ଡିଭାଇଡର ଡେଇ ସ୍କୁଟିକୁ ଧକ୍କା

୧ମୃତ,୨ଗୁରୁତର

ମେଣ୍ଢାଶାଳ,୨୬।୭(ଏସଏସନିଉଜ) ଚନ୍ଦକାଥାନା ଅଧୀନସ୍ଥ ଗୋଡ଼ିବାରୀ ହାତୀଅଭ୍ୟାରଣ୍ୟ ନିକଟରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଏକ ଭାରିଯାନ ଗାଡିଟି ଭାରସାମ୍ୟ ହରାଇ ଡିଭାଇଡ଼ର ଡେଇଁ ଆରପଟ ରାସ୍ତାରେ ଯାଉଥିବା ସ୍କୁଟିକୁ ପିଟିଛି ।ଦୁର୍ଘଟଣା ଘଟେଇଥିବା ଡ୍ରାଇଭର ଜଣକ ଚନ୍ଦକାଥାନାରେ ଅଟକ ରହିଥିବବେଳେ ପୋଲିସ ଗାଡ଼ିକୁ ଜବତ କରିଛି।ମୃତ ବ୍ୟକ୍ତି ଜଣଙ୍କ ଗୋଡ଼ିବାରୀ ଗ୍ରାମର ବିରଞ୍ଚି ବୋଲି ଜଣାପଡିଛି ।ଚନ୍ଦକା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।(ପଦ୍ମଚରଣବଡ଼ଜେନାଙ୍କ ରିପୋର୍ଟ)

Comments (0)
Add Comment