Browsing daily archive

August 30, 2026

ଆଜିର ରାଶିଫଳ

୨୦୨୬ମସିହା, ଅଗଷ୍ଟମାସ, ୩୧ ତାରିଖ, ସୋମବାର, ଅଙ୍ଗଭେଟ ତୃତୀୟା, ଗୌରୀଚତୁର୍ଥୀ ।ଚତୁର୍ଥୀ ଚନ୍ଦ୍ରୋଦୟ ବ୍ୟାପିନୀ ଗ୍ରାହ୍ୟା,” ଶ୍ରୀ ଗୌରୀ ପୂଜନଂ ଓ ଚନ୍ଦ୍ରାର୍ଘ୍ୟଦାନଂ । ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୪୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୯/୨୬,ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ, ତିଥି-ତୃତୀୟା ଦିବା ଘ୮/୪୨ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ରେବତୀ ନକ୍ଷତ୍ର ରାତ୍ରି ଘ୩/୫୭ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୮/୪୨ମି ପରେ ନୈର୍ଋତ କୋଣରେ ।ରିକ୍ତାତିଥି, ବିଷ୍ଟିକରଣ ଓ ପାପଯୁକ୍ତ […]

ଓଲଟିଲା ଯାତ୍ରୀବାହୀ ବସ୍

ଯାଜପୁର,୩୦।୮(ଏସଏସନିଉଜ)କଡେଇ ଛକ ନିକଟରେ ଦୁର୍ଘଟଣା ଘଟିଛି।ଟ୍ରକ ସାଇଡ୍‌ ମାରିବାରୁ ଓଲଟିପଡ଼ିଛି ଏକ ଯାତ୍ରୀବାହୀ ବସ।ବସଟି ଭୁବନେଶ୍ବରରୁ ବାଲେଶ୍ବର ଯିବା ବେଳେ ଅଘଟଣ ଘଟିଛି।ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ସମସ୍ତ ଆହତ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି।

୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି

ଭୁବନେଶ୍ୱର,୩୦।୮(ଏସଏସନିଉଜ)ରାଜ୍ୟରେ ୭ ଦିନ ବଢ଼ିଲା ଧାନ ପଞ୍ଜୀକରଣ ଅବଧି ବୋଲି ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଆସନ୍ତାକାଲି ସରୁଥିଲା ପଞ୍ଜୀକରଣ ଅବଧି।ଅନେକ ଚାଷୀ ପଞ୍ଜୀକରଣ କରିପାରୁନଥିବାରୁ ଅବଧି ବୃଦ୍ଧି ହୋଇଛି।ଏଯାବତ ୧୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି।ଗତବର୍ଷ ୧୯ ଲକ୍ଷ ୬୭ ହଜାର ଚାଷୀ ପଞ୍ଜୀକରଣ କରିଥିଲେ।ନେଟୱାର୍କ ସମସ୍ୟା ଯେଉଁଠି ରହିଛି, ବୈଷୟିକ ଟିମ୍ ସହ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

କଂଗ୍ରେସରୁ ଲଢ଼ିବେନି ସୋଫିଆ

ଭୁବନେଶ୍ୱର,୩୦।୮(ଏସଏସନିଉଜ)କଂଗ୍ରେସ ନୁହେଁ ଓଡ଼ିଶା ଜନତା କଂଗ୍ରେସରୁ ଲଢ଼ିବେ ସୋଫିଆ।ଆସନ୍ତା ନିର୍ବାଚନରେ ଓଜେସିରୁ ବିଧାୟକ ପଦ ପାଇଁ ଲଢ଼ିବେ ବୋଲି ସୂଚନା ଦେଲେ ବିଧାୟିକାଙ୍କ ବାପା ତଥା ଓଜେସି ସଭାପତି ମୋକିମ।ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ସୂଚନା ଦେଲେ ମୋକିମ।ବର୍ତ୍ତମାନ କଂଗ୍ରେସର କିଛି ନୀତି ଆଦର୍ଶ ନାହିଁ ବୋଲି କହିଲେ ମୋକିମ।ସେଥିପାଇଁ ଓଜେସିରୁ ସୋଫିଆ ଲଢ଼ିବେ କହିଛନ୍ତି ମୋକିମ।

ନିଶାମୁକ୍ତ ଯୁବ ଓ ବିକଶିତ ଭାରତ ଗଠନ ପାଇଁ ଜନଭାଗିଦାରୀର ଆହ୍ୱାନ

ଭୁବନେଶ୍ୱର,୩୦।୦୮(ଏସଏସନିଉଜ)ରବିବାର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୭ତମ ଅଧ୍ୟାୟ ଭୁବନେଶ୍ୱର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରଶାନ୍ତି ବିହାରସ୍ଥିତ ବୁଥ୍ ନମ୍ବର–୩୮ରେ ଜନସାଧାରଣ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ମିଶି ଶୁଣିଥିଲେ ବିଜେପିର ବରିଷ୍ଠନେତା ଶ୍ରୀଗୋଲକ ମହାପାତ୍ର। ଏହି ଅବସରରେ ଶ୍ରୀମହାପାତ୍ର କହିଥିଲେଯେ,‘ମନ କି ବାତ୍’ କେବଳ ଏକ ରେଡିଓ କାର୍ଯ୍ୟକ୍ରମ ନୁହେଁ,ବରଂ ଦେଶର କୋଣଅନୁକୋଣରେ ଘଟୁଥିବା ପ୍ରେରଣା ଦାୟୀ କାର୍ଯ୍ୟ,ସାଧାରଣ ଲୋକଙ୍କ ସଫଳତା,ନୂଆ ଚିନ୍ତାଧାରା ଏବଂ ରାଷ୍ଟ୍ର ନିର୍ମାଣରେ ଜନଭାଗିଦାରୀକୁ ସମଗ୍ର […]

ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ଗୁରୁତର

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନର ୫୪ ନମ୍ବର ଖୁଆଡ ଏବେ ଡେଞ୍ଜର ଜୋନ୍ ପାଲଟିଛି। ଗତ ଗୁରୁବାର ୨ଟି ଜେଫ୍ରି ମାର୍ମୋସେଟ୍ ର ସନ୍ଦେହଜନକ ମୃତ୍ୟୁ ପରେ ଶନିବାର ପୁଣି ସେହି ବାନର ଦୁନିଆଁରେ ଗୋଟିଏ ମାଈ ବ୍ଲାକ୍ ଟଫ୍‌ଟେଡ୍ ମାର୍ମୋସେଟ୍ ନିସ୍ତେଜ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ଏହି ଜଣାପଡିବାପରେ ପଶୁଚିକିତ୍ସା ଦଳ ତୁରନ୍ତ ମାଈ ମାର୍ମୋସେଟ୍ କୁ ଆଣ୍ଟିବାୟୋଟିକ୍ ଦେବା ସହ ମଳର ନମୁନା ସଂଗ୍ରହ କରିଛନ୍ତି। ବର୍ତ୍ତମାନ ଏହାକୁ ନିରୀକ୍ଷଣ ପାଇଁ ହସ୍ପିଟାଲ୍ ରିସର୍ଚ୍ଚ ସେଣ୍ଟର […]

ନକଲି ଫିନାଇଲ ଫେରିଲା

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନରେ ଯୋଗାଣ ହେଉଥିବା ନକଲି ଫିନାଇଲ ଉପରୁ ଏବେ ପରଦା ଉଠିଛି । ଷ୍ଟୋର ବିଭାଗରେ ଜଣେ ଗାର୍ଡ ଏହାକୁ ଗ୍ରହଣ ନକରିବାରୁ ଠିକାଦାରଠାରୁ ମାଡଖାଇବା ଭଳି ଅଭିଯୋଗ ଆସିଥିଲା ।ପରେ ଏହାକୁ ଜଣେ ଫରେଷ୍ଟର କରିଥିଲେ ।ପରେ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଯୋରଧରିବାପରେ ଜନ୍ତୁବିଭାଗ ଏସିଏଫ ଏହାରତଦନ୍ତ କରିଥିଲେ ।ପରେ ଗ୍ରହଣ କରାଯାଇଥିବା ନକଲି ଫିନାଇଲ ଫେରାଯାଇଥିଲା ।ଏହି ଘଟଣାପରେ କିଛି ବଡବଡିଆ ଅଧିକାରୀମାନଙ୍କ ସୁପାରିସରେବିନା ଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିବାର ସ୍ପଷ୍ଟ […]