କଟକ ୧୧।୧୦(ଏସଏସନିଉଜ)ଉଚ୍ଚ ନ୍ୟାୟାଳୟ ନିକଟ ବେଲ୍ ଭିୟୁ ଛକରୁ ତ୍ରିଶୂଳିଆକୁ ସଂଯୋଗ କରୁଥିବା ନେତାଜୀ ସୁବାଷଚନ୍ଦ୍ର ବୋଷ ସେତୁ ଉପରେ ଜଣେ ଯୁବକ ବେପରୁଆ ଗାଡି ଚଳାଇବାରୁ ୨ଟି ଗାଡି ମଧ୍ୟରେ ଧକ୍କା ହୋଇଛି।ଏହି ଘଟଣାରେ ପୁଲିସ ମଦ୍ୟପ ଚାଳକକୁଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନରେ ଓଡି ୦୫ ବିଏସ ୮୨୫୭ ନମ୍ୱର ପିକ୍ ଅପ୍ ଗାଡ଼ିର ଚାଳକମଦ୍ୟପାନ କରି ଗାଡି ଚଳାଉଥିଲେ।ଚାଲକ ଜଣଙ୍କ ବେପରୁଆ ଭାବେ ଦୃତ ଗତିରେ ଗାଡ଼ିଟି କୁ ଆଣି ଆଗରେ ଯାଉଥିବା ୨ଟି ଗାଡ଼ିକୁ ଧକ୍କା କରିଥିଲା। ସେହି ସମୟରେ ସେତୁ ଉପରେ ଯାଉଥିବା ପଥଚାରୀ ମାନେ ଜରୁରୀକାଳୀନ ପୁଲିସ ସହାୟତା କେନ୍ଦ୍ରକୁ ସୂଚନା ଦେଇଥିଲେ। ସୂଚନା ପାଇଁ ବାରଙ୍ଗ ଥାନା ପୁଲିସ ତ୍ରିଶୂଳିଆ ବଜାର ଟ୍ରାଫିକ ଛକ ଉପର ପୁଲିସ ଆଉଟ୍ ପୋଷ୍ଟରେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଅଟକାଇ ଥିଲା। ମଦ୍ୟପାନ ଯାଞ୍ଚ କରିବା ଯନ୍ତ୍ର ସହାୟତାରେ ପୋଲିସ ଉକ୍ତ ଗାଡି ଚାଲକ ର ପରୀକ୍ଷା କରିବା ପରେ ଚାଲକ ଜଣଙ୍କ ମଦ୍ୟପାନ କରିଥିବାର ଜଣାପଡିଥିଲା।ଏହାପରେ ଗାଡ଼ିକୁ ଜବତ କରି ଚାଳକକୁ ଅଟକ ରଖ୍ ତଦନ୍ତ ଆରମ୍ଭ କରିଛି ବାରଙ୍ଗ ଥାନା ପୁଲିସ।