Browsing daily archive

July 28, 2026

ଆଜିର ରାଶିଫଳ

ଜୁଲାଇମାସ ୨୯ତାରିଖ ୨୦୨୬ମସିହା(ବୁଧବାର)ଆଷାଢ଼ମାସ,ଶୁକ୍ଳପକ୍ଷତିଥି- ପୁର୍ଣିମା ରାତ୍ରିଘ୦୮/୧୪ଗତେ ପ୍ରତିପଦ,ନକ୍ଷତ୍ର-ଉତ୍ତରାଷାଢା ଦିବାଘ୦୮/୩୦ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୫୨,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୨୨/୪୦,ଯୋଗିନୀ ବୟବ୍ୟେ ରାତ୍ରିଘ୦୮/୧୪ଗତେ ପୂର୍ବେ,ସିଂହ ରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କାଳବେଳା-ଦିବା ଘ୦୮/୪୦ଗତେ ଘ୧୦/୧୮ମଧ୍ୟେ,ବାରବେଳା-ଦିବା ଘ୧୧/୫୨ ଗତେ ଘ୦୧/୩୦ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୭/୦୨ ମଧ୍ୟେ ଓ ରାତ୍ରି ଘ୦୭/୧୧ଗତେ ଘ୦୯/୩୭ମଧ୍ୟେ ରାତ୍ରି ଘ୦୨/୨୪ ଗତେ ଘ୦୫/୧୩ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୩/୫୧ଗତେ ଘ୦୫/୨୫ ମଧ୍ୟେ ରାତ୍ରି ଘ୦୯/୩୮ଗତେ ଘ୧୧/୧୩ମଧ୍ୟେ,ଅଦ୍ୟ ଆମିଷ ରାତ୍ରି ଘ୦୮/ ୧୪ଗତେ ପାଣିକଖାରୁ ଭକ୍ଷଣ ନିଷେଧ। ମେଷ👉🏼ଅଭାବ ଲାଗି ରହିଥିଲେମଧ୍ୟ ଧାରକରଜ କରି […]

ଆସୁଛି ବନ୍ୟା!

ଭୁବନେଶ୍ବର,୨୮।୭(ଏସଏସନିଉଜ)ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା। ସଂଧ୍ୟାସୁଦ୍ଧା ବୈତରଣୀରେ ଆସିବ ବଡ଼ ବନ୍ୟା। ସାଳନ୍ଦୀ,ଜଳକା ଓ ବୈତରଣୀରେ ବନ୍ୟାଆଶଙ୍କା। ବନ୍ୟା ପାଇଁ ଚାନ୍ଦବାଲି, ଧାମନଗର,ଯାଜପୁର,ବସ୍ତା,ବାଲେଶ୍ୱର ସହର ପ୍ରଭାବିତ। ସୂଚନା ଦେଲେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ।

ବୋହୂ ବିଦ୍ୟାଭାରତୀଙ୍କ ଗିରଫ ଦାବି କଲେ ଶ୍ବଶୁର

ଭୁବନେଶ୍ବର,୨୮।୭(ଏସଏସନିଉଜ)ACF ସୌମ୍ୟଙ୍କ ମୃତ୍ୟୁ ଘଟଣାର ୫ବର୍ଷ ପରେ ତତ୍‌କାଳୀନ DFO ଜେଲ୍‌ ଯିବା ଘଟଣାରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶକଲେ ମୃତ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ବାପା।ନ୍ୟାୟିକ ପ୍ରକିୟା ଉପରେ ଭରସା ରହିଛି, ପ୍ରଭୁଜଗନ୍ନାଥ ଶୁଣିବେ ଆଶା।ବୋହୂ ବିଦ୍ୟାଭାରତୀ ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଗିରଫ କରାଯାଉ ବୋଲି ଦାବି କଲେ।ପୂର୍ବତନ ଜଙ୍ଗଲ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ।ଚନ୍ଦନକାଠ ଚୋରା ଚାଲାଣ ରୋକିବାରୁ ମୋ ପୁଅକୁ ହତ୍ୟା କରାଗଲା ବୋଲି ଅଭିଯୋଗ ଆଣିଛନ୍ତି।

ଭୁବନେଶ୍ବରରେ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର,୨୮।୭(ଏସଏସନିଉଜ)ଭୁବନେଶ୍ବରରେ ପହଞ୍ଚିଲେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦର ପରିସରରେ ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କୁ ଫୁଲତୋଡ଼ା ଏବଂ ଶୁଭେଚ୍ଛା ଜଣାଇ ଭବ୍ୟ ସ୍ବାଗତ କରିଛନ୍ତି।

ଛାତ୍ରଙ୍କୁ AK 47ରେ ଫାୟାରିଂ: ପୋଲିସ ସସ୍‌ପେଣ୍ଡ୍‌

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ବିହାରରେ ଛାତ୍ରଙ୍କ ଉପରକୁ ଗୁଳିଚାଳନା କରିଥିବା ପୋଲିସକୁ ସସ୍‌ପେଣ୍ଡ୍‌ କଲେ ଉଚ୍ଚ ଅଧିକାରୀ।AK-47 ରାଇଫଲରୁ ଫାୟାରିଂ ଭିଡିଓ ପଦାକୁ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବିହାର ବନ୍ଦ ଡାକରା ବେଳେ ସିୱାନ ଜିଲ୍ଲାରେ ପୋଲିସ ଫାୟାରିଂ କରିଥିଲା।

ମହିଳାଙ୍କ ଜୀବନ ନେଲା ଟ୍ରକ୍

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ। ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।ବୌଦ୍ଧ ଜିଲା ସଦର ଥାନା ଅନ୍ତର୍ଗତ ପନଖିମାଲ ଠାରେ ଘଟିଛି ଏହି ଦୁର୍ଘଟଣା।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଟିମ୍ ଘୋଷଣା

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି।ଗିଲ୍‌ଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା, ରାହୁଲ ଉପଅଧିନାୟକ ଓ ଫେରିଲେ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା, ନୂଆ ମୁହଁ ସାରାଂଶ ଜୈନ୍‌ ।ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସ୍ପିନ୍ ବୋଲିଂ ଅଲ୍‌ରାଉଣ୍ଡର ସାରାଂଶଙ୍କୁ ଡକରା ହୋଇଛି।ସୁଦର୍ଶନ ଓ ବୁମ୍‌ରାଙ୍କ ଖେଳିବା ଫିଟନେସ୍‌ କ୍ଲିୟରାନ୍ସ ଉପରେ ନିର୍ଭର କରିଛି।ଘୋଷିତ ଦଳ: ଗିଲ୍, ରାହୁଲ, ଜୟସ୍ବାଲ, ପନ୍ତ, ସୁଦର୍ଶନ, ଧ୍ରୁବ ଜୁରେଲ୍,ଜାଡେଜା, କୁଲଦୀପ, ମାନବ […]

ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।

ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।

ବସ୍‌କୁ ୮ ଲକ୍ଷ ଫାଇନ୍

ବ୍ରହ୍ମପୁର,୨୮।୭(ଏସଏସନିଉଜ) ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା କରାଯାଇଛି।ଛତ୍ରପୁର ଏନ୍ଏଚ୍‌ରେ ଯାଞ୍ଚ ବେଳେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି।ଫିଟ୍‌ନେସ, ରୋଡ୍‌ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଫାଇନ୍ ହୋଇଥିବାର ଜଣାପଡିଛି।