ମଇମାସ ୨୫ତାରିଖ ୨୦୨୬ମସିହା(ସୋମବାର)ଜ୍ୟେଷ୍ଠମାସ(ମଳ)-ଶୁକ୍ଳପକ୍ଷ,ତିଥି-ଦଶମୀ ରାତ୍ରି ଘ୦୪/୫୮ଗତେ ଏକାଦଶୀ,ନକ୍ଷତ୍ର-ଉତ୍ତରାଫା ରାତ୍ରୀ ଘ୦୪/୩୯ଗତେ ହସ୍ତା,ଚନ୍ଦ୍ର-ସିଂହ ଦିବ। ଘ୦୯/୪୩ ଗତେ କନ୍ୟା,ସୁର୍ୟୋଦୟ-ପ୍ରାତଃଘ୦୫/୧୨/୪୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୧୫ /୫୭,ଯୋଗିନୀ ଉତ୍ତରେ ରାତ୍ରି ୦୪/୫୮ଗତେ ଅଗ୍ନିକୋଣେ, ମିଥୁନରାଶିର ଘାତବାର,ବୃଷରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୪/୩୮ଗତେ ଏକପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୬/୫୦ଗତେ ଘ୦୮/୩୦ମଧ୍ୟେ,ବାରବେଳା-ଦିବା ଘ୦୩/୦୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୩୧ଗତେ ଘ୧୦/୦୦ମଧ୍ୟେ ଓ ରାତ୍ରି ଘ୦୯/୩୦ଗତେ ଘ୧୨/୪୩ମଧ୍ୟେ ଓ ରାତ୍ରି ଘ୦୨/୧୪ ଗତେ ଘ୦୩/୫୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ରାତ୍ରି ଘ୦୪/୪୮ ଗତେ ଘ୦୫/୫୦ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ।
ମେଷ-ଆଜି ବିଭିନ୍ନଦିଗରୁ ଅର୍ଥର ସମାଗମହେବ,କିନ୍ତୁ ସମସ୍ୟା ଛାଡ଼ିବନାହିଁ।ସାହିତ୍ୟ,ସାମ୍ବାଦିକତା,ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ।ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସୂଚନା ରହିଛି ।
ବୃଷ-ଆଜି ଆନୁଷଙ୍ଗିକସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ଫଳରେ ନିକଟ ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖଦେଇପାରେ।ପରିବହନ ଓ ଆମଦାନୀବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟିହୋଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ -ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ।ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବନାହିଁ।
କର୍କଟ-ଆଜି ଆପଣ ଯାହାଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍ ଖବରପାଇ ସାମୟିକଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ,ମାତ୍ର ହୁଏତ ସୁଯୋଗ ପାଇବା ସହଜ ହୋଇ ନ ପାରେ।ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସିଂହ-କର୍ମକ୍ଷେତ୍ରରେ ସ୍ଥଗିତକାର୍ଯ୍ୟର ଅଗ୍ରଗତି ଘଟିବ,କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି।ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି ।ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।
କନ୍ୟା-ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ।ଭଲସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାମତ୍କ କଥାକୁ ଠିକ୍ ଭାବେ ବୁଝି ପାରିବେନି।ସାହିତ୍ୟ, ଚିତ୍ର୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।ଗୃହ,ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ ।
ତୁଳା-ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ଅନୁଭବ କରି ଖୁସୀ ।ବନ୍ଧୁଙ୍କ ଜରିଆରେ କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।ମନକୁ ନପାଇବା ହେତୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକରହେବା ସୂଚନା ରହିଛି ।
ବିଛା-ଆଜି ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରହିବ ନାହିଁ। ଆଶା କରୁଥିବା ଅର୍ଥପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ।ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣା ଗୁଡ଼ାକ ଅସାଧାରଣ ମନେହେବ।ପରିବାରରେ ନିଜ ଜିଦ୍ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ-ଆଜି ଅର୍ଥସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ପାଲଟି ଯିବ । ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିବେ ।କେତେକକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠହୋଇପାରେ।ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ।
ମକର-ଆପଣଙ୍କୁ ବନ୍ଧୁଙ୍କପ୍ରତି ଅନୁରକ୍ତି ସୃଷ୍ଟିକରି ପାରିବାରିକ କଳହ ଦେଖାଦେଇପାରେ।ଅଫିସ୍ କାମରେ ଫାଇଲ୍ କାମ ଅଟକିରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ।ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ । ପୂର୍ବ ଶତ୍ରୁତାକୁ ନେଇ ଈର୍ଷାମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇଯାଇପାରନ୍ତି।
କୁମ୍ଭ-ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ।ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ।ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର।ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନ-ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ।ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତକାମକୁ ତ୍ୱରାନ୍ବିତ କରିବେ।ଯାତ୍ରା ସମୟରେ ଅଜଣା ଅଶୁଣାବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ।ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।
🛑 ସାବଧାନ! କେବଳ ଏକକପ୍ ଚା’ ବଢ଼ାଇପାରେ ଅନେକ ସମସ୍ୟା! 🛑
ଭାରତରେ ପ୍ରାୟ୯୦% ରୋଗର କାରଣ ଆମର ଦୈନନ୍ଦିନ ଚାପିଇବାର ଶୈଳୀ ସହ ଜଡ଼ିତ ହୋଇପାରେ।ଆସନ୍ତୁ ଜାଣିବା ଏହା ଶରୀରଉପରେ କିପରି ପ୍ରଭାବ ପକାଇଥାଏ:
🔥 ପେଟ ଜଳାପୋଡ଼ା ଓ ଏସିଡିଟି:-ଚାରେ ଥିବା ଟ୍ୟାନିନ୍ସ (tannins) ଏବଂ କ୍ୟାଫିନ୍ (caffeine)ଯୋଗୁଁ ପେଟରେ ଅତ୍ୟଧିକ ଜଳାପୋଡ଼ା ଏବଂ ଏସିଡିଟି (Acidity) ଦେଖାଦିଏ।
🧠 ନିଦ୍ରାହୀନତା ସମସ୍ୟା:-ବାରମ୍ବାର ଚାପିଇବା ଦ୍ୱାରା ମସ୍ତିଷ୍କ ସଦାସର୍ବଦା ଆକ୍ଟିଭ୍ ମୋଡ୍ରେ ରହେ,ଯାହାଫଳରେ ରାତିରେ ଭଲ ନିଦ ହୁଏନାହିଁ।
🩸 ଆଇରନ୍ ଅବଶୋଷଣରେ ବାଧା:- ଚାର ଟ୍ୟାନିନ୍ସ ଖାଦ୍ୟରୁ ମିଳୁଥିବା ଆଇରନ୍କୁ ବ୍ଲକ କରିଦିଏ,ଯାହାଦ୍ୱାରା ଶରୀରରେ ରକ୍ତହୀନତା, କ୍ଲାନ୍ତି ଓ ଦୁର୍ବଳତା ପ୍ରକାଶ ପାଏ।
🤢 ଅଲସର ଆଶଙ୍କା:-ଖାଲି ପେଟରେ ଚାପିଇବା ଦ୍ୱାରା ପାକସ୍ଥଳୀର ଭିତର ସ୍ତର (mucosal layer)କ୍ଷତିଗ୍ରସ୍ତ ହୁଏ ଏବଂ ଅଲସର ହେବାର ଆଶଙ୍କା ବଢ଼ିଥାଏ।
💓 ରକ୍ତଚାପ ବୃଦ୍ଧି:-ଚାରେଥିବା ଅଧିକ କ୍ୟାଫିନ୍ ଯୋଗୁଁ ହୃଦସ୍ପନ୍ଦନ (heart rate) ଏବଂ ବ୍ଲଡ୍ ପ୍ରେସର (BP) ହଠାତ୍ ବୃଦ୍ଧି ପାଇଥାଏ।
💧 କିଡନୀ ଉପରେ ଚାପ:-ଅଧିକ ଚାପିଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ କମିଯାଏ (dehydration)ଏବଂ ଶରୀରରୁ ବର୍ଜ୍ୟବସ୍ତୁ ନିଷ୍କାସନ କରିବା ପାଇଁ କିଡନୀକୁ ଅଧିକ ପରିଶ୍ରମ କରିବାକୁପଡ଼େ।
💡କିଛି ଜରୁରୀ ପରାମର୍ଶ:-ଦିନକୁ ମାତ୍ର ୨କପ୍ ଚାପିଅନ୍ତୁ।ଖାଲିପେଟରେ କେବେବି ଚାପିଅନ୍ତୁ ନାହିଁ।ଚାରେ ଅଧିକ ଚିନି ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା।।