ଜୁନ୍ ମାସ ୨୭ତାରିଖ ୨୦୨୬ମସିହା(ଶନିବାର)ଜ୍ୟେଷ୍ଠ ମାସ- ଶୁକ୍ଳପକ୍ଷ,
ତିଥି-ତ୍ରୟୋଦଶୀ ରାତ୍ରି ଘ୧୨/୪୦ ଗତେ ଚତୁର୍ଦ୍ଦଶୀ,ନକ୍ଷତ୍ର-ଅନୁରାଧା ରାତ୍ରି ଘ୧୦/୫୨ ଗତେ ଜ୍ୟେଷ୍ଠ।,ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୬,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୨/୪୦ଗତେ ପଶ୍ଚିମେ,
ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଏକପାଦ ପୁଷ୍କରଦୋଷ,କାଳବେଳା-ପ୍ରାତଃ ଘ୦୬/୫୫ମଧ୍ୟେ ଓ ଦିବା ଘ୦୪/୪୫ ଗତେ ଘ୦୬/୨୫ମଧ୍ୟେ,ବାରବେଳା- ଦିବା ଘ୦୧/୨୯ ଗତେ ଘ୦୩/୧୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୩/୧୧ଗତେ ଘ୦୪/୪ ୪ମଧ୍ୟେ ଓ ରାତ୍ରି ଘ୦୭/୧୪ଗତେ ଘ୦୮/୦୨ମଧ୍ୟେ ଓ ଘ୧୨/୦ ୧ଗତେ ଘ୦୨/୨୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୯/୧୪ ଗତେ ଘ୧୧/୪୦ ମଧ୍ୟେ,ଅଦ୍ୟ ବାଇଗଣ ରାତ୍ରି ଘ୧୨/୪୦ ଗତେ ବିରି ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟ ହେବ।ବିନାସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁରବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କମନରେ ବିଭିନ୍ନପ୍ରକାର ଚିନ୍ତା ଉତ୍ପନ୍ନହେବ।ପ୍ରତ୍ୟେକ କାମ ବିବେକର ସହକରନ୍ତୁ।ଆର୍ଥିକ ସ୍ଥିତିରେ ସୁଧାରଆସିବ।ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବାଲାଗି ଦିନଟି ଭଲରହିବ। ଅଚାନକ ଧନଲାଭହେବ।ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:- ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବାକରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣଢାଳି କାମକରିବେ ଏବ˚ ଯଥେଷ୍ଟ ଲାଭପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବାକାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କସହିତ ମିଶିବେ।କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାରସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ।ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବାହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି।ପରିବାର ସମ୍ବନ୍ଧୀୟ କୌଣସିକାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆପ୍ରସ୍ତାବ ଓ ଅନୁବନ୍ଧ ପାଇବେ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ।ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ;ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କରମାନସମ୍ମାନ ବଢ଼ିବ।ମିତ୍ରଙ୍କସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କସ୍ଥାପନ ହେବ।ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମକରନ୍ତୁ;ଭଲଫଳାଫଳ ମିଳିବ।ପିଲା ଓ ପରିବାର ସହିତ ହସଖୁସିେର ସମୟ କଟିବ।
ମୀନ:- ଦିନଟି ଆପଣଙ୍କ ପାଇଁ ଖୁବ୍ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ।ଆପଣଙ୍କକାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ।ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ।ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।।ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।