Browsing daily archive

June 26, 2026

ଆଜିର ରାଶିଫଳ

ଜୁନ୍ ମାସ ୨୭ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ, ତିଥି-ତ୍ରୟୋଦଶୀ ରାତ୍ରି ଘ୧୨/୪୦ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୧୦/୫୨ ଗତେ ଜ୍ୟେଷ୍ଠ।,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୬,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୪୦ଗତେ ପଶ୍ଚିମେ, ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ପ୍ରାତଃ ଘ୦୬/୫୫ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୬/୨୫ମଧ୍ୟେ,ବାରବେଳା- ଦିବା ଘ୦୧/୨୯ ଗତେ ଘ୦୩/୧୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୧୧ଗତେ ଘ୦୪/୪ ୪ମଧ୍ୟେ ଓ ରାତ୍ରି ଘ୦୭/୧୪ଗତେ ଘ୦୮/୦୨ମଧ୍ୟେ ଓ ଘ୧୨/୦ ୧ଗତେ ଘ୦୨/୨୩ ମଧ୍ୟେ,ବିଶୁଦ୍ଧ […]

ରାଜଧାନୀରୁ ନକଲି IAS ଗିରଫ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଲା ସହିଦନଗର ଥାନା ପୋଲିସ।ନିଜକୁ IAS ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି।ଗିରଫ ଅଭିଯୁକ୍ତ ଜଣଙ୍କ ବିଶାଖାପାଟଣାର ବରଦା ସୁଧୀର।ନିଜକୁ ଭୁବନେଶ୍ୱରର ସବ୍ କଲେକ୍ଟର କହି ଭୂଆଁ ବୁଲାଉଥିଲା।

ଗଞ୍ଜେଇ ଚାଲାଣରେ ୨ସରକାରୀ ଶିକ୍ଷକ

ଟିଟିଲାଗଡ଼,,୨୬।୬(ଏସଏସନିଉଜ)ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ୨ ସରକାରୀ ଶିକ୍ଷକ।ଏନ୍ଏଚ୍‌ ୨୬ ବରଗାଁ ଛକରୁ ଧରିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମ୍।କାର୍‌ରେ ଚାଲାଣ ବେଳେ ୩୩ କେଜି ଗଞ୍ଜେଇ ଜବତ, ୩ ଅଟକ ହୋଇଛନ୍ତି।ଅଟକ ୩ ଜଣଙ୍କ ମଧ୍ୟରୁ ୨ ସରକାରୀ ଶିକ୍ଷକ ଥିବା ସୂଚନା ମିଳିଛି।କଳାହାଣ୍ଡି ଏମ୍‌.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।କଳାହାଣ୍ଡିରୁ ବଲାଙ୍ଗିର ଅଭିମୁଖେ ଚାଲାଣ ବେଳେ ଧରାପଡ଼ିଲେ।

ସ୍କୁଲ ବହି ତ୍ରୁଟି:-୪ନିଲମ୍ବିତ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଆକ୍ସନ ନେଇଛନ୍ତି।କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ ହୋଇଥିବା ବେଳେ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ ହୋଇଛନ୍ତି।୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ପ୍ରଶାନ୍ତ ସାହୁ, ମାନସ ନାୟକ, […]

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ

ଭୁବନେଶ୍ୱର,୨୬।୬(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଉତ୍ତର ଭୁବନେଶ୍ୱର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଏକ ବିଶାଳ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ବିଜେପିର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ରଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ଯୁବବର୍ଗ ଏବଂ କାର୍ଯ୍ୟକର୍ତ୍ତାମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଛନ୍ତି।ଏହି ଅବସରରେ FAITH ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ସିପୁନ୍ ପାତ୍ର ଏବଂ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ରହି […]