ସ୍କୁଲ ବହି ତ୍ରୁଟି:-୪ନିଲମ୍ବିତ

ଭୁବନେଶ୍ୱର,୨୬।୬(ଏସଏସନିଉଜ)ସ୍କୁଲ ବହି ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଆକ୍ସନ ନେଇଛନ୍ତି।କମିଟି ସୁପାରିସ୍ ଅନୁଯାୟୀ ୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି।ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀ ନିଲମ୍ବିତ ହୋଇଥିବା ବେଳେ ୩ ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ବି ନିଲମ୍ବିତ ହୋଇଛନ୍ତି।୬ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ବନ୍ଦିତା ପଟ୍ଟନାୟକ, ମାନସ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ପ୍ରଶାନ୍ତ ସାହୁ, ମାନସ ନାୟକ, ସୁଦର୍ଶନ ସନ୍ତରାଙ୍କ ଉପରେ ଶୃଙ୍ଖଳାଗତ ଆକ୍ସନ ନିଆଯାଇଛି।ମୁଖ୍ୟମନ୍ତ୍ରୀଙ୍କୁ କମିଟି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Comments (0)
Add Comment