ବାରଙ୍ଗ, ୧୨।୧୦(ଏସଏସନିଉଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ସାନ ମୁଣ୍ଡଳି ନିକଟରୁ ଗୋଟିଏ ବେଆଇନ ବାଣ ବୋଝେଇ କାରକୁ ଜବତ କରିଛି ଗୋଡିସାହି ଫାଣ୍ଡି ପୁଲିସ।
ଘଟଣାରୁ ପ୍ରକାଶ ଯେ ରବିବାର ସଂନ୍ଧ୍ୟାରେ ଆଠଗଡ଼ ତିଗିରିଆ ଅଂଚଳରୁ ବେଆଇନ ବାଣ ବୋଝେଇ କରି ବାରଙ୍ଗ ଅଭିମୁଖେ ଦୁଇଟି କାର ଆସୁଥିବାର ବିଶେଷ ସୂତ୍ରରୁ ଗୋଡିସାହି ଫାଣ୍ଡି ପୋଲିସ ଖବର ପାଇଥିଲା।ଏଥିପାଇ ପୋଲିସ ମୁଣ୍ଡଳି ବ୍ୟାରେଜ ନିକଟରେ ଛକି ବସିଥିଲେ। ପୁଲିସ ଗାଡ଼ିକୁ ଦେଖି ଓଡି ୦୨ବିପି ୫୧୯୭ ନମ୍ୱର କାରଟି ଦୃତ ଗତିରେ ଫେରାର ହେବାପାଇଁ ଚେଷ୍ଟା କରୁଥିବା ବେଳେ ଫାଣ୍ଡି ପୁଲିସ କାବୁ କରିଥିଲା।କାରରେ ଥିବା ୨ଜଣଙ୍କୁ
ଘଟଣାସ୍ଥଳରୁ ପୋଲିସ ଅଟକ ରଖିବା ସହିତ ବାଣ ବୋଝେଇ କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି।