ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ହୋଟେଲ ରୁମରୁ ଉଦ୍ଧାର ହେଲା

ଚେନ୍ନଇ,୯/୧୨(ସତ୍ୟସନ୍ଧାନଡେସ୍କ)ଲୋକପ୍ରିୟ ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତଦେହ ଏକ ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ।ନିକଟରେ ଚେନ୍ନଇର ଜଣେ ବଡ ବ୍ୟବସାୟୀ ହେମନ୍ତ ରବିଙ୍କୁ ବିବାହ କରିଥିବା ବେଳେ ୨୮ ବର୍ଷ ବୟସ୍କା ଚିତ୍ରା ସ୍ବାମୀଙ୍କ ସହ ହୋଟେଲରେ ରହୁଥିଲେ।ସୁଟିଂ ସାରି ହୋଟେଲରେ ପହଞ୍ଚିବା ପରେ ଚିତ୍ରା ଗାଧୋଇବାକୁ ଯାଇଥିଲେ।ଅଧିକ ସମୟ ଗାଧୁଆ ଘରେ ରହିଯାଇଥିବାରୁ ହୋଟେଲ କର୍ମଚାରୀଙ୍କୁ ହେମନ୍ତ ଏନେଇ ଖବର ଦେବାପରେ ନକଲି ଚାବି ଦ୍ଵାରା କବାଟ ଖୋଲାଯାଇଥିଲା । କବାଟ ଖୋଲିବା ପରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା ବୋଲି ଚିତ୍ରାଙ୍କ ସ୍ବାମୀ ହେମନ୍ତ ପୁଲିସକୁ କହିଛନ୍ତି। ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment