୨୩ରୁ କାଳିଆ ଦର୍ଶନ

ଭୁବନେଶ୍ୱର, ୧୨/୧୨(ଏସଏସନିୟୁଜ) ପୁଣି ଭକ୍ତ ଚତୁର୍ଦ୍ଧାମୁର୍ତିଙ୍କ ଦର୍ଶନ କରିପାରିବେ । କେବଳ ଦର୍ଶନ ନୁହେ ଭକ୍ତଙ୍କୁ ମିଳିବ ମହାପ୍ରସାଦ ।ଡିସେମ୍ବର ଶେଷ ସପ୍ତାହରୁ ଅର୍ଥାତ ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପ୍ରଥମେ ପୁରୀବାସୀଙ୍କୁ ହିଁ ଦର୍ଶନର ସୁଯୋଗ ମିଳିବ ।ଏଥିନିମନ୍ତେ ଛତିଶା ନିଯୋଗ ବୈଠକରେ ହୋଇଥିବା ନିସ୍ପତି ଅନୁଯାୟୀ ମନ୍ଦିର ପ୍ରଶାସନ ପକ୍ଷରୁ ସରକାର ଙ୍କୁ ସୁପାରିସ କରାଯାଇଛି ।ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯିବା ସହ ଏସ୍‌ଓପି ବି ଜାରି କରାଯିବାର ଜଣାପଡିଛି । ପ୍ରଥମ ସପ୍ତାହରେ ପ୍ରତ୍ୟେକ ଦିନ ୫ ହଜାର ଭକ୍ତ ହିଁ ମହାପ୍ରଭୁଙ୍କର ଦର୍ଶନ କରିପାରିବେ ।ଶ୍ରୀମନ୍ଦିରର ୪ ଦୁଆରରେ ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯିବ । ବଡ଼ଦିନ ପୂର୍ବରୁ ପୁରୀବାସୀ ଓ ଜାନୁଆରି ୩ରୁ ଅଣପୁରୀବସୀ ଅର୍ଥାତ ପୁରୀ ବାହାରର ଭକ୍ତ କରିପାରିବେ ଚତୁର୍ଦ୍ଧାମୁର୍ତିଙ୍କ ଦର୍ଶନ। ଭକ୍ତମାନେ ମନ୍ଦିର ଭିତରକୁ ମାସ୍କ ପିନ୍ଧି ଯିବେ। ଶ୍ରୀମନ୍ଦିର ଖୋଲିବ। ପ୍ରଥମେ ପୁରୀବାସୀଙ୍କୁ ହିଁ ଦର୍ଶନର ସୁଯୋଗ ମିଳିବ । ତେବେ ଭିଡ଼ ପାଇଁ ଜାନୁଆରି ୧ ଓ ୨ରେ ଦର୍ଶନ ବନ୍ଦ ରହିବ ବୋଲି ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସେହିପରି ସବୁ ଭକ୍ତଙ୍କୁ ମହାପ୍ରସାଦ ମିଳିବ ବୋଲି ଛତିଶା ନିଯୋଗ ବୈଠକର ନିଷ୍ପତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

 

 

Comments (0)
Add Comment