କଟକ,୨୬।୭(ଏସଏସନିଉଜ)ବାରଙ୍ଗ ପୋଲିସ ଏକ ଲୁଟ ଘଟଣାରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ
ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି।ସେମାନେ ହେଲେ ବେଗୁନିଆ ଥାନାର ତୁଳସୀପୁର ଗ୍ରାମର ଆଲୋକ ସେଠୀ (୨୭) ଓ ବାଙ୍କୀର ମିଲୁ ପ୍ରଧାନ (୧୯)।
ପ୍ରକାଶ ଯେ,NTEX ପରିବହନ ସେବା ପ୍ରାଇଭେଟ୍ ଲିମିଟେଡର ଡେଲିଭରି ବୟ ଲୋକନାଥ ସାହୁ ନାମକ ଯୁବକ ଶନିବାର ଦିହିପହର ସମୟରେ ପୁରୀ ମେନ କେନାଲ ରାସ୍ତାରେ ଏକ ବାଇକରେ ଆସୁଥିଲେ। ଷଣ୍ଢପୁର ପାଖରେ ଥିବା ମିକ୍ସ ମାଷ୍ଟର କମ୍ପାନୀ ନିକଟରେ ପହଞ୍ଚିଥିବା ବେଳେ ତାଙ୍କୁ ଆଲୋକ,ମିଲୁ ଓ ତାର ସହଯୋଗୀ ମାନେ ଅଟକାଇ ଅଶ୍ଳୀଳ ଭାଷାରେ ଗାଳି ଦେଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ୧୫ହଜାର ଟଙ୍କାଲୁଟି ନେଇ ପଳାଇଥିଲେ ବୋଲି ବାରଙ୍ଗ ଥାନାରେ କରିଥିବା ଅଭିଯୋଗରେ ଲୋକନାଥଦର୍ଶାଇଥିଲେ।ଅଭିଯୋଗ ଆଧାରରେ ପୋଲିସ ୩୬୫/୨୬କେସ ନମ୍ୱରରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିବା ସହ ଲୁଟର ପରିମାଣ
୧୫ହଜାର ଟଙ୍କା ନଥିଲା ବୋଲି ଜାଣିବାକୁ ପାଇଥିଲା।ତେବେ ଆଇଆଇସି ବିକାଶ ପଲାଇଙ୍କ ନେତୃତ୍ବରେ ପୋଲିସର ଏକ ସତନ୍ତ୍ର ଦଳ ଗଠନ କରାଯାଇ ଚଢାଉ କରାଯାଇଥିଲା।ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଆଧାରରେ ଯାଞ୍ଚ କରାଯାଇ ଲୁଟ ଘଟଣାରେ ସମୃକ୍ତ ଆଲୋକ ଓ ମିଲୁକୁ ରବିବାର ପୋଲିସ ଗିରଫ କରିବାରେ ସଫଳ ହୋଇଥିଲେ।ଏହି ଘଟଣାରେ ବ୍ୟବହୃତ ପ୍ଲାଷ୍ଟିକ ପାଇପ,୫ହଜାରେ ଟଙ୍କା ପୋଲିସ ଜବତ କରିଛି।ଅନ୍ୟ ସହଯୋଗୀମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ବିକାଶ ପଲାଇ ସୂଚନା ଦେଇଛନ୍ତି।