଚାଲାଣ କରିଛି।ଗିରଫ ଡ୍ରାଇଭର ହେଉଛନ୍ତି ପୋଲସରା ଥାନା ଅଧୀନସ୍ଥ ଦାଶରଥିନଗରର ନୀଳମାଧବ ସାହୁ(୨୦)। ପ୍ରକାଶ ଯେ,ନୀଳମାଧବ ନନ୍ଦନକାନନ ଥାନା ଅଧୀନସ୍ଥ ପଦାସାହିଗାଁ ପାଖ ଡ୍ରିମ୍ ଭିଲା ବି -୧୩୭ ରେ ରହୁଥିବା ନମିତା ପଟ୍ଟନାୟକ ନାମକ ମହିଳାଙ୍କ ପାଖରେ ରୋଷେୟା ଓ ଡ୍ରାଇଭର ଭାବେ ଗତ ଜୁଲାଇ ମାସରୁ […]

ଝଲସୁଛି ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ରସାହି

ମେଣ୍ଢାଶାଳ,୧୦।୧୦( ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ପିଣ୍ଡିକି ବାହୁବଳେନ୍ଦ୍ର ସାହିରେ ୩୭ ତମ ଗଜଲକ୍ଷ୍ମୀପୂଜା ଧୁମ୍ ଧାମର ସହ ପାଳିତ ହେଉଛି ।ସନ୍ଧ୍ୟା ହେବା ମାତ୍ରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳ ଦେଖଣାହାରୀଙ୍କୁ ବିମୋହିତ କରିଛି।ସାତଦିନ ଧରି ଆୟୋଜିତ ଏହି ପୂଜାସବ ରେ ସୋମବାରଠାରୁ କୁମାର ପୁର୍ଣିମା ଅବସରରେ ମାଙ୍କୁ ସ୍ଥାପନା ସହ କଳସ ଶୋଭାଯାତ୍ରା ,ଷୋଡଶଚାର ପୂଜା, ସର୍ବ ଦେବଦେବୀ ଆବାହନ, ଆହୁତି ପ୍ରଦାନ, ଅଗ୍ନିସ୍ଥାପନ ଓ ହୋମ ଯଂଜ୍ଞ ହୋଇଥିଲା ।ସୋମବାରଠାରୁ ରବିବାର ପର୍ଯ୍ୟନ୍ତ ସାତ ଦିନଧରି […]