ବାରଙ୍ଗ,୨।୫(ଏସଏସନିୟୁଜ)ଚଳିତ ବର୍ଷର ମେଟ୍ରିକ୍ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି।ଏଥିରେ ପଟିଆ କାନନବିହାର ସ୍ଥିତ ଶ୍ରୀଜୟଦେବ ଶିକ୍ଷା କେନ୍ଦ୍ରର ପରୀକ୍ଷାଫଳ ଶତପ୍ରତିଶତ ହୋଇଛି।ଶିକ୍ଷା କେନ୍ଦ୍ରରସମସ୍ତ ପିଲା ପାସ କରିଛନ୍ତି।ସମୁଦାୟ ମେଟ୍ରିକ୍ ପରୀକ୍ଷା ଦେଇଥିବା ୧୦୪ଜଣ ପିଲା ପାସ କରିଥିବା ବେଳେ ସେଥିମଧ୍ୟରୁ ଏ- ୧ରେ ୩ଜଣ, ଏ-୨ରେ ୭ଜଣ,ବି -୧ ରେ ୨୩,ବି – ୨ଗ୍ରେଡରେ ୩୨ଜଣ ପିଲା ପାସ କରିଛନ୍ତି।ଶିକ୍ଷା କେନ୍ଦ୍ରର ଶତକଡା ୧୦୦ଭାଗ ପିଲା ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।