Browsing daily archive

March 7, 2026

ଆଜିର ରାଶିଫଳ

ମାର୍ଚ୍ଚମାସ ୦୮ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରିଘ୦୯/୧୫ଗତେ ଷଷ୍ଠୀ,ନକ୍ଷତ୍ର- ସ୍ୱାତୀ ଦିବା ଘ୦୨/୧୪ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୬/୦୫/୧୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୨/ ୧୨,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୯/୧୫ଗତେ ପଶ୍ଚିମେ,ମେଷରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୨/୧୪ ଗତେ ଦ୍ଵିପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା-ଦିବା ଘ୧୦/୨୬ ଗତେ ଘ୦୧/୨୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୧୦୬/୫୫ ଗତେ ଘ୧୦/୦୬ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୯/୦୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୫୫ମଧ୍ୟେ ଓ ଘ୦୧/୨୪ଗତେ ଘ୦୨/୦୬ ମଧ୍ୟ ଓ ଘ୦୬/୨୭ ଗତେ ଘ୦୭/୨୪ମଧ୍ୟ,ଅଦ୍ୟ ବେଲଭକ୍ଷଣ ନିଷେଧ। ମେଷ :-ଘରେ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ଵର,୭।୩(ଏସଏସନିଉଜ)ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟ ।ରାୟଙ୍କ ଭଦ୍ରକ, ଚୌଦ୍ବାର, ଭୁବନେଶ୍ୱରରେ ଥିବା ଘର ସମେତ ୭ଟି ସ୍ଥାନରେ ଏକାକାଳୀନ ରେଡ କରୁଛି ଭିଜିଲାନ୍ସ।

ଆଜିଠୁ ୯ ଯାଏଁ ବର୍ଷା

ଭୁବନେଶ୍ଵର,୭।୩(ଏସଏସନିଉଜ)ଆଜିଠୁ ୯ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି।କାଲି ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼,କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ବର, ଯାଜପୁର,ଭଦ୍ରକ, କେନ୍ଦ୍ରାପଡ଼ା ,ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ।ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ରହିଥିବା ବେଳେ ଅନ୍ୟ ୧୮ଟି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି।୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା […]

ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର

ଭୁବନେଶ୍ଵର,୭।୩(ଏସଏସନିଉଜ)ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର।ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୬୦ ଟଙ୍କା ବଢ଼ିଲା।ଦିଲ୍ଲୀରେ ୧୪.୨ କେଜି ଘରୋଇ ସିଲିଣ୍ଡର ଦର ୯୧୩ ଟଙ୍କା ହେଲା।୧୯ କେଜି କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ୧୮୮୩ ଟଙ୍କା, ମୁମ୍ବାଇରେ ୧୮୩୫ ଟଙ୍କାକୁ ବୃଦ୍ଧି ପାଇଛି।ଆଜିଠାରୁ ନୂଆ ବର୍ଦ୍ଧିତ ଦର ଲାଗୁ ହୋଇଛି।

ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧର ଅଷ୍ଟମ ଦିନ

ଭୁବନେଶ୍ଵର,୭।୩(ଏସଏସନିଉଜ)ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧର ଆଜି ଅଷ୍ଟମ ଦିନ। ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ଏ ଯୁଦ୍ଧ। ଯୁଦ୍ଧରେ ଇରାନର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆଗକୁ ଯୁଦ୍ଧ ଥମିବାର କୌଣସି ସଙ୍କେତ ମିଳୁନାହିଁ। ଏହଭିତରେ ରୋଷେଇ ଘରେ ଯୁଦ୍ଧର ପ୍ରଭାବ ଦେଖାଦେଇଛି। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଥିବାର ଜଣାପଡିଛି।ଅନ୍ୟପଟେ ଆତ୍ମସମର୍ପଣ କର […]

ତେଲ ସରିଯିବା ଗୁଜବ

ଭୁବନେଶ୍ୱର,୭।୩(ଏସଏସନିଉଜ)ମାଲକାନଗିରିର ବିଭିନ୍ନ ପେଟ୍ରୋଲ୍ ପମ୍ପ ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।ଯୁଦ୍ଧ ପାଇଁ ପେଟ୍ରୋଲ ସରିଯିବା ଗୁଜବ ପରେ ପ୍ରବଳ ଭିଡ଼ ହୋଇଛି।କାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗି ରହିଛି ଲମ୍ବା ଲାଇନ୍।ଗାଡ଼ି ଟାଙ୍କିଫୁଲ୍‌ କରିବା ସହ ଲୋକମାନେ ବ୍ୟାରେଲରେ ତେଲବୋହି ନେବାର ଦେଖିବାକୁ ମିଳିଛି।