ନନ୍ଦନକାନନରେ କଙ୍ଗାରୁ ଦେଖିଲେ ପର୍ଯ୍ୟଟକ
ଭୁବନେଶ୍ୱର,୩।୧୦(ଏସଏସନିଉଜ)ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ କେତେକ ନୂଆ ପଶୁପକ୍ଷୀଙ୍କୁ ଶନିବାର ଖୁଆଡରେ ଛାଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ନୂଆ ଆକର୍ଷଣ ସାଜିଲେ ନୂଆ ପଶୁପକ୍ଷୀ। ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ୧୧ଟି ନୂଆ ପ୍ରଜାତିର ୩୬ଟି ବନ୍ୟପ୍ରାଣୀ ଖୁଆଡ। ଦୀର୍ଘ ୨୦ଦିନର ବ୍ୟବଧାନପରେ ପର୍ଯ୍ୟଟକମାନେ କଙ୍ଗାରୁ,ଜେବ୍ରା, ୱାଲାବି ଆଦି ପଶୁପକ୍ଷୀଙ୍କୁ ଅତି ପାଖରୁ ଦେଖି ବେଶ୍ ମଜା ଉଠାଇଛନ୍ତି।ତେବେ ପ୍ରାଣୀଉଦ୍ୟାନକୁ ଗତମାସ ୧୨ତାରିଖରେ ଗୁଜୁରାଟର ‘ରାଧାକୃଷ୍ଣ ମନ୍ଦିର ହାତୀକଲ୍ୟାଣ […]