ଭୁବନେଶ୍ଵର,୭।୩(ଏସଏସନିଉଜ)ଆମେରିକା ଇସ୍ରାଏଲ ଓ ଇରାନ ଯୁଦ୍ଧର ଆଜି ଅଷ୍ଟମ ଦିନ। ଗତ ଫେବୃଆରୀ ୨୮ ତାରିଖରେ ଆରମ୍ଭ ହୋଇଥିଲା ଏ ଯୁଦ୍ଧ। ଯୁଦ୍ଧରେ ଇରାନର ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଆଗକୁ ଯୁଦ୍ଧ ଥମିବାର କୌଣସି ସଙ୍କେତ ମିଳୁନାହିଁ।
ଏହଭିତରେ ରୋଷେଇ ଘରେ ଯୁଦ୍ଧର ପ୍ରଭାବ ଦେଖାଦେଇଛି। ଆଜିଠାରୁ ବୃଦ୍ଧି ପାଇଛି ରନ୍ଧନ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଥିବାର ଜଣାପଡିଛି।ଅନ୍ୟପଟେ ଆତ୍ମସମର୍ପଣ କର ନହେଲେ ଆଉ ରକ୍ଷା ନାହିଁ।ନିସର୍ତ୍ତ ଆତ୍ମସମର୍ପଣ କର, ନହେଲେ ଜାରି ରହିବ ଆକ୍ରମଣ । ଇରାନ ଉଦ୍ଦେଶ୍ୟରେ ଏଭଳି ଢଙ୍ଗରେ ଚେତାବନୀ ଦେଇଛନ୍ତି ଆମେରିକା ।