୫ମିନିଟ୍‌ରେ ଦାନ୍ତ ବିନ୍ଧା ଉଭାନ

 ଦାନ୍ତ ବିନ୍ଧିବାର ବହୁତ କାରଣ ଅଛି । ଯେମିତି କି ଯେତେବେଳେ ଆମେ ଖାଦ୍ୟ ଖାଉଛେ ତାହାର କିଛି ଅଂଶ ଆମ ଦାନ୍ତ ମଝିରେ ଥିବା ଫାଙ୍କା ରେ ରହି ସଢ଼ୀ ଯାଏ ଏବଂ ସେଠି ବ୍ୟାକ୍ଟେରିଆ ଜନ୍ମ ନେଇ ବହୁତ ସମସ୍ୟା କରି ଥାନ୍ତି ଯାହାକି ବହୁତ ବିନ୍ଧା ହୋଇଥାଏ । କମ୍ ଖର୍ଚ୍ଚରେ ଏହି ଉପାୟରେ ଆପଣ ଦାନ୍ତ ବିନ୍ଧାରୁ ମୁକ୍ତି ପାଇ ପାରିବେ । ପ୍ରାଚୀନ ତଥା ଘରୋଇ ଉପଚାରରେ ଉପାୟ ରେ ପାଞ୍ଚ ମିନିଟ ଭିତରେ ଦାନ୍ତ ବିନ୍ଧା ରୁ ଉପଶମ ମିଳିପାରିବ ।ଆସନ୍ତୁ ଜାଣିବା ଘରୋଇ ଉପଚାରରେ କେମିତି ଦାନ୍ତ ବିନ୍ଧାରୁ ମୁକ୍ତି ପାଇବାର ଉପାୟ …
ସର୍ବ ପ୍ରଥମେ ଏକ ଫିଟିକିରି ଖଣ୍ଡ ନିଅନ୍ତୁ ଯାହାକୁ ଆପଣ ଦାଢ଼ି କାଟିବ ସମୟରେ ବ୍ୟବହାର କରନ୍ତି । ଏହା ବହୁତ ଉପକାରୀ ଅଟେ। ସାଙ୍ଗମାନେ ଫିଟିକିରି ରୁ ବହୁତ ପ୍ରକାର ଲାଭ ମିଳିଥାଏ । ପ୍ରଥମେ ଫିଟିକିରିର ଏକ ଛୋଟ ଖଣ୍ଡ ନିଅନ୍ତୁ ଏବଂ ତାକୁ ଭଲ ଭାବେ ପେଷି ଦିଅନ୍ତୁ ତା ସହ ନିଅନ୍ତୁ ଟିକେ ଗରମ ପାଣି । ଗରମ ପାଣି ମଧ୍ୟ ଦାନ୍ତ ପାଇଁ ଏହି ପ୍ରକ୍ରିୟାରେ ଆମକୁ ବହୁତ ସହଯୋଗ କରିବ। ତେବେ ଏହି ପ୍ରକ୍ରିୟାରେ ଗରମ ପାଣିରେ ଟିକିଏ ଫିଟିକିରି କୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ସେହି ମିଶ୍ରିତ ପାଣି କୁ କୁଳି କରନ୍ତୁ ଯାହା ଫଳରେ କି ଆପଣଙ୍କୁ ଦାନ୍ତ ବିନ୍ଧାରୁ ବହୁତ ଜଲଦି ଆରମ ମିଳିବ ଏବଂ ବିଭିନ୍ନ ପ୍ରକାର ଜୀବାଣୁ ନଷ୍ଟ ହେଇଯିବାର ମଧ୍ୟ ଚାନ୍ସ ଅଛି।ଏହାକୁ ଛାଡି ଆଉ ଏକ ଉପାୟ ମଧ୍ୟ ଅଛି ଚୁଣ୍ଣ କରିଥିବା ଫିଟିକିରି ରୁ କିଛି ମାତ୍ର ନିଅନ୍ତୁ ଏବଂ ତା ସହ ଅଳ୍ପ ଟିକେ ସୋରିଷ ତେଲ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ତାକୁ ତୁଳା ସାହାଯ୍ୟ ରେ ବିନ୍ଧୁ ଥିବା ଦାନ୍ତରେ ଲଗାଇ ଚାପି ରଖନ୍ତୁ । ଏହି ଜିନିଷ ବହୁତ ଉପଯୋଗୀ ଅଟେ। ଏମିତି କଲା ପରେ ଆପଣଂକୁ କିଛି ଉପଶମ ପ୍ରାପ୍ତି ହେବ ଯାହା ଆପଣ ନିଜେ ପରିଲକ୍ଷିତ କରିପାରିବେ।ଏମିତି ପାଞ୍ଚ ମିନିଟ ଚାପି ରଖିଲେ ଆପଣ ବିନ୍ଧା ରୁ ଉପଶମ ପାଇ ପାରିବେ। ଆପଣଙ୍କ ଦାନ୍ତ ବିନ୍ଧା ହେଲେ ଏହି ଉପାୟ ଥରେ ଆପଣାଇ ଦେଖନ୍ତୁ ନିଶ୍ଚୟ ବିନ୍ଧାରୁ ମୁକ୍ତି ପାଇବେ ।

Comments (0)
Add Comment