Browsing monthly archive

October 2025

ରାଜଧାନୀରେ ଯୁବକଙ୍କୁ ହତ୍ୟା,ଗୁଳିମାଡ଼

ଭୁବନେଶ୍ବର,୧୩।୧୦(ଏସଏସନିଉଜ)ରାଜଧାନୀରେ ପଥରରେ ମୁଣ୍ଡକୁ ଛେଚି ଯୁବକଙ୍କୁ ବୀଭତ୍ସଭାବେ ହତ୍ୟା କରାଯାଇଛି।ଇନ୍‌ଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିଭଳି ଭାବେ ଭୁବନେଶ୍ବର ଏମ୍‌ସ କର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ।ଡ୍ୟୁଟି ଆସିବା ବେଳେ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ଼ ହୋଇଥିଲା।ରଣସିଂହପୁରରେ ଗୋଡ଼ାଇ ଗୋଡ଼ାଇ ଗୁଳିମାଡ଼ କଲେ ଦୁର୍ବୃତ୍ତ।ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି ପରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ […]

ପ୍ରକାଶ ପାଇଲା ଗେଜେଟ୍‌ ବିଜ୍ଞପ୍ତି

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ ଅକ୍ଟୋବର ୨୦ (ସୋମବାର) ତାରିଖ ଧାର୍ଯ୍ୟ ହୋଇଛି । ସେହିପରି ଅକ୍ଟୋବର ୨୨ (ବୁଧବାର) ରେ ନାମାଙ୍କନ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଅକ୍ଟୋବର ୨୪ (ଶୁକ୍ରବାର) ତାରିଖକୁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।ନଭେମ୍ବର […]

ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ରାଜଧାନୀରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ଆକ୍ରମଣ ହୋଇଛି।ଭୁବନେଶ୍ବର ରେଲୱେଷ୍ଟେସନ ୬ନଂପ୍ଲାଟ୍‌ଫର୍ମ ବାହାରେ ଆକ୍ରମଣ ହୋଇଛି।ଶିକ୍ଷକଙ୍କୁ କାଠଫାଳିଆରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।ଆକ୍ରମଣରେ ଗୁରୁତର ଶିକ୍ଷକ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଶିକ୍ଷକ ଜଣଙ୍କ ରାୟଗଡ଼ା ରୁ ଭୁବନେଶ୍ୱର ସରକାରୀ କାର୍ଯ୍ୟରେ ଆସିଥିଲେ ବୋଲି ଜଣାପଡିଛି।

ସାପକୁ ଧରିଲେ, ଅସ୍ତ୍ରପଚାର କରି ଜଙ୍ଗଲରେ ଛାଡ଼ିଲେ

ବାରଙ୍ଗ,୧୨।୧୦ (ଏସଏସନିଉଜ) ନରଣପୁର ନିକଟରେ ଥିବା ଗୃହରୁ ଏକ ବିଷାକ୍ତ ସରୀସ୍ୱପକୁ ସ୍ନେକ ହେଲ୍ପଲାଇନି ଦ୍ୱରା ଉଦ୍ଧାର କରାଯାଇ ଅସ୍ତ୍ରପଚାର କରାଯାଇଛି । ସୂଚନା ମୁତାବକ ବାରଙ୍ଗ ନାରଣପୁର ସ୍ଥିତ ଏକ ଆପଟମେମେଣ୍ଟ ନିକଟରେ ହେଉଥିବା ବାସଗୃହରେ କାର୍ଯ୍ୟରତ ଶ୍ରମିକମାନେ କାମ କରୁଥିବା ବେଳେ ଏକ ବିଷଧର ସର୍ପ ଦେଖୁବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ବାରଙ୍ଗ ଅଂଚଳରେ କାର୍ଯ୍ୟରତ ସ୍ନେକେ ରେସ୍କୁୟୁ ର ସଦସ୍ୟ ରଞ୍ଜିତ ଓଝା ଙ୍କୁ ସୂଚନା ଦେଇଥିଲେ।ଖବର ପାଇ ରଞ୍ଜିତ ଓଝା ଘଟଣାସ୍ଥଳରେ ପହଂଚି […]

ବାଇକରେ ଆଣୁଥିଲେ ଦେଶୀ ମଦ ଧରିଲା ପୋଲିସ

  ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ମୁଣ୍ଡଳି ବ୍ୟାରେଜ ନିକଟରୁ ବେଆଇନ ଭାବେ ବାଇକ୍ ରେ ଆଣୁଥିବା ଦେଶୀମଦ ସହ ୨ଜଣଙ୍କୁ ଗିରଫ କରିଛି ବାରଂଗ ଥାନା ପୋଲିସ। ରବିବାର ସଂଧ୍ୟାରେ ବାରଂଗ ପୋଲିସ ପାଟ୍ରୋଲିଙ୍ଗ କରିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅଂଚଳରୁ ମହାନଦୀ ମୁଣ୍ଡଳି ବ୍ୟାରେଜ ପାସ କରିବା ବେଳେ ପୁଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଓଡି ୩୩ଏଟି ୯୬୭୫ ଏବଂ ଓଡି ୦୫ବିଏଲ ୯୬୪୦ ଗାଡ଼ି ଦୁଇଟିରୁ […]

ଘରୁ ନେଇଗଲେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା

ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ହାଇସ୍କୁଲ ପାଖରେ ଥିବା ଜଣଙ୍କ ଘରୁ ଚୋରମାନେ ୧୪ଭରି ସୁନା,ନଗଦ ୧.୬୦ ହଜାର ଟଙ୍କା ଚୋରି କରିନେଇଥିବା ରବିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ନରାଜ ନିବାସୀ ରାମ ଚନ୍ଦ୍ର ପଣ୍ଡା, ପୁପ୍ସାଞ୍ଜଳି ପଣ୍ଡା ଓ ତାଙ୍କର ଏକମାତ୍ର ପୁଅକୁ ନେଇ ନରାଜ ହାଇସ୍କୁଲ ପାଖରେ ଘରକରି ରହୁଥିଲେ । ଗତ ତିନି ଦିନ ତଳେ ମା ଓ ପୁଅ ଏକ ସୁଧିକ୍ରିୟା କାମରେ ଚଣ୍ଡିଖୋଲ ଚାଲି ଯାଇଥିଲେ […]

କାରରେ ଆଣୁଥିଲେ ବାଣ,ଧରିଲା ପୋଲିସ

ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ସାନ ମୁଣ୍ଡଳି ନିକଟରୁ ଗୋଟିଏ ବେଆଇନ ବାଣ ବୋଝେଇ କାରକୁ ଜବତ କରିଛି ଗୋଡିସାହି ଫାଣ୍ଡି ପୁଲିସ। ଘଟଣାରୁ ପ୍ରକାଶ ଯେ ରବିବାର ସଂନ୍ଧ୍ୟାରେ ଆଠଗଡ଼ ତିଗିରିଆ ଅଂଚଳରୁ ବେଆଇନ ବାଣ ବୋଝେଇ କରି ବାରଙ୍ଗ ଅଭିମୁଖେ ଦୁଇଟି କାର ଆସୁଥିବାର ବିଶେଷ ସୂତ୍ରରୁ ଗୋଡିସାହି ଫାଣ୍ଡି ପୋଲିସ ଖବର ପାଇଥିଲା।ଏଥିପାଇ ପୋଲିସ ମୁଣ୍ଡଳି ବ୍ୟାରେଜ ନିକଟରେ ଛକି ବସିଥିଲେ। ପୁଲିସ ଗାଡ଼ିକୁ ଦେଖି ଓଡି ୦୨ବିପି ୫୧୯୭ ନମ୍ୱର […]

ବାଇକକୁ ଧକ୍କା ଦେଲା ଆମ ବସ

ବାରଙ୍ଗ, ୧୨।୧୦(ଏସଏସନିଉଜ)ବିବାଦର ପିଛା ଛାଡୁନଥିବା ଆମବସ ଧକ୍କାରେ ରବିବାର ଦିନ ଜଣେ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ବସ ଟି ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ,ରବିବାର ଅପରାହ୍ନ ସାଢେ ୪ଟା ସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା ପଦ୍ମନାଭନଗର ଛକ ନିକଟରେ ଓଆର ୦୫ଏଏଲ ୮୦୪୫ ନମ୍ୱର ବାଇକ ଯୋଗେ ଜଣେ ବାଇକ୍ ଚାଳକ ତ୍ରିଶୂଳିଆ ବଜାରରୁ ଗୋଡିସାହି ଅଭିମୁଖେ ଯାଉଥିଲେ।ଏହିସମୟରେ ପଛପଟୁ ଓଡି ୦୫ସିବି ୦୧୬୫ ନମ୍ୱର ଆମ […]

ଆଜିର ରାଶିଫଳ

ଅକ୍ଟୋବର ମାସ ୧୩ ତାରିଖ ୨୦୨୫ ମସିହା (ସୋମବାର)କାର୍ତ୍ତିକମାସ- କୃଷ୍ଣ,ତିଥି- ସପ୍ତମୀ ଦିବା ଘ୦୧/୦୦ ଗତେ ଅଷ୍ଟମୀ,ନକ୍ଷତ୍ର- ଆଦ୍ରା ଦିବା ଘ୦୧/୪୧ ଗତେ ପୁନର୍ବସୁ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୫/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୨/୪୫,ଯୋଗିନୀ ବାୟବ୍ୟ ଦିବା ଘ୦୧/୦୦ ଗତେ ଐଶାନ୍ୟେ,ନ୍ୟା ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ସପ୍ତମୀ ର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ,କାଳବେଳା -ଦିବା ଘ୦୭/୧୨ ଗତେ ଘ ୦୮/୪୦ ମଧ୍ୟେ,ବାରବେଳା- ଦିବା ଘ୦୨/୨୮ ଗତେ ଘ ୦୪/୦୭ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ ମଧ୍ୟେ ଓ ଘ୦୮/୫୬ […]

୯୦ଟି ମାଛକୁ କୋଟିଏ

ଜଳେଶ୍ୱର,୧୨।୧୦(ଏସଏସନିଉଜ)ଜାଲରେ ପଡ଼ିଲା ୧ କୋଟି ଟଙ୍କାର ୯୦ଟି ତେଲିଆ ଭୋଳା ମାଛ।ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ତେଲିଆ ଭୋଳା ମାଛ।କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ପ୍ରାୟ ୧ କୋଟିରେ କିଣିଛି।ଏହି ମାଛର ପିତ୍ତ ଓ ଅନ୍ୟାନ୍ୟ ଅଂଶ ଔଷଧ ତିଆରିରେ ବ୍ୟବହାର ହୋଇଥାଏ।