ମାର୍ଚ୍ଚମାସ ୦୮ତାରିଖ ୨୦୨୬ମସିହା(ରବିବାର)ଚୈତ୍ରମାସ-କୃଷ୍ଣପକ୍ଷ,ତିଥି- ପଞ୍ଚମୀ ରାତ୍ରିଘ୦୯/୧୫ଗତେ ଷଷ୍ଠୀ,ନକ୍ଷତ୍ର- ସ୍ୱାତୀ ଦିବା ଘ୦୨/୧୪ ଗତେ ବିଶାଖା,ସୁର୍ୟୋଦୟ-ପ୍ରାତଃଘ୦୬/୦୫/୧୮,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୫୨/ ୧୨,ଯୋଗିନୀ ଦକ୍ଷିଣେ ରାତ୍ରିଘ୦୯/୧୫ଗତେ ପଶ୍ଚିମେ,ମେଷରାଶିର ଘାତବାର,ପଞ୍ଚମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଅଦ୍ୟ ମୃତେ ଏକପାଦ ଓ ଦିବା ଘ୦୨/୧୪ ଗତେ ଦ୍ଵିପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା-ଦିବା ଘ୧୦/୨୬ ଗତେ ଘ୦୧/୨୨ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୧୦୬/୫୫ ଗତେ ଘ୧୦/୦୬ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୯/୦୬ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୬/୫୫ମଧ୍ୟେ ଓ ଘ୦୧/୨୪ଗତେ ଘ୦୨/୦୬ ମଧ୍ୟ ଓ ଘ୦୬/୨୭ ଗତେ ଘ୦୭/୨୪ମଧ୍ୟ,ଅଦ୍ୟ ବେଲଭକ୍ଷଣ ନିଷେଧ।
ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବାଉଚ଼ିତ୍ ଏବଂ ଜାଣିବାପାଇଁ ଚ଼େଷ୍ଟାକରନ୍ତୁ ଯେ ଭୁଲ କାହାର ଏବଂ କେଉଁଠିହୋଇଛି ।ନିଜତରଫରୁ ନିଜରକ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।
ବୃଷ :-ସପ୍ତାହରୁ ଚ଼ାଲିଆସୁଥିବାସମସ୍ୟା ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ ।ବେଶୀ ଚ଼ିନ୍ତା କରନ୍ତୁନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ ।ନିଜ ବନ୍ଧୁ ଏବଂ ପରିବାରରେ ଭଲବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।
ମିଥୁନ :- ପୂର୍ବରୁ ବିରୁଦ୍ଧରେ ଥିବା ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମରଫଳ ମିଳିପାରିବ।ଶତ୍ରୁ ଅପସରି ଯିବେ । କିନ୍ତୁ ଆପଣ ନିଜକ୍ରୋଧ ଉପରେ ଅକ୍ତିଆରରଖିବାକୁ ହେବ।ଏବେ ଖୁସିର ସମୟ ଆସିଗଲାଣି ।
କର୍କଟ :-କିଛି ବ୍ୟକ୍ତିଗତ ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ ।ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧାସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସରସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତମିଳିବ ।
ସିଂହ:-ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ ।ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା :-ଅବାଞ୍ଛିତ ଭାବେ ଉଚ୍ଚଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କକାର୍ଯ୍ୟରେ କୌଣସିପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତଜଣାନ୍ତୁ।ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।
ତୁଳା :- ଆଜି ବ୍ୟୟବୃଦ୍ଧି ହେଲେହେଁ ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିରଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ ।ପରିବାରର ସମସ୍ତେ ଏକହେବାର ଏବେ ସମୟଅଟେ ।ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।
ବିଛା :-ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇରୁହନ୍ତୁ
କୌଣସି ବେକାରକାର୍ଯ୍ୟରେ ପଡ଼ନ୍ତୁନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ ।ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁନାହିଁ ।
ଧନୁ :-ଆଜି ଶାରୀରିକକଷ୍ଟ ସହ ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କରଭାବମୂର୍ତ୍ତି ନଷ୍ଟହୋଇପାରେ।ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷତାର ସଂଗତିରୁ ହିଁଜଣାଯାଏ ।କୁସଙ୍ଗ ଯୋଗରେ ଆପଣକ୍ଷତି ସହିପାରନ୍ତି ।
ମକର :-ଆଜିରଦିନ ଆୟବର୍ଦ୍ଧକ ସହ ନୂଆବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗନିଅନ୍ତୁ ଏବଂ ନୂଆବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆବନ୍ଧୁ କରିପାରିବେ ।କାହାକୁ ବା ଜଣା ଆପଣଙ୍କପାଇଁ କୌଣସି ନୂଆ ସୁଯୋଗରଦ୍ୱାର ଖୋଲିପାରେ ।
କୁମ୍ଭ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବନାହିଁ ।ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ ।ଆପଣଙ୍କର ସବୁକଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗରହିଛି ।
ମୀନ :- ଆଜି ଆପଣ କୌଣସି ସାମାଜିକସମାରୋହ ପରେ ନିଜଘରକୁ ସଜାଡିବାରେ ଲାଗିଯିବେ ।ଘରକୁ ଠିକ୍ ଠାକ୍ କରନ୍ତୁ।କିଛି ଆରାମ ମଧ୍ୟ କରନ୍ତୁ ।ଆପଣ ସମାରୋହର ଖୁବ୍ ମଜ୍ଜାନିଅନ୍ତୁ ।କିନ୍ତୁ ନିଜଦାୟୀତ୍ୱ ସବୁ ତୁଲାଇବାର ସମୟଆଜି ।।ଜୟଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।