Browsing monthly archive

July 2026

ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଆଜି ଓଡ଼ିଶା ଆସୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ରଙ୍କୁ ବଡ଼ ସ୍ବାଗତ କରିବ ରାଜ୍ୟ ବଜେପି।ଭୁବନେଶ୍ବର ବିମାନବନ୍ଦରରେ କରାଯିବ ଭବ୍ୟ ସ୍ବାଗତ।ଧର୍ମେନ୍ଦ୍ରଙ୍କୁ ନେଇ ବିରାଟ ଶୋଭାଯାତ୍ରାର ଆୟୋଜନ ହୋଇଛି।ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ପରେ ଓଡ଼ିଶା ଆସୁଛନ୍ତି।

ବଢ଼ିଲା ଅରୁଣ ସାହୁଙ୍କ ଅଡୁଆ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢ଼ିଲା।ଅରୁଣଙ୍କ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।ହାଇକୋର୍ଟରେ ଚାଲିଥିବା ବିଧାନସଭା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ହେବ।୬ ମାସରେ ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟଙ୍କୁ ନିର୍ଦ୍ଦେଶ।ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ମନା କରିଥିଲେ ହାଇକୋର୍ଟ।ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଅରୁଣ।

ବସ୍‌କୁ ୮ ଲକ୍ଷ ଫାଇନ୍

ବ୍ରହ୍ମପୁର,୨୮।୭(ଏସଏସନିଉଜ) ଘରୋଇ ବସକୁ ୮ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା କରାଯାଇଛି।ଛତ୍ରପୁର ଏନ୍ଏଚ୍‌ରେ ଯାଞ୍ଚ ବେଳେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଜରିମାନା କରାଯାଇଛି।ଫିଟ୍‌ନେସ, ରୋଡ୍‌ ଟ୍ୟାକ୍ସ, ପଲ୍ୟୁସନ, ବୀମା, ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ଫାଇନ୍ ହୋଇଥିବାର ଜଣାପଡିଛି।

ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ

ଭୁବନେଶ୍ୱର,୨୮।୭(ଏସଏସନିଉଜ)ଗଞ୍ଜେଇ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ କରି ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ । ଆନ୍ତର୍ରାଜ୍ୟ ଏନଡ଼ିପିଏସ ଅପରାଧୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ଅଭିଯୁକ୍ତ ସିବାରାମ ବିଶ୍ୱାଳ ,ସିବାରାମ ପାତ୍ର ଓ ବ୍ରହ୍ମପୁରର ମଦ ବ୍ୟବସାୟୀ ମିଟୁ ଓରଫ ମନୋରଞ୍ଜନ ସାବତଙ୍କୁ ଏସଟିଏଫ ଗିରଫ କରିଛି ।ସିବାରାମ ବିଶ୍ୱାଳଙ୍କ ଘରୁ ₹3.86 ଲକ୍ଷ ନଗଦ, ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନେ ଓଡ଼ିଶାରୁ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟକୁ ବ୍ୟବସାୟିକ ପରିମାଣର ଗଞ୍ଜେଇ […]

ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ

ଭୁବନେଶ୍ୱର,୨୮।୭(ଏସଏସନିଉଜ୍)ଦୀଘା ନିକଟତର ହୋଇ ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ।ଦୀଘା ନିକଟତର ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳହୋଇ ଅତିକ୍ରମ କଲା। ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତରପଶ୍ଚିମଦିଗକୁ ଗତି କରିବ।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଦେଇ ଗତି କରିବ।ଏହାର ପ୍ରଭାବରେ ରାଜ୍ୟର ଲଗାଣବର୍ଷା ଲାଗିରହିଛି।ଏହାକୁ ଦୃଷ୍ଟିରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ, ସମ୍ବଲପୁରରେ ଆଜି ସବୁ ସ୍କୁଲ ବନ୍ଦ ରହିଛି।ସବୁ ସରକାରୀ,ଘରୋଇସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସ୍ଥଗିତ ରହିଛି। ଗଭୀରଅବପାତ ପ୍ରଭାବରେ ବାଲେଶ୍ବରରେ ଲଗାଣବର୍ଷା ଲାଗିରହିଛି।ସକାଳ […]

ଆଜିର ରାଶିଫଳ

ଜୁଲାଇମାସ୨୮ତାରିଖ ୨୦୨୬ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ ସନ୍ଧ୍ୟାଘ୦୬/୨୭ଗତେ ପୁର୍ଣିମା,ନକ୍ଷତ୍ର-ପର୍ବାଷାଢା ଦିବା ୦୨/୦୨ଗତେ ଉତ୍ତରାଷାଢା,ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୩/୨୦,ଯୋଗିନୀ ପଶ୍ଚିମେ ସନ୍ଧ୍ୟାଘ୦୬/୨୭ ଗତେ ବାୟବ୍ୟେ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବା ୦୨/୦୨ଗତେ ଦ୍ଵି ପାଦ ପୁଷ୍କରଦୋଷ,କାଳବେଳା-ଦିବା ଘ୦୧/୩୦ଗତେ ଘ୦୩/୦୮ମଧ୍ୟେ, ବାରବେଳା-ଦିବା ଘ୦୭/୦୦ଗତେ ଘ୦୮/୪୦ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘ୮/୪୦ ମଧ୍ୟେଗତେ ଘ୧୦/୧୩ମଧ୍ୟେ ଓ ଘ୧୨/୩୭ଗତେ ଘ୦୧/୨୯ମଧ୍ୟେ ଓ ଘ୦୩/୧୦ଗତେ ଘ୦୪/୪୦ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ବିରି ସନ୍ଧ୍ୟା ଘ୦୬/୨୭ଗତେ ଆମିଷଭକ୍ଷଣ ନିଷେଧ। ମେଷ-ଆଜି ପାରିବାରିକ ଜୀବନରେ ଛୋଟବଡ଼ […]

ଡିଭାଇଡର ଡେଇ ସ୍କୁଟିକୁ ଧକ୍କା

ମେଣ୍ଢାଶାଳ,୨୬।୭(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଗୋଡ଼ିବାରୀ ହାତୀଅଭ୍ୟାରଣ୍ୟ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଭାରିଯାନ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ଆରପଟ ରାସ୍ତାରେ ଯାଉଥିବା ସ୍କୁଟିକୁ ପିଟିଛି ।ଦୁର୍ଘଟଣା ଘଟେଇଥିବା ଡ୍ରାଇଭର ଜଣକ ଚନ୍ଦକାଥାନାରେ ଅଟକ ରହିଥିବବେଳେ ପୋଲିସ ଗାଡ଼ିକୁ ଜବତ କରିଛି।ମୃତ ବ୍ୟକ୍ତି ଜଣଙ୍କ ଗୋଡ଼ିବାରୀ ଗ୍ରାମର ବିରଞ୍ଚି ବୋଲି ଜଣାପଡିଛି ।ଚନ୍ଦକା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ । ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଶାନ୍ତ। ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ ।

ମାରଣାସ୍ତ୍ର ଦେଖାଇ ଲୁଟ

କଟକ,୨୬।୭(ଏସଏସନିଉଜ)ବାରଙ୍ଗ ପୋଲିସ ଏକ ଲୁଟ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବେଗୁନିଆ ଥାନାର ତୁଳସୀପୁର ଗ୍ରାମର ଆଲୋକ ସେଠୀ (୨୭) ଓ ବାଙ୍କୀର ମିଲୁ ପ୍ରଧାନ (୧୯)। ପ୍ରକାଶ ଯେ,NTEX ପରିବହନ ସେବା ପ୍ରାଇଭେଟ୍ ଲିମିଟେଡର ଡେଲିଭରି ବୟ ଲୋକନାଥ ସାହୁ ନାମକ ଯୁବକ ଶନିବାର ଦିହିପହର ସମୟରେ ପୁରୀ ମେନ କେନାଲ ରାସ୍ତାରେ ଏକ ବାଇକରେ ଆସୁଥିଲେ। ଷଣ୍ଢପୁର ପାଖରେ ଥିବା ମିକ୍ସ ମାଷ୍ଟର […]

ପାଇଖାନା ଘରେ ପଡ଼ି ଚେତାଶୂନ୍ୟ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ରବିବାର ଦିହିପହର ସମୟରେ ନନ୍ଦନ କାନନ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀପାଇଖାନା ଘରେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।ଅନ୍ୟ କର୍ମଚାରୀ ମାନେ ଜାଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ,ନନ୍ଦନକାନନର ଡାକ୍ତରଖାନା ପରିସରରେ ଥିବା ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ ପ୍ରଶାନ୍ତ ବେହେରା(ପିଣ୍ଟୁ)ନାମକଅସ୍ଥାୟୀ କର୍ମଚାରୀ ରବିବାର କାମ କରୁଥିଲେ।ଦିହିପହର ସମୟରେ ପରିସରରେ ଥିବା ପାଇଖାନା ଘରକୁ ଯାଇଥିବା ବେଳେ କୌଣସି କାରଣ ବଶଃତ ପିଣ୍ଟୁ […]