କାମାକ୍ଷାନଗର,୧୧।୧୦(ଏସଏସନିଉଜ)ଗତ କିଛିଦିନ ହେବ କାମାକ୍ଷାନଗର ଅଞ୍ଚଳରେ ଏକ ବାଘ ତାର ଉତ୍ପାତ ଆରମ୍ଭ କରିଛି।ବାଘଟିର ଆତଙ୍କରେ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ଗତଦୁଇଦିନ ଧରି ବାଘଟି ଆତଙ୍କ ଖେଳାଇବା ସହ ଗାଈ ଓ ଷଣ୍ଢକୁ ଘୋଷାଡ଼ି ଆକ୍ରମଣ କରିବାକୁ ପଛାଇନାହିଁ।ଆଜି କନ୍ତାରିପାଟ ଗାଁ ଜଙ୍ଗଲରେ ବାଘଟି ଗୋଟେ ଷଣ୍ଢକୁ ଘୋଷାଡ଼ି ମାରିଦେଇଛି ।ବନବିଭାଗ ତୁରନ୍ତ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକେ ଦାବି କରିଛନ୍ତି।