ଭୁବନେଶ୍ଵର,୨।୫(ଏସଏସ ନିଯୁଜ)ଶୁକ୍ରବାର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅପରାହ୍ନ ୪ଟାରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଲା
। ଆଉ ୬ଟା ବେଳକୁ ଖବର ଆସିଲା କି କମ୍ ମାର୍କ ମିଳିବାର ଜଣାପଡିବା ପରେ ଜଣେ ମାଟ୍ରିକ ଛାତ୍ର ଆତ୍ମହତ୍ୟା କରିଛନ୍ତି ।ସେ ହେଉଛନ୍ତି ଜଗତସିଂହପରୁର ସଦର ଥାନା ଅଳସୁଦ୍ଧା ଗାଁର ଜଣେ ଛାତ୍ର।ଛାତ୍ର ଜଣଙ୍କ କମ୍ ମାର୍କ ରହି ଥିବାର ଜାଣିବା ପରେ ସନ୍ତୁଳନ ହରାଇ ଆଗ ପଛ ବିଚାର ନକରିପାରି ନିଜ ଜୀବନ ହାରିବାକୁ ପଛାଇ ନଥିଲେ। ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରୁଛନ୍ତି ଛାତ୍ର।