୯ ଟି ପୁଜା ମଣ୍ଡପକୁ ମିଳିଲା ଅନୁମତି

କଟକ .୧୯/୧୦(ଏସ ଏସ ନିୟୁଜ)ଶେଷରେ ସବୁ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ହାଇକୋର୍ଟ୍ ରେ ଚାଲିଥିବା ଦୁର୍ଗା ପୂଜା ମାମଲାରେ ପୁର୍ଣ୍ଣୃଚ୍ଛେଦ ପଡିଛି। କଟକରେ ୯ ଗୋଟି ପୁଜା ମଣ୍ଡପକୁ ପୁଜା କରିବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ୍। ଏଥିସହ ରାଜ୍ୟର ସମସ୍ତ ପୁଜା ମଣ୍ଡପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ମା ଦୁର୍ଗାଙ୍କ ପୂଜା କରାଯିବ। ଆଉ ୯ ଗୋଟି ପୁଜା ମଣ୍ଡପର ଅନୁରୋଧ କ୍ରମେ ୧୨ ଫୁଟ୍ ଉଚ୍ଚତାର ମୂର୍ତ୍ତି କରି ପୁଜା କରିବାକୁ ମଧ୍ୟ ଅନୁମତି ମିଳିଛି। ଏ ନେଇ ଆଡଭୋକେଟ ଜେନରାଲ୍ ଙ୍କୁ ଷ୍ଟାଟସ୍ ରିପୋର୍ଟ୍ ଅଦାଲତ ରେ ଦାଖଲ କରିବାକୁ ହାଇକୋର୍ଟ୍ କହିଥିଲେ। ପିଟିସନ ର ଶୁଣାଣି କରି ଷଷ୍ଠିଠାରୁ ଭଷାଣୀ ପର୍ଯ୍ୟନ୍ତ କୋଭିଡ୍ ନିୟମ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ପାଇଁ କହିଛନ୍ତି ହାଇକୋର୍ଟ୍। ଅପରପଟେ ମା ଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାକୁ ପିଟିସନ୍ ରେ ଦର୍ଶାଯାଇଛି। ତେବେ ଏହାକୁ ଶୁଣାଣି କରି ସୀମିତ ସଂଖ୍ୟାରେ ଆଉ ସାମାଜିକ ଦୁରତା ରକ୍ଷା କରି ମା ଙ୍କୁ ଦର୍ଶନ କରିପାରିବେ ବୋଲି ହାଇକୋର୍ଟ୍ କହିଥିବାର କହିଛନ୍ତି ଆବେଦନକାରୀ ଙ୍କ ଓକିଲ ବିଭୁତିଭୁଷଣ ଚୌଧୁରୀ ।

 

Comments (0)
Add Comment