ବ୍ରାହ୍ମଣୀଗାଁରେ ସରିଲା ମା ଗଜଲକ୍ଷ୍ମୀଙ୍କ ଭସାଣି

କଟକ, ୧୦।୧୦ (ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ କୁହ୍ନେଇଁପଡା ପଞ୍ଚାୟତର ବ୍ରାହ୍ମଣୀ ଗାଁରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଗୁରୁବାର ଶେଷ ହୋଇଛି । ଗୁରୁବାର ଗୋ ପୂଜା ଓ ଯଜ୍ଞ ପୂର୍ଣାହୁତି କରାଯାଇଥିବା ବେଳେ ଶୁକ୍ରବାର ଦିନ ମା ଗଜଲକ୍ଷ୍ମୀଙ୍କର ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟର ଶୋଭାଯାତ୍ରାରେ ଗ୍ରାମର ଯୁବକମାନଙ୍କ ନୃତ୍ୟ ଦେଖଣାହାରୀଙ୍କୁ ବେଶ ମନଲୋଭା କରିଥିଲା ।ପୂଜା ଚାଲିଥିବା ବେଳେ ପ୍ରତ୍ୟହ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜ୍ୟ ପୂଜାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଗ୍ରାମ୍ୟକମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।

Comments (0)
Add Comment