Browsing yearly archive

2025

ଦୁଇଦିନ ଭିତରେ ବାହାରିବ +୨ପରୀକ୍ଷା ଫଳ

ଭୁବନେଶ୍ଵର,୨୦।୫(ଏସଏସନିୟୂଜ)ଦିନେ ଦୁଇଦିନ ଭିତରେ +୨ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେଏପଟେ ନାମ ଲେଖାକୁ ନେଇ ଦ୍ୱନ୍ଦ୍ୱ ବଢ଼ିବାକୁ ଆରମ୍ଭ କଲାଣି।ଆଜି ଯୁକ୍ତ ୩ ଆବେଦନର ଶେଷ ତାରିଖ ରହିଛି । ଯୁକ୍ତଦୁଇ ରେଜଲ୍ଟ ବାହାରି ନଥିବାରୁ ପିଲାମାନେ ଯୁକ୍ତ୩ ପାଇଁ ଆବେଦନ କରିପାରି ନାହାନ୍ତି ।ଏନେଇ ଅଭିଯୋଗ ଆସିବାପରେ ଯୁକ୍ତ ୩ ଆବେଦନ ଅବଧି ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ସହ କଥା ହୋଇଛୁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଓଡିଶାରୁ ବିଦା ହେବେ ବାଂଲାଦେଶୀ

ଭୁବନେଶ୍ଵର,୨୦।୫(ଏସଏସନିୟୁଜ୍)ଓଡିଶାରୁ ବିଦା ହେବେ ବାଂଲାଦେଶୀ।ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର। ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ସ୍ୱତନ୍ତ୍ର SOP ପ୍ରସ୍ତୁତ କରୁଛି କ୍ରାଇମବ୍ରାଞ୍ଚ STF। ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି। SOPରେ କଣ ରହିଛି ଜାଣନ୍ତୁ ।ଓଡିଶା ସୀମାବର୍ତ୍ତୀ ଅଞ୍ଚଳରେ ନାକା କରାଜୀବ।ଵାଂଲାଦେଶୀ ଗତିଵିଧି ଉପରେ ନଜର ରଖି ତାଲିକା ପ୍ରସ୍ତୁତ କରିବେ।ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, କାହାଦ୍ୱାରା ଆସିଥିଲେ ଓଡିଶା ସେନେଇ ଯାଞ୍ଚ କରାଯିବ।କେଉଁଠୁ ଆଧାରକାର୍ଡ, ରାସନକାର୍ଡ ପ୍ରସ୍ତୁତ […]

ଫେରିଲା କରୋନା

ଭୁବନେଶ୍ଵର,୨୦।୫(ଏସଏସନିୟୁଜ୍)ଭାରତକୁ ପୁଣି ଫେରିଲା କୋଭିଡ ଭୟ ।ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସେମାନଙ୍କ ମୃତ୍ୟୁ ହୋଇଥିବା କିଛି ବିଶେଷସୁତ୍ରରୁ ଜଣାପଡିଛି।ଦେଶରେ ଏବେ ୨୫୭ଟି କରୋନାଆକ୍ଟିଭକେସ୍ ଥିବା ସୂଚନାମିଳିଛି ।

ଆଜିର ରଶିଫଳ

ମଇମାସ ୨୦ତାରିଖ ୨୦୨୫ମସିହା(ମଙ୍ଗଳବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ସପ୍ତମୀ ପ୍ରା ଘ୦୬/୦୮ ଗତେ ଅଷ୍ଟମୀ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୧୮ ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୦, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୩୯,ଯୋଗିନୀ ବାୟବ୍ୟେ ପ୍ରା ଘ୦୬/୦୮ ଗତେ ଐଶାନ୍ୟେ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର, ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା- ଦିବା ଘ୦୧/୨୪ ଗତେ ଘ୦୩/୦୨ମଧ୍ୟେ,ବାରବେଳା- ଦିବା ଘ୦୬/୪୮ ଗତେ ଘ୦୮/୨୫ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୪୭ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୧/୩୮ ମଧ୍ୟେ ଓ ଘ୦୩/୩୭ ଗତେ ଘ୦୪/୨୫ […]

ସୋମେଶ୍ୱର ମହାଦେବଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉସବ

ବାରଙ୍ଗ,୧୯।୫(ଏସଏସନିୟୂଜ)ପୁରୀ ମୁଖ୍ୟକେନାଲ କୂଳରେ ନୂଆକରି ନିର୍ମିତ ମହାଦେବ ମନ୍ଦିରରେ ଆରମ୍ଭ ହୋଇଥିବା ଧ୍ଵଜା ସ୍ଥାପନ, ବିଗ୍ରହ ମନ୍ଦିର ପ୍ରବେଶ ଓ ମନ୍ଦିର ପ୍ରତିଷ୍ଠା ଉସବ୍ ସୋମବାର ସମ୍ପର୍ନ୍ନ ହୋଇଯାଇଛି।ଏଥିନିମନ୍ତେ ୧୫ତାରିଖ ଗୁରୁବାରରୁ ମନ୍ଦିର ପରିସରରେ ଆରମ୍ଭ ହୋଇଥିବା ମହାଯଜ୍ଞର ସୋମବାର ସଂଧ୍ୟାରେ ପୂର୍ଣ୍ଣାହୁତି ହୋଇଛି।ଆଖପାଖ ଗ୍ରାମର ସହସହ ଶ୍ରଦ୍ଧାଳୁ ଦେବକର୍ମ ରେ ସନ୍ଧ୍ୟାରେ ଉପସ୍ଥିତ ରହି ପ୍ରଭୁଙ୍କ କୃପାଲାଭ କରିଥିଲେ।୫ଦିନ ବ୍ୟାପି ଏହି କାର୍ଯ୍ୟକ୍ରମର ପ୍ରତ୍ୟହ ସନ୍ଧ୍ୟାରେ ଭଜନ ସମାରୋହ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ […]

ମିଳିଲା ମୃତଦେହ ପରିଚୟ

ବାରଙ୍ଗ,୧୮।୫(ଏସଏସନିୟୁଜ) ପୁରୀ ମୁଖ୍ୟକେନାଲ ଭିତରୁ ବୁଧବାର ସକାଳୁ ମିଳିଥିବା ଅଜଣା ମୃତଦେହର ପରିଚୟ ମିଳିପାରିଛି। ମୃତକ ବୃଦ୍ଧଜଣକ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଦାଢାପାଟଣା ସାମଲସାହିର ମହେନ୍ଦ୍ର ସାମଲ(୭୫) । ପ୍ରକାଶଯେ, ବୁଧବାର ସକାଳୁ ପଂଞ୍ଚୁପାଳ ଗ୍ରାମ ନିକଟରେ ପୁରୀ ମୁଖ୍ୟକେନାଲ ଭିତରେ ଗୋଟିଏ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖି ଥାନାକୁ ସୂଚନା ଦେଇଥିଲେ। ସୂଚନାପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ଖାଲି […]

ଅଳିଆଗାଡ଼ି କାର ଓ ବାଇକକୁ ଦେଲା ଧକ୍କା

ବାରଙ୍ଗ,୧୮।୫(ଏସଏସନିୟୁଜ)ଷଣ୍ଢପୁରବାଙ୍କ ନିକଟରେ ଅଳିଆଗାଡ଼ି ଏକ ବାଇକ୍ ଓ କାରକୁ ଧକା ଦେବାରୁ ବାଇକ୍ ଚାଲକ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଅଳିଆ ଗାଡି ଫେରାର ହୋଇଯାଇ ଥିବା ବେଳେ ପୋଲିସ ଗାଡି ଓ ଚାଳକକୁ ଧରି ଥାନାକୁ ଆଣିଛି। ପ୍ରକାଶଯେ, ରବିବାର ଅପରାହ୍ନ ୨ଟାସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଦୋଗଛିଆ ବାଙ୍କ ନିକଟରେ କଟକ ମହାନଗର ନିଗମର ଅଳିଆବୁହା ଓଆର ୦୫ ଏପି ୭୮୧୬ ନମ୍ୱର ହାଇୱ। ଗାଡ଼ିଟି ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ […]

ନାବାଳକ ଚୋରକୁ ଧରିଲେ, ପୁଲିସକୁ ଦେଲେ…

ବାରଙ୍ଗ,୧୮।୫(ଏସଏସନିୟୁଜ)ରବିବାର ସକାଳେ ଜଣେ ନାବାଳକ ଚୋରକୁ ଧରି ସ୍ଥାନୀୟ ଲୋକମାନେ ବାରଙ୍ଗ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶଯେ, ବିଦ୍ୟାଧରପୁରଗ୍ରାମ ନିକଟସ୍ଥ ତ୍ରିଶୂଳିଆ ନରାଜ କାଠଯୋଡି ନଦୀବନ୍ଧ ରାସ୍ତାରେ କଟକ ତୁଳସୀପୁର ଅଂଚଳର ସାଜିଦ୍ ମହମ୍ମଦ ନାମକ ବ୍ୟକ୍ତିଙ୍କ ଘର କବାଟ ଭଙ୍ଗାଯାଇ ଶନିବାର ରାତିରେ ୪ହଜାର ଟଙ୍କା ଓ ବିଭିନ୍ନ ଘରକରଣା ଆସବାସପତ୍ର ଚୋରି ହୋଇଥିଲା।ଚୋରିହେବା ସମୟରଦୃଶ୍ୟ ଓ ସିସିଟିଭି କ୍ୟାମେରା ଭାଙ୍ଗିବାରଦୃଶ୍ୟ ଘର ସମ୍ମୁଖରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।ରବିବାରସକାଳେ ଚୋରି […]

ଆଜିର ରାଶିଫଳ

ମଇମାସ ୧୯ତାରିଖ ୨୦୨୫ ମସିହା(ସୋମବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି-ଷଷ୍ଠୀ ପ୍ରା ଘ୦୬/୨୭ ଗତେସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୩/୦୯,ଯୋଗିନୀ ପଶ୍ଚିମେ ପ୍ରା ଘ୦୬/୨୭ଗତେ ବାୟବ୍ୟେ, ସିଂହରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କାଳବେଳା- ଦିବା ଘ୦୬/୪୮ଗତେ ଘ୦୮/୨୭ ମଧ୍ୟେ,ବାରବେଳା- ଦିବା ଘ୦୩/୦୦ଗତେ ଘ୦୪/୩୭ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୨୭ ଗତେ ଘ୧୦/୦୩ ମଧ୍ୟେ ଓ ରାତ୍ରି ଘ୦୯/୨୨ ଗତେ ଘ୧୨/୩୩ ମଧ୍ୟେ ଓ ରାତ୍ରି ଘ୦୨/ ୦୭ ଗତେ ଘ୦୩/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୨୧ […]

ଆଜିର ରାଶିଫଳ

ମଇମାସ ୧୮ତାରିଖ ୨୦୨୫ମସିହା(ରବିବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ପଞ୍ଚମୀ ପ୍ରା ଘ୦୬/୧୪ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୧୯,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/ ୪୯,ଯୋଗିନୀ ଦକ୍ଷିଣେ ପ୍ରା ଘ୦୬/୧୪ଗତେ ପଶ୍ଚିମେ, ସିଂହରାଶିର ଘାତଚନ୍ଦ୍ର, ମେଷ ରାଶିର ଘାତବାର,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା- ଓ ବାରବେଳା- ଦିବା ଘ୧୦/୦୪ଗତେ ଘ୦୧/୨୯ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୬/୫୦ଗତେ ଘ୦୯/୧୪ମଧ୍ୟେ ଓ ଘ୦୧ /୩୦ଗତେ ଘ୦୨/୦୩ମଧ୍ୟେ ଓ ରାତ୍ରି ଘ୦୭/୩୨ ଗତେ ଘ୧୦/୪୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୩୮ ଗତେ ଘ୦୪/୨୭ ମଧ୍ୟେ,ଅଦ୍ୟ ନିମ୍ବଭକ୍ଷଣ ନିଷେଧ। ମେଷ:-ବାଣିଜ୍ୟ, ବ୍ୟବସାୟ ଓ […]