Browsing daily archive

May 24, 2026

ଦିନ ୧୧ରୁ ୩ଯାଏଁ କାମ ବନ୍ଦ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାମବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଶ୍ରମିକମାନଙ୍କୁ କାମରେ ନିୟୋଜିତ ନକରିବାକୁ ପୂର୍ତ୍ତବିଭାଗର ନିର୍ଦ୍ଦେଶ ଆସିଛି।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୂର୍ତ୍ତବିଭାଗପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।ଶ୍ରମିକଙ୍କ ପାଇଁ ରେଷ୍ଟ ସେଡ୍‌, ପାନୀୟଜଳ ଓ ଫାଷ୍ଟଏଡ୍‌ କରିବାକୁ ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ କରାଯାଇଛି।ଅପ୍ରୀତିକର ପରିସ୍ଥିତି ଉପୁଜିବା ପୂର୍ବରୁ ସଚେତନତା ସୃଷ୍ଟିପାଇଁ ପରାମର୍ଶ ଦିଆଯାଇଛି।

ଆଜିର ରାଶିଫଳ

ମଇମାସ ୨୫ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ଦଶମୀ ରାତ୍ରି ଘ୦୪/୫୮ଗତେ ଏକାଦଶୀ,ନକ୍ଷତ୍ର-ଉତ୍ତରାଫା ରାତ୍ରୀ ଘ୦୪/୩୯ଗତେ ହସ୍ତା,ଚନ୍ଦ୍ର-ସିଂହ ଦିବ। ଘ୦୯/୪୩ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫ /୫୭,ଯୋଗିନୀ ଉତ୍ତରେ ରାତ୍ରି ୦୪/୫୮ଗତେ ଅଗ୍ନିକୋଣେ, ମିଥୁନରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୪/୩୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ,ବାରବେଳା-ଦିବା ଘ୦୩/୦୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୧ଗତେ ଘ୧୦/୦୦ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୩ମଧ୍ୟେ ଓ ରାତ୍ରି ଘ୦୨/୧୪ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୦୪/୪୮ ଗତେ ଘ୦୫/୫୦ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ। ମେଷ-ଆଜି […]

ସେଲ୍‌ଫି ନେଲାବେଳେ ଜଳିଗଲେ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେଲା ବେଳେ ଜଳିଗଲେ ଯୁବକ।ମଞ୍ଚେଶ୍ୱର ଷ୍ଟେସନରେ ଟ୍ରେନ୍‌ ଉପରେ ଚଢ଼ି ଫଟୋ ଉଠାଇବା ବେଳେ ଆଜି ଅଘଟଣ ଘଟିଛି।ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇ କଟକକୁ ସ୍ଥାନାନ୍ତର କରାଯାଇଛି।

ଦଶାହଭୋଜି ଖାଇ ୪ମୃତ

ସୁନ୍ଦରଗଡ଼,୨୪।୫(ଏସଏସନିଉ ଜ)ଦଶାହ ଭୋଜି ଖାଇ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଝାଡ଼ାବାନ୍ତିରେ ୨, ଅତାବିରା ପଞ୍ଚାୟତ ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ୨ ମୃତ ହୋଇଥିବା ବେଳେ ଝାଡ଼ାବାନ୍ତିରେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏକ ଦଶାହ ଭୋଜି ଖାଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ଉଭୟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।