ସୁନ୍ଦରଗଡ଼,୨୪।୫(ଏସଏସନିଉ ଜ)ଦଶାହ ଭୋଜି ଖାଇ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ
୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଝାଡ଼ାବାନ୍ତିରେ ୨, ଅତାବିରା ପଞ୍ଚାୟତ ସୁନାଖାଏନ ଗାଁରେ ଝାଡ଼ାବାନ୍ତିରେ ୨ ମୃତ ହୋଇଥିବା ବେଳେ ଝାଡ଼ାବାନ୍ତିରେ ୧୭ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।ଏକ ଦଶାହ ଭୋଜି ଖାଇ ଝାଡ଼ାବାନ୍ତି ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।ଉଭୟ ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି।