Browsing yearly archive

2025

ବିଦ୍ୟାଳୟର ଗର୍ବ ଯୋର୍ତିମୟୀ ଦାସ

ମେଣ୍ଢାଶାଳ,୪।୫(ଏସଏସନିୟୁଜ) ଚଳିତବର୍ଷ ମେଟ୍ରିକ୍ ପରୀକ୍ଷାରେ ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ଶତପ୍ରତିଶତ ପରୀକ୍ଷା ଫଳ ହୋଇଛି।ସମୁଦାୟ ୭୯ଜଣ ପିଲା ପାସ କରିଥିବା ବେଳେ ଯୋର୍ତିମୟୀ ଦାସ ନାମକ ଛାତ୍ରୀ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।୫୨୯ ନମ୍ୱର ମେଟ୍ରିକ୍ ପରୀକ୍ଷାରେ ଆଣିଥିବାରୁ ସବୁଆଡୁ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଛି।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

ତଦନ୍ତ କରିବ ୩ ଜଣିଆ ବୈଷୟିକ କମିଟି -ପୂର୍ତ୍ତ ମନ୍ତ୍ରୀ

ଭୁବନେଶ୍ୱର,୪୩।୫(ଏସଏସନିୟୁଜ) କଟକ ରିଙ୍ଗରୋଡ଼ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ଦୁଇଜଣ ଯନ୍ତ୍ରୀଙ୍କ ସମେତ ତିନି ଜଣଙ୍କର ପ୍ରାଣ ହାନି ଘଟିଛି ଏବଂ ଦୁଇଜଣ ଆହତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି I ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁମ୍ବାଇରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଥିବାବେଳେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ତାଙ୍କ ଆର୍ଥିକ ସହାୟତା […]

ଆଜିର ରାଶିଫଳ

ମଇ ମାସ ୦୪ ତାରିଖ ୨୦୨୫ ମସିହା (ରବିବାର)ବୈଶାଖ ମାସ- ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ ୦୭/୨୪ ଗତେ ଅଷ୍ଟମୀ,ନକ୍ଷତ୍ର- ପୂଷ୍ୟା ଦିବା ଘ୦୧/୪୦ ଗତେ ଅଶ୍ଳେଷା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮ /୨୦,ଯୋଗିନୀ ବୟବ୍ୟେ ଦିବା ଘ୦୭/୨୪ ଗତେ ଐଶାନ୍ୟେ,ମେଷରାଶିର ଘାତବାର, ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵି ପାଦ ଓ ଦିବା ଘ୦୭/୨୪ ଗତେ ଏକ ପାଦ ପୁଷ୍କରଦୋଷ,କାଳବେଳା ଓ ବାରବେଳା- ଦିବା ଘ୧୦/୦୦ ଗତେ ଘ୦୧/୧୧ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୦୬ ଗତେ […]

ବ୍ରିଜ୍‌ର ସ୍ଲାବଖସି ଗଲା ୩ ଜୀବନ, ୨ ଗୁରୁତର

କଟକ,୩।୫(ଏସଏସ ନିୟୁଜ)କଟକର ଖାନ୍‌ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍‌ ଖସିପଡ଼ିବାରୁ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର ଆହତ ଅରୁଣ ବାରିକ ଓ ବିକଳ ଜେନାଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ।ପୂର୍ତ୍ତବିଭାଗ ପକ୍ଷରୁ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍‌ କାମ ପାଇ ଏକ ଘରୋଇ କଂପାନିକୁ ଦାୟିତ୍ବ ଦିଆଯାଇଛି। ଆଜି ନିର୍ମାଣ କାମ ଚାଲିଥିବାବେଳେ ଅପରାହଣ୍‌ ସମୟରେ ବ୍ରିଜ୍‌ ଉପରେ କିଛି […]

ଆଜିର ରାଶିଫଳ

ମଇମାସ ୦୩ତାରିଖ ୨୦୨୫ ମସିହା (ଶନିବାର)ବୈଶାଖମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ ୦୭/୫୪ଗତେ ସପ୍ତମୀ,ନକ୍ଷତ୍ର- ପୁନର୍ବସୁ ଦିବା ଘ୦୧/୧୮ ଗତେ ପୂଷ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/ ୨୧/୨୯,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬ /୦୭/୪୯,ଯୋଗିନୀ ପଶ୍ଚିମେ ଦିବା ଘ୦୭/୫୪ ଗତେ ବୟବ୍ୟେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଦ୍ଵି ପାଦ ଓ ଦିବା ଘ୦୭/୫୩ଗତେ ତ୍ରୀପାଦ ଓ ଦିବା ଘ୦୧/୧୮ଗତେ ଦ୍ଵୀ ପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୬/୫୦ ମଧ୍ୟେ ଓ ଦିବା ଘ୦୪ /୩୩ ଗତେ ଘ୦୬/୦୮ ମଧ୍ୟେ, ବାରବେଳା-ଦିବା […]

ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରରେ ସବୁ ପିଲା ପାସ  

ବାରଙ୍ଗ,୨।୫(ଏସଏସନିୟୁଜ)ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଏଥିରେ ପଟିଆ କାନନବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି।ଶିକ୍ଷା କେନ୍ଦ୍ରରସମସ୍ତ ପିଲା ପାସ କରିଛନ୍ତି।ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ଜଣ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩,ବି – ୨ଗ୍ରେଡରେ ୩୨ଜଣ ପିଲା ପାସ କରିଛନ୍ତି।ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି […]

କମ୍ ମାର୍କ ପାଇଁ ଆତ୍ମହତ୍ୟା କଲେ ଛାତ୍ର

ଭୁବନେଶ୍ଵର,୨।୫(ଏସଏସ ନିଯୁଜ)ଶୁକ୍ରବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା । ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାର ଜଣାପଡିବା ପରେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି ।ସେ ହେଉଛନ୍ତି ଜଗତସିଂହପରୁର ସଦର ଥାନା ଅଳସୁଦ୍ଧା ଗାଁର ଜଣେ ଛାତ୍ର।ଛାତ୍ର ଜଣଙ୍କ କମ୍ ମାର୍କ ରହି ଥିବାର ଜାଣିବା ପରେ ସନ୍ତୁଳନ ହରାଇ […]

୧୦ରେ ଆସୁଛନ୍ତି ଶାହ

ଭୁବନେଶ୍ଵର,୨।୫(ଏସଏସ ନିୟୁଯ)ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।ଆସନ୍ତା ୧୦ରେ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ଅମିତ ଶାହ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା ଦେଇଛନ୍ତି।ସେ କହିଛନ୍ତି ୧୦ରେ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ।ଜଟଣୀରେ ଫରେନ୍‌ସିକ୍‌ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।୧୧ରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ।ପରେ ଭୁବନେଶ୍ୱର ଜନତା ମଇଦାନରେ ଶିଳାନ୍ୟାସ କରିବା ସହ ଅଭିଭାଷଣ ଦେବେ ବୋଲି ବିଜେପି ସଭାପତି […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ଵର,୨।୫(ଏସଏସନୀୟୂଜ୍)ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଚଳିତ ବର୍ଷ ପାସ୍‌ହାର ରହିଛି ୯୪.୯୩%।ଚଳିତ ବର୍ଷ ମାଟ୍ରିକପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ ।ସେଥିମଧ୍ୟରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୫୬୩ ଜଣ ।ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ […]

ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର

ବାରଙ୍ଗ,୨।୫(ଏସଏସନିଯୁଜ)ବିଜେପିର ବୁଥ୍ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଓ ପ୍ରଶିକ୍ଷଣ ଶିବିର ବେଲଗଛିଆ ଗ୍ରାମ ପଂଚାୟତର ଏକ କଲ୍ୟାଣମଣ୍ଡପରେ ଶୁକ୍ରବାର ଦିବା ୧୦ଘଟିକରେ ଅନୁଷ୍ଟିତ ହୋଇଯାଇଛି। ମଣ୍ଡଳ ସଭାପତି ସୁନିଲ ସ୍ବାଇଁଙ୍କ ଅଧକ୍ଷତାରେ ଅନୁଷ୍ଠିତଏହି ବୁଥ୍ ସ୍ତରୀୟ କର୍ମ ଶାଳାରେ ବାଙ୍କୀ ବିଧାନସଭା ପ୍ରାର୍ଥୀ ତଥା ଜିଲ୍ଲା ପରିଷଦ ସଦସ୍ୟ ତୁଷାର କାନ୍ତ ଚକ୍ରବର୍ତ୍ତୀ ଯୋଗ ଦେଇ ତୃଣମୁଳ ସ୍ତରରେ ଦଳୀୟ ସଙ୍ଗଠନକୁ ମଝବୁତ କରିବା ସହ ସରକାରଙ୍କ ଲୋକଭିମୁଖୀ କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ଦ୍ୱାରରେ ପହଂଚେଇବାକୁ କର୍ମୀ […]