ନାବାଳକ ଚୋରକୁ ଧରିଲେ, ପୁଲିସକୁ ଦେଲେ…

ବାରଙ୍ଗ,୧୮।୫(ଏସଏସନିୟୁଜ)ରବିବାର ସକାଳେ ଜଣେ ନାବାଳକ ଚୋରକୁ ଧରି ସ୍ଥାନୀୟ ଲୋକମାନେ ବାରଙ୍ଗ ଥାନା ପୁଲିସକୁ ହସ୍ତାନ୍ତର କରିଛନ୍ତି।
ପ୍ରକାଶଯେ, ବିଦ୍ୟାଧରପୁରଗ୍ରାମ ନିକଟସ୍ଥ ତ୍ରିଶୂଳିଆ ନରାଜ କାଠଯୋଡି ନଦୀବନ୍ଧ ରାସ୍ତାରେ କଟକ ତୁଳସୀପୁର ଅଂଚଳର ସାଜିଦ୍ ମହମ୍ମଦ ନାମକ ବ୍ୟକ୍ତିଙ୍କ ଘର କବାଟ ଭଙ୍ଗାଯାଇ ଶନିବାର ରାତିରେ ୪ହଜାର ଟଙ୍କା ଓ ବିଭିନ୍ନ ଘରକରଣା ଆସବାସପତ୍ର ଚୋରି ହୋଇଥିଲା।ଚୋରିହେବା ସମୟରଦୃଶ୍ୟ ଓ ସିସିଟିଭି କ୍ୟାମେରା ଭାଙ୍ଗିବାରଦୃଶ୍ୟ ଘର ସମ୍ମୁଖରେ ଲଗା ଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା।ରବିବାରସକାଳେ ଚୋରି ହୋଇଥିବାର ଜଣାପଡିବା ପରେ ସିସିଟିଭିକ୍ୟାମେରା ଯାଞ୍ଚ ବେଳେ ଜଣେ ନାବାଳକର କାରନାମା ଜଣାପଡିଥିଲା। ପରେ ସ୍ଥାନୀୟଲୋକ ନାବାଳକକୁ ଧରି ଉତ୍ତମ ମଧ୍ୟମ ଦେଇ ଥାନାକୁ ହସ୍ତାନ୍ତର କରିଛନ୍ତି।(ଜିତ୍ ରାଉତଙ୍କ ରିପୋର୍ଟ)

Comments (0)
Add Comment